ETV Bharat / state

ଶୁଖୁଆ ବେପାରୀଙ୍କଠୁ ବେଆଇନ ଟିକସ ଆଦାୟ ଅଭିଯୋଗ

ରାଜ୍ୟର ଏକ ପ୍ରସିଦ୍ଧ ଶୁଖୁଆ ହାଟ କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ହୁମ୍ମା ହାଟରେ ବେଆଇନ ଟିକସ ଆଦାୟ କରାଯାଉଥିବା ଘଟଣାକୁ କରାଯାଇଛି ତୀବ୍ର ବିରୋଧ । ଏନେଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଛନ୍ତି ବ୍ୟବସାୟୀ । ଅଧିକ ପଢନ୍ତୁ...

_illegal tax  collection
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jan 22, 2020, 2:06 AM IST

Updated : Jan 22, 2020, 3:51 AM IST

ବ୍ରହ୍ମପୁର: ରାଜ୍ୟର ଏକ ପ୍ରସିଦ୍ଧ ଶୁଖୁଆ ହାଟ କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ହୁମ୍ମା ହାଟରେ ବେଆଇନ ଟିକସ ଆଦାୟ କରାଯାଉଥିବା ଘଟଣାକୁ ବିରୋଧ କରାଯାଇଛି ।ଏହାକୁ ନେଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଛନ୍ତି ବ୍ୟବସାୟୀ । ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ପଡୋଶୀ ରାଜ୍ୟରୁ ଏଠାକୁ ବ୍ୟବସାୟୀମାନେ ଆସି ପ୍ରତ୍ୟେକ ସପ୍ତାହରେ ଶୁଖୁଆ ବିକ୍ରି କରିଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ମାତ୍ର ଏଠାକାର ବ୍ୟବସାୟୀଙ୍କଠାରୁ ଟିକସ ଆଦାୟ କରି ଶୋଷଣ କରାଯାଉଥିବା ଅଭିଯୋଗ ହେବା ସହ ପ୍ରତିବାଦ କଲେ ଧମକ ଚମକଠାରୁ ଆରମ୍ଭ କରି ଶୁଖୁଆକୁ ଫୋପାଡି ଦିଆଯାଉଥିବା କହିଛନ୍ତି ବ୍ୟବସାୟୀ । ଏହାସହ ଗତ ଜାନୁଆରୀ ୧୨ ତାରିଖରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ମାଡ ମରାଯାଇଥିବା ଭଳି ଗୁରୁତର ଅଭିଯୋଗ ମଧ୍ୟ ହୋଇଛି । ଏନେଇ ହୁମ୍ମା ଫାଣ୍ଡିରେ ଅଭିଯୋଗ କରି କୌଣସି ସୁଫଳ ମିଳିନଥିବା ବେଳେ ଶେଷରେ ଶୁଖୁଆ ବ୍ୟବସାୟୀମାନେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଛନ୍ତି ।

ଏପରିକି ଏଠାକୁ ଆସୁଥିବା ପିକଅପ୍‌ ଭ୍ୟାନ୍‌ଠାରୁ ଆରମ୍ଭ କରି ଟ୍ରକଗୁଡିକଠାରୁ ମଧ୍ୟ ଚଢା ଦରରେ ଟିକସ ଆଦାୟ ହେଉଥିବାରୁ ପ୍ରଶାସନ ଗୁରୁତ୍ବ ଦେବାକୁ ମହିଳା ବ୍ୟବସାୟୀ ଅନୁରୋଧ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ରାଜ୍ୟର ଏକ ପ୍ରସିଦ୍ଧ ଶୁଖୁଆ ହାଟ କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ହୁମା ହାଟରେ ବେଆଇନ ଟିକସ ଆଦାୟ କରାଯାଉଥିବା ଘଟଣାକୁ ବିରୋଦ୍ଧ କରି ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ବ୍ୟବସାୟୀ ମାନେ ।ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ପୋଡଶୀ ରାଜ୍ୟରୁ ଏଠାକୁ ବ୍ୟବସାୟୀ ମାନେ ଆସି ପ୍ରତେକ ସପ୍ତାହରେ ଏଠାରେ ନିଜର ଶୁଖୁଆ ବିକ୍ରି କରିବା ସହ ଶନିବାର ଏବଂ ରବିବାର ଏଠି ଶୁଖୁଆ ବ୍ୟବସାୟ ହୋଇଥାଏ । ହେଲେ ଏଠାକାର ବ୍ୟବସାୟୀ ମାନଙ୍କ ଠାରୁ ଟିକସ ଆଦାୟ କରି ଶୋଷଣ କରାଯାଉଥିବା ଅଭିଯୋଗ ହେବା ସହ ପ୍ରତିବାଦ କଲେ ଧମକ ଚମକ ଠାରୁ ଆରମ୍ଭ କରି ଶୁଖୁଆ କୁ ଫୋପାଡି ଦିଆଯାଉଥିବା ଏବଂ ଗତ ୧୨ ତାରିଖରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ମାଡ ମରାଯାଇଥିବା ଭଳି ଗୁରୁତ୍ତର ଅଭିଯୋଗ ଆସିଛି । ଏନେଇ ହୁମ୍ମା ଫାଣ୍ଡିରେ ଅଭିଯୋଗ କରି କୈଣସି ସୁଫଳ ମିଳିନଥିବା ନେଇ ଶେଷରେ ଶୁଖୁଆ ବ୍ୟବସାୟୀ ମାନେ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ କୁ ଯାଇ ଅଭିଯୋଗ କରିଛନ୍ତି । ଏପରିକି ଏଠାକୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ଠାରୁ ଆରମ୍ଭ କରି ଟ୍ରକ୍‌ ଗୁଡିକ ଠାରୁ ଚଢା ଦରରେ ଟିକସ ଆଦାୟ ହେଉଥିବାରୁ ପ୍ରଶାସନ ଗୁରୁତ୍ବ ଦେବା ସହ ଏହାର ପ୍ରତିବାଦ କଲେ ବିକ୍ରି କରିବାକୁ ଦିଆଯିବ ନାହିଁ ବୋଲି ଧମକ ଦିଆଯାଉଥିବାରୁ ଏଥିପ୍ରତି ଗୁରୁତ୍ବ ଦିଆଯିବାକୁ ଦାବୀ କରିଛନ୍ତି ମହିଳା ବ୍ୟବସାୟୀ ମାନେ ।

Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
Last Updated : Jan 22, 2020, 3:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.