ETV Bharat / state

ସ୍ବାମୀ-ପୁଅ କଲେ ପର, ଖୋଲା ଆକାଶ ତଳେ ମା’କୁ ଛାଡି ଚାଲିଗଲା ଝିଅ

author img

By

Published : Apr 24, 2020, 9:00 PM IST

ବିନାରୀ ନାୟକ । ସ୍ଵାମୀ ଓ ପୁଅ ଦୀର୍ଘ 30 ବର୍ଷ ହେଲା ପଚାରୁ ନାହାନ୍ତି । ବିନାରୀ ପକ୍ଷାଘାତରେ ଆକ୍ରାନ୍ତ ହେଲେ ଆଉ କାମ କରିପାରିଲେ ନାହିଁ ।ଯାହା ଫଳରେ ଝିଅ ଘର ପାଲକଷଣ୍ଢlରେ ରହି ଆସୁଥିଲେ । ଶୁକ୍ରବାର ଝିଅ ବି ହାତ ଛାଡିଦେଲା ଖୋଲା ଆକାଶ ତଳେ ମା କୁ ଛାଡି ଚାଲିଗଲା ।

hlep-less-paralised-old-woman
hlep-less-paralised-old-woman

ଭଞ୍ଜନଗର: ହଜିଗଲା ମାନବିକତା, ଛିନ୍ନ ହେଲା ରକ୍ତ ସମ୍ପର୍କ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗାମୁଣ୍ଡି ଗାଁରେ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଗାଁରେ ଜଣେ ଅସହାୟ ବୃଦ୍ଧାଙ୍କୁ ତାଙ୍କ ଝିଅ ଖୋଲା ଆକାଶ ତଳେ ଅଳିଆ ଗଦାରେ ଶୁଆଇ ଦେଇ ଚାଲିଗଲେ । ଚାଲିବାକୁ ବୃଦ୍ଧା ବିନାରୀ ନାୟକଙ୍କ କ୍ଷମତା ନାହିଁ ।

କଳିଯୁଗର ସନ୍ତାନ, ବୃଦ୍ଧା ମାକୁ ଛାଡିଚାଲିଗଲେ ଆକଶ ତଳେ

ସ୍ଵାମୀ ଓ ପୁଅ ଦୀର୍ଘ 30ବର୍ଷ ହେଲା ପଚାରୁ ନାହାନ୍ତି । କିଛିବର୍ଷ ହେଲା ସେ ଦୁଖଃକଷ୍ଟରେ ଚଳୁଥିଲେ । ବିନାରୀ ପକ୍ଷାଘାତରେ ଆକ୍ରାନ୍ତ ହେଲେ ଆଉ କାମ କରିପାରିଲେ ନାହିଁ । ଯାହା ଫଳରେ ଝିଅ ଘର ପାଲକଷଣ୍ଢlରେ ରହି ଆସୁଥିଲେ । ଶୁକ୍ରବାର ଝିଅ ବି ହାତ ଛାଡିଦେଲା ଖୋଲା ଆକାଶ ତଳେ ମା କୁ ଛାଡି ଚାଲିଗଲା । ବର୍ତ୍ତମାନ ପଡିଆରେ ପଡିଥିବାବେଳେ ରହିବାକୁ ନା ଅଛି ବାସ ଗୃହ ନା ସେବା କରିବାକୁ ଅଛନ୍ତି ବନ୍ଧୁ ପରିଜନ । ଏପରି ସ୍ଥଳେ ସାହିଲୋକେ ଗୋଟିଏ ଅସ୍ଥାୟୀ କୁଡିଆ ଟିଏ କରିଛନ୍ତ । ସେଠାରେ ବୃଦ୍ଧା ମହିଳା ଜଣକ ରହୁଛନ୍ତି ।

କୌଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପହଞ୍ଚି ବୃଦ୍ଧା ଜଣକୁ ଉଦ୍ଧାର କରିଛନ୍ତି ଓ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.