ETV Bharat / state

ପଣ୍ଡ ହେଲା ଗଞ୍ଜେଇ ବେପାର, ବନ୍ଧା ହେଲେ ଦୁଇ ବେପାରୀ - illigal ganja seized

ପଣ୍ଡ ହେଲା ଗଞ୍ଜେଇ ବେପାରୀଙ୍କ ଗଞ୍ଜେଇ କାରବାର । ଦୁଇଜଣଙ୍କୁ ଗିରଫ କରିବା ସହିତ 50ହଜାରରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ପଣ୍ଡ ହେଲା ଗଞ୍ଜେଇ ବେପାର
ପଣ୍ଡ ହେଲା ଗଞ୍ଜେଇ ବେପାର
author img

By

Published : Dec 31, 2020, 10:37 AM IST

ଭଞ୍ଜନଗର: ବେଆଇନ ଭାବେ ନିଶାଦ୍ରବ୍ୟର ଚୋରା ଚାଲାଣ ବଢିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ଚୋରା ଗଞ୍ଜେଇ ଚାଲାଣ କରି ପୋଲିସ କବଳରେ ଦୁଇ ଦୁର୍ବୃତ୍ତ । ସେମାନଙ୍କଠାରୁ 10କେଜି 560ଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ ।

ପଣ୍ଡ ହେଲା ଗଞ୍ଜେଇ ବେପାର

ସୂଚନାଅନୁସାରେ, ଜିଲ୍ଲାରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡା କଡି କରାଯାଇଛି । ବୁଧୁବାର ରାତିରେ ବଡ଼ଗଡ଼ ଥାନା ସବ ଇନିସପେକ୍ଚର ଦେବଦତ୍ତ ପ୍ରିୟଦର୍ଶୀ ପାଟ୍ରାଲିଂ କରୁଥିବା ସମୟରେ ଲଳିତପୁର ଛକ ନିକଟରେ ଦୁଇ ଗଞ୍ଜେଇ ବେପାରୀଙ୍କୁ କାବୁ କରିଥିଲେ । ସେମାନଙ୍କଠାରୁ 10କେଜି 560ଗ୍ରାମର ଗଞ୍ଜେଇ ଜବତ କରିଛି ଯାହାର ମୂଲ୍ୟ 50ହଜାରରୁ ଅଧିକ ହେବ ବୋଲି କହିଛି ପୋଲିସ ।

ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଦୁଇଟି ବାଇକ ମଧ୍ଯ ଜବତ ହୋଇଛି । ଗିରଫ ଦୁଇଜଣ ହେଲେ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ପୂହୁଡି ଗ୍ରାମର ତପନ କୁମାର ମିଶ୍ର ଓ ସରୋଜ କୁମାର ବେହେରା । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.