ETV Bharat / state

ଅସହାୟ ଲତାଙ୍କ କରୁଣ କାହାଣୀ: ଓଳିଏ ଖାଇଲେ ଓଳିଏ ଉପାସ, ଲୋଡା ସରକାରୀ ସାହାଯ୍ୟ - ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ କଇଠଗୁଡ଼ି ଗ୍ରାମ

ଅସହାୟ ମହିଳାଙ୍କ ଲତା ମଳିକଙ୍କ ଉପରେ ପରିବାରର ବୋଝ । ପାଞ୍ଚ ପାଞ୍ଚଟି ପିଲାଙ୍କୁ ନେଇ ଏକା ସଂଘର୍ଷ କରୁଛନ୍ତି ଲତା । ସରକାର ଗରିବଙ୍କୁ ଘରଡିହ ଓ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାର ଡିଙ୍ଗୁରା ପିଟୁଛନ୍ତି । ହେଲେ ଏହି ଆବାସ ଯୋଜନା ଏହି ଗରିବ ପରିବାର ପାଇଁ ପାଲଟିଛି ସାତସପନ । ଏ ହେଉଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ କଇଠଗୁଡ଼ି ଗ୍ରାମର ଲତା ମଳିକଙ୍କ କରୁଣ କାହାଣୀ । ଅଧିକ ପଢନ୍ତୁ...

ଲତାଙ୍କ ମୁଣ୍ଡରେ ସଂସାର ରଥ
ଲତାଙ୍କ ମୁଣ୍ଡରେ ସଂସାର ରଥ
author img

By

Published : Feb 13, 2021, 4:11 PM IST

ଭଞ୍ଜନଗର: ସରକାର ଗରିବଙ୍କୁ ଘରଡିହ ଓ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାର ଡିଙ୍ଗୁରା ପିଟୁଛନ୍ତି । ହେଲେ ଏହି ଆବାସ ଯୋଜନା ଏବେ ଗରିବ ପରିବାର ପାଇଁ ପାଲଟିଛି ସାତସପନ । ତେଲିଆ ମୁଣ୍ଡରେ ତେଲ ସଦୃଶ୍ୟ ନା ମୁଣ୍ଡ ଗୁଞ୍ଜିବାକୁ ଅଛି ଛାତ ନା ପେଟକୁ ଅଛି ଦାନା । ଏ ହେଉଛି ଦୁର୍ଗମ ଅଞ୍ଚଳର ତିନି ଅନାଥ ଆଦିବାସୀ ପିଲାର କରୁଣ କାହାଣୀ । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗୋଚ୍ଛା ପଞ୍ଚାୟତର କଇଠଗୁଡ଼ି ଗ୍ରାମ ତଳସାହିର ଜଳନ୍ଧର ମଳିକ ସ୍ତ୍ରୀ କୁଡୁ ମଳିକ ପୁଅ ବିବେକ ଦୁଇଝିଅ ମାମୁନି, ପାପୁନିକୁ ନେଇ ଦୁଃଖେ କଷ୍ଟେ ଚଳୁଥିଲେ । ହେଲେ ଆଜକୁ ଛଅ ବର୍ଷ ହେବ ଜଳନ୍ଧର ଓ କୁଡୁ ତିନି କୁନି କୁନି ପିଲାକୁ ଅନାଥ କରି ଚାଲିଗଲେ ଆରପାରିକୁ । ସେତେ ବେଳକୁ ଦୁନିଆ କଣ ଜାଣିନଥିଲେ ଏହି ତିନି ଅନାଥ ପିଲା ।

ଲତାଙ୍କ ମୁଣ୍ଡରେ ସଂସାର ରଥ

କିନ୍ତୁ ବଡ଼ମା ଲତା ମଳିକ ନିଜେ ବଞ୍ଚିବାକୁ ସଂଘର୍ଷ କରୁଥିବାବେଳେ ଏହି ତିନି ଅନାଥ ନିଷ୍ପାପ ପିଲାଙ୍କୁ କୋଳେଇ ନେଇଥିଲେ । ଲତାର ପୂର୍ବରୁ ସ୍ଵାମୀଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ନିଜର ବି ଦୁଇଟି ସନ୍ତାନ । ଆଉ ଏବେ ତିନିପିଲାଙ୍କୁ ମିଶାଇ ପରିବାରରେ 6 ସଦସ୍ୟ । ତେବେ ଘରର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ଏବେ ବେସାହାରା ହୋଇପଡିଛି ପୁରା ପରିବାର । ପେଟକୁ ୨ ଓଳି ୨ ମୁଠା ଖାଦ୍ୟ ଯୋଗାଡ କରିବା ଏମାନଙ୍କ ପାଇଁ ସମ୍ଭବ ହେଉନାହିଁ । ମାଗିକି ଓଳିଏ ଖାଇଲେ ଆର ଓଳି ଉପାସ । ସେପଟେ ସରକାରୀ ସହାୟତା କହିଲେ ଏମାନଙ୍କୁ କେବଳ ରାସନ କାର୍ଡରେ ମିଳୁଛି କେବଳ 25 କେଜି ଚାଉଳ ।

ଅନ୍ୟପଟେ ଏହି ଆଦିବାସୀ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳେ ଲତା ମଳିକଙ୍କ ପୁଅ କେଉଁ ଆଡେ ଚାଲିଯାଇଛି । ଝିଅ ଅଧାରୁ ପାଠ ଛାଡି ଦେଲା, କାହିଁକି ନା ଦାରିଦ୍ର୍ୟ ଏମାନଙ୍କ ପିଛା ଛାଡ଼ୁନି । ନିଜେ ପଛେ ଭୋକ ଉପବାସରେ ରହିବୁ ଏହି ଅନାଥ ଭାଇ ଭଉଣୀଙ୍କୁ ମଣିଷ କରିବୁ ବୋଲି କୋହ ଭରା କଣ୍ଠରେ କହିଛନ୍ତି ଝିଅ ଆରତୀ ମଳିକ । ଏଭଳି ପରିସ୍ଥିତିରେ ଏହି ପରିବାରକୁ ଆବାସ ଯୋଜନାରେ ଘର, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.