ବ୍ରହ୍ମପୁର : ମାନବବାଦୀ ହେତୁବାଦୀ ସଙ୍ଗଠନ ପକ୍ଷରୁ ସୂର୍ଯ୍ୟପରାଗରେ ସାମୁହିକ ଭୋଜନ କାର୍ଯ୍ୟକ୍ରମ । ବ୍ରହ୍ମପୁର ସିଟି ହାଇସ୍କୁଲ ରୋଡ ସ୍ଥିତ ଚାର୍ବାକ ଭବନ ଠାରେ ଏକ ସଚେତନତା ସଭା ସହିତ ସାମୁହିକ ଭୋଜନ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଥିଲା । ଏହି ସଙ୍ଗଠନ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ପରି ମହାଜାଗତିକ ଘଟଣାକୁ ନେଇ ସମାଜରେ ବିଭିନ୍ନ ପ୍ରକାରର ଭ୍ରାନ୍ତ ଧାରଣା ଓ କୁପ୍ରଥା ରହି ଆସିଥିବା ଦର୍ଶାଇଥିଲା ।
ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଅଭାବରୁ ସାଧାରଣ ଜନତା ବର୍ଷ ବର୍ଷ ଧରି ଚାଲି ଆସିଥିବା ଉପରୋକ୍ତ ଧାରଣା ଗୁଡିକୁ ବିଶ୍ୱାସ କରିଥାନ୍ତି । ତେବେ ବୈଜ୍ଞାନିକ ଧାରଣାର ଆଧାରରେ ଏସବୁ ମହାଜାଗତିକ ଘଟଣା ଗୁଡିକ ପଛରେ ରହିଥିବା ପ୍ରକୃତ ସତ୍ୟକୁ ଅବଗତ କରାଇବା ପାଇଁ ବିଜ୍ଞାନ ଓ ହେତୁବାଦୀ ସଙ୍ଗଠନ ମାନଙ୍କ ପକ୍ଷରୁ ସର୍ବଦା ଚେଷ୍ଟା କରାଯାଇଥାଏ ।
କାର୍ଯ୍ୟକ୍ରମରେ ମାନବବାଦୀ ହେତୁବାଦୀ ସଂଗଠନ ଗଞ୍ଜାମ ଜିଲ୍ଲା ଶାଖାର ସମ୍ପାଦକ କେ. ନାନ୍ଦେଷୁ ସେନାପତି, ଭାଲଚନ୍ଦ୍ର ଷଡଙ୍ଗୀଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଆଜି ଖଣ୍ଡଗ୍ରାସ ବା ଆଶିଂକ ସୂର୍ଯ୍ୟପରାଗ। ଗଳିତ ବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହୋଇଛି। ଏଥିପାଇଁ ଭୋର 4ଟା 57ରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ କରାଯାଇଥିଲା।
ଏହାମଧ୍ୟ ପଢ଼ନ୍ତୁ.ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ଖାଇଲେ ହେତୁବାଦୀ
ଏହି ସମୟରେ ଖାଦ୍ୟ ଖାଇବା ଉଚିତ ନୁହେଁ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି। ହେଲେ ଏହାକୁ ଅନ୍ଧ ବିଶ୍ବାସ ମାନୁଛନ୍ତି ହେତୁବାଦୀ। ଫଳରେ ପରାଗ ସମୟରେ ଡାଲମା ଭାତ ଖାଇଛନ୍ତି ହେତୁବାଦୀ। ସେମାନଙ୍କ ଅନୁସାରେ ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ନଖାଇବା ଏକ ଅନ୍ଧ ବିଶ୍ବାସ। ଏହାକୁ ବଦଳାଇବା ଦରକାର। କାରଣ ସୂ୍ର୍ଯ୍ୟ ଆଉ ଚନ୍ଦ୍ରଙ୍କ ଚଳନ ମହାଜାଗତିକର ଏକ ପ୍ରକ୍ରିୟା। ଏହା ଦ୍ବାରା କୌଣସି କୁ ପ୍ରଭାବ ପଡ଼େ ନାହିଁ।
ଇଟିଭି ଭାରତ, ବ୍ରହ୍ମପୁର