ETV Bharat / state

ବୃକ୍ଷ ରୋପଣ ଅଭିଯାନ: ବ୍ରହ୍ମପୁରରେ 1 ଟଙ୍କାରେ ମିଳିବ ତିନି ପ୍ରକାରର ଚାରା - 3 plant

ଫନି ପରେ ପରିବେଶ ସଜାଡୁଛି ବନ ବିଭାଗ । ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇ ପରିବେଶକୁ ସନ୍ତୁଳନ କରିବାକୁ ଚାଲିଛି ପ୍ରୟାସ । ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ମଧ୍ୟ ଚାରାରୋପଣ ଅଭିଯାନ ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jul 7, 2019, 9:19 AM IST

ବ୍ରହ୍ମପୁର: ଫନି ପରେ ସ୍ଥିତି ସୁଧାରିବାରେ ଲାଗିଛି ବନ ବିଭାଗ । ବାତ୍ୟାର ପ୍ରହାରରେ ହରାଇ ବସିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପୁଣି ଥରେ ଗଢି ତୋଳିବାକୁ ଆରମ୍ଭ କରାଯାଇଛି ବୃକ୍ଷ ରୋପଣ ଅଭିଯାନ । ରାଜ୍ୟର ବିଭିନ୍ନ ସ୍ଥାନରେ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଇ ପରିବେଶ ସନ୍ତୁଳନର ବାର୍ତ୍ତା ଦିଆଯାଉଥିବାବେଳେ ବ୍ରହ୍ମପୁରରେ ଭିନ୍ନ ଏକ ପ୍ରୟାସ ଦେଖିବାକୁ ମିଳିଥିଲା ।

ଗୋଟିଏ ପିଲାକୁ ଗୋଟିଏ ବୃକ୍ଷ ଭାବେ ସବୁଠି ଚାରା ରୋପଣ କରାଯାଉଥିବାବେଳେ ବ୍ରହ୍ମପୁର ବନ ବିଭାଗ ଆପଣାଇଛି ଭିନ୍ନ ପ୍ରୟାସ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନଙ୍କ ପରିଚୟ ପତ୍ର ଆଧାରରେ ମାତ୍ର ଏକ ଟଙ୍କା ମୂଲ୍ୟରେ ତିନୋଟି ଭିନ୍ନ ପ୍ରକାରର ଚାରା ପ୍ରଦାନ କରାଯାଇଛି । ଔଷଧୀୟ ବୃକ୍ଷ ଠାରୁ ଆରମ୍ଭ କରି ବିଭିନ୍ନ ଫୁଲଫଳ ଗଛର ପ୍ରାୟ 20ରୁ ଊର୍ଦ୍ଧ୍ବ ପ୍ରକାରର ଉପାଦେୟତା ବୃକ୍ଷର ଚାରାକୁ ସୁଲଭ ମୂଲ୍ୟରେ ରେଶମବାସୀଙ୍କୁ ବଣ୍ଟାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବନାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ପ୍ରତିଟି ଚାରାକୁ ପ୍ରାୟ ୧୨ ଟଙ୍କା ୪୩ ପଇସାରେ ଖର୍ଚ୍ଚ କରାଯାଇ ମାତ୍ର ଏକ ଟଙ୍କା ମୂଲ୍ୟରେ ଯୋଗାଇ ଦିଆଯାଉଛି । ଗତ ୩ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସରେ ଚାରା ବଣ୍ଟନ କାର୍ଯ୍ୟ ଆଗାମୀ ୧୦ ଦିନ ଧରି ଆୟୋଜିତ ହେବ । ସେପଟେ ଏହି ଚାରା ଗଛ ଗୁଡିକୁ ଅନେକ ବିଦ୍ୟାର୍ଥୀ ସେମାନଙ୍କ ଶିକ୍ଷାନୁଷ୍ଠାନରେ ରୋପଣ କରିବା ସହ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ସମୟରେ ଅବଗତ ହେବା ଆବଶ୍ୟକ ହୋଇପଡିଛି ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ସ୍ଲଗ :- ବ୍ରହ୍ମପୁର ସହରରେ ବନୀକରଣ କାର୍ଯ୍ୟରେ ସହରବାସୀ ଙ୍କୁ ସାମିଲ କରିବା ପାଇଁ ଜଙ୍ଗଲ ବିଭାଗର ଅଭିନବ କାର୍ଯ୍ୟକ୍ରମ... 

ରିପୋର୍ଟର:ସମୀର ଆଚାର୍ଯ୍ୟ,

ଫମାର୍ଟ  :ପ୍ୟାକେଜ,

ସ୍ଥାନ       :ବ୍ରହ୍ମପୁର,

ତାରିଖ    : ୦୬-୦୭-୧୯. -(ଭିଜୁଆଲ ମୋଜୋ   ରେ ଯାଇଛି .)

 (ଆଙ୍କର):-ଗତ କିଛି ବର୍ଷ ମଧ୍ୟରେ ଫାଇଲିନ୍ ର ବାତ୍ୟା ଠାରୁ ଆରମ୍ଭ କରି ଫୋନି ର ପ୍ରଭାବରେ ବ୍ରହ୍ମପୁର ସହର ସମେତ ଆଖପାଖ ଅ଼ଞ୍ଚଳରେ ଭାଙ୍ଗିପଡିଛି ଅନେକ ବଡ ବଡ ଗଛ । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ବର୍ଷା ଦିନ ପୁର୍ବରୁ ପ୍ରତେକ ଯେପରି ନିଜ ନିଜ ଅଞ୍ଚଳରେ ପରିବେଶର ସନ୍ତୁଳନ ପାଇଁ  ଗଛ ଲଗାଇ ତାର ଜନ୍ମ ନେବେ ତାହାକୁ ନେଇ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ବ୍ରହ୍ମପୁର ସହରରେ ବନବିଭାଗ ପକ୍ଷରୁ ଚଳିତବର୍ଷ ଅଭିନନବ ପ୍ରାୟ ଆରମ୍ଭ କରିଛନ୍ତି  । ପ୍ରତେକ ବ୍ୟକ୍ତି ଙ୍କୁ ସେମାନଙ୍କ ପରିଚୟ ପତ୍ର  ଆଧାରରେ ମାତ୍ର ଏକ ଟଙ୍କା ମୁଲ୍ୟରେ  ତିନୋଟି ଲେଖାଏଁ  ବିଭିନ୍ନ ପ୍ରକାର ଚାରା ଗଛ ପ୍ରଦାନ କରାଯିବା ସହ ଏହାକୁ କିଭଳି ପୋତାଯାଇ ନିଜ ଅଞ୍ଚଳରେ ବଡ କରାଯିବା ତାହାକୁ ଗୁରୁତ୍ୱାରୋପ କରାଯାଉଛି  ।

(ଭି.ଓ-୧)- ଔଷଧୀୟ ବୃକ୍ଷ ଠାରୁ ଆରମ୍ଭ କରି ବିଭିନ୍ନ ଫୁଲ ଓ ଫଳ ଗଛ ଭଳି ପ୍ରାୟ ୨୦ ରୁ ଉର୍ଦ୍ଧ ପ୍ରକାରର ଉପାଦେୟତା ବୃକ୍ଷର ଚାରା କୁ  ସୁଲଭ ମୁଲ୍ୟରେ ରେଶମ ସହରବାସୀ ଙ୍କୁ କରାଯାଉଛି ବଣ୍ଟନ  । ବ୍ରହ୍ମପୁର ସହରକୁ ସବୁଜ ସୁନ୍ଦର ସହର ଭାବରେ ଗଢି ତୋଳିବା ପାଇଁ ଜାରି ରହିଥିବା ଉଦ୍ୟମ କୁ ସାକାର କରିବା ପାଇଁ ସ୍ଥାନୀୟ  ବନାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଛି ଏଭଳି ଅଭିନବ ପ୍ରାୟାଶ  । ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହର ଗତ କିଛି ବର୍ଷ ମଧ୍ୟରେ ଲଗାତର ଭାବରେ ଅନେକ ବାତ୍ୟାର ପ୍ରଭାବରେ ଅନେକ ଗଛ ଭାଙ୍ଗିରୁଜି ଯାଇଥିବାରୁ ବାତ୍ୟା ପ୍ରବଣ ଅଞ୍ଚଳରେ ଯେପରି ଅଧିକରୁ ଅଧିକ ବନୀକରଣ କାର୍ଯ୍ୟ ହୋଇପାରିବ ଏବଂ ଏଥିରେ ସହରର ବିଭିନ୍ନ ବର୍ଗ ର ଜନସାଧାରଣ ଭାଗୀଦାର ରହିବେ ସେ ନେଇ ରାଜ୍ୟ ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରତିଟି ଚାରାକୁ ପ୍ରାୟ ୧୨ ଟଙ୍କା ୪୩ ପଇସା ରେ ଖର୍ଚ୍ଚ କରାଯାଇ  ପ୍ରସ୍ତୁତ କରିବା ସହ ଏହାକିୁ ମାତ୍ର ଏକ ଟଙ୍କା ମୁଲ୍ୟରେ ଯୋଗାଇ ଦିଆଯାଉଥିବାରୁ ବେଶ ଖୁସି ରହିଛନ୍ତି ସହରର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ  ।  

ବାଇଟ୍- କେ.ପଦ୍ମିନୀ ରାଓ(ବିଦ୍ୟାର୍ଥୀ,ବ୍ରହ୍ମପୁର)

ବାଇଟ୍- ବିଦ୍ୟାର୍ଥୀ,ବ୍ରହ୍ମପୁର

(ଭି.ଓ-୨)-ସେପଟେ ସହରର ପ୍ରତେକ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ପରିଚୟ ପତ୍ର କୁ ଦେଖି ମାତ୍ର ଏକ ଟଙ୍କା ମୁଲ୍ୟରେ ଗୋଟିଏ ଲେଖାଏଁ ଚାରା ଗଛ ପ୍ରଦାନ କରାଯାଉଥିବା ବେଳେ ଜଣେ ମାତ୍ର ତିନୋଟି ଗଛ ନେଇ ନିଜ ଅଞ୍ଚଳରେ ତାହାକୁ ବୃକ୍ଷରୋପଣ କରିବା ସହ ତାହାକୁ ଯତ୍ନ ନେବା ପାଇଁ ପରମାର୍ଶ ଦିଆଯାଉଥିବା କହିଛନ୍ତି ଏହାର ଦାୟିତ୍ୱରେ ରହିଥିବା କର୍ମଚାରୀ  । ଗତ ୩ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରାୟସରେ ଚାରା ବଣ୍ଟନ କାର୍ଯ୍ୟ  ଆଗାମୀ ୧୦ ଦିନ  ଧରି ଆଯୋଜିତ ହେବ  । ସେପଟେ  ଏହି ଚାରା ଗଛ ଗୁଡିକୁ ଅନେକ ବିଦ୍ୟାର୍ଥୀ ସେମାନଙ୍କ ଶିକ୍ଷାନୁଷ୍ଠାନରେ ଏହାକୁ ରୋପଣ କରିବା ସହ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ  ସମୟରେ ଏଭଳି ବନୀକରଣର ଆବଶ୍ୟକତା ଅଧିକରୁ ଅଧିକ ରହିଥିବା କହିଛନ୍ତି  ।   

ବାଇଟ୍- ବ୍ରହ୍ମପୁର ବାସିନ୍ଦା

ବାଇଟ୍-ମିଥୁନ ସେଠୀ (କର୍ମଚାରୀ,ବନଭିଭାଗ-ବ୍ରହ୍ମପୁର)

ବାଇଟ୍- ଜଗନ୍ନାଥ ଗୌଡ(କର୍ମଚାରୀ,ବନଭିଭାଗ-ବ୍ରହ୍ମପୁର)

 (ଫା.ଭି.ଓ)- ବ୍ରହ୍ମପୁର ସହର ସମେତ ସାରା ଜିଲ୍ଲାରେ ବନୀକରଣ କାର୍ଯ୍ୟ କୁ ଅଧିକ ମାତ୍ରାରେ ଗୁରୁତ୍ୱ ଦିଆଯିବାକୁ ପ୍ରାୟାଶ ଜାରି ରହିଥିବା ବେଳେ ପ୍ରତେକ ସରକାରୀ ବିଦ୍ୟାଳୟରେ ପିଲାଟିଏ –ଗଛଟିଏ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏଭଳି ସ୍ଥଳେ ବନବିଭାଗର ସହରବାସୀ ଙ୍କୁ ନିଜ ଅଞ୍ଚଳରେ ବୃକ୍ଷରୋପଣ କରିବା ପାଇଁ ଆରମ୍ଭ ହୋଇଥିବା ଏଭଳି ପ୍ରାୟଶର ପ୍ରତେକ ଜନସାଧାରଣ ସାମିଲ ହୋଇ  ନିଜ ଅଞ୍ଚଳରେ ବନୀକରଣ କାର୍ଯ୍ୟ କୁ ଗୁରୁତ୍ୱ ଦେଲେ ଅନେକ ମାତ୍ରାରେ ରଖାଯାଇଥିବା ଲକ୍ଷ୍ୟ ପୂରଣ ହେବା ସହ ସହରକୁ ସବୁଜ ସୁନ୍ଦର କରାଯିବାରେ ଅନେକ ସହାୟତା ହୋଇପାରିବ ।

 ବ୍ରହ୍ମପୁରରୁ ସମୀର କୁମାର  ଆଚାର୍ଯ୍ୟ ଙ୍କ ରିପୋର୍ଟ ଇଟିଭି ଭାରତ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.