ETV Bharat / state

ମୌଳିକ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବି: ରଞ୍ଜନ ପଲେଇ - 2019 poll

ଆସନ୍ତା 18 ତାରିଖରେ କବିସୂର୍ଯ୍ୟନଗର ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥର ଏଠାକାର ଭୋଟର କାହାକୁ ବିଧାୟକ ଭାବେ ନିର୍ବାଚିତ କରୁଛନ୍ତି ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଈଟିଭି ଭାରତ
author img

By

Published : Apr 8, 2019, 10:20 AM IST

ବ୍ରହ୍ମପୁର: ନିର୍ବାଚନ ବିଗୁଲ ବାଜିବା ପରେ ସକ୍ରିୟ ହୋଇଉଠିଛି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବିଧାନସଭା ଆସନ । ନିର୍ବାଚନୀ ତାତି ବର୍ତ୍ତମାନ ଠାରୁ ସେଠାରେ ଅନୁଭୂତ ହେଲାଣୀ । ଇତି ମଧ୍ୟରେ ଏହି ଆସନ ପାଇଁ ନିଜ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ସବୁ ଦଳ । ବିଜେପି ପକ୍ଷରୁ ଯୁବନେତା ରଞ୍ଜନ ପଲେଇ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

'ଈଟିଭି ଭାରତ' ପକ୍ଷରୁ ଚାଲିଥିବା ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ଆମେ ଭେଟିଥିଲୁ କବିସୂର୍ଯ୍ୟନଗରର ବିଜେପି ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇଙ୍କୁ । ନିର୍ବାଚନ ଲଢିବା ସମ୍ପର୍କରେ ମତ ରଖି ସେ କହିଛନ୍ତି ଯେ, ବିଧାୟକ ଭାବେ ନିର୍ବାଚିତ ହେବା ପରେ ଏହି ନିର୍ବାଚନମଣ୍ଡଳୀରେ ଥିବା ମୌଳିକ ସମସ୍ୟାର ସମାଧାନ ପାଇଁ ଯଥାସମ୍ଭବ ଉଦ୍ୟମ କରିବି । ଖାସ୍ କରି ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ରୋଜଗାର ଏବଂ ଦାଦନ ଶ୍ରମିକଙ୍କ ଅସୁବିଧା ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରିବି ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଈଟିଭି ଭାରତ

ଆସନ୍ତା 18 ତାରିଖରେ ଏହି ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯିବ । ଏଥର କବିସୂର୍ଯ୍ୟନଗର ଭୋଟର କାହାକୁ ବିଧାୟକ ଭାବେ ନିର୍ବାଚିତ କରୁଛନ୍ତି ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଈଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.