ETV Bharat / state

ଗଜପତିରେ ବର୍ଷା ବିତ୍ପାତ , 4 ବ୍ଲକର 500 ଲୋକ ସ୍ଥାନାନ୍ତରିତ - Heavy Rainfall

ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ସୋମବାର ସକାଳ ଠାରୁ ଲଗାଣ ବର୍ଷା ଲାଗି ରହିଛି । ଯଦିଓ ବାତ୍ୟା ଆଶଙ୍କା ଟଳି ଯାଇଛି, ହେଲେ ଲଗାଣ ବର୍ଷା ଲୋକଙ୍କୁ ବ୍ୟତିବ୍ୟସ୍ତ କରିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ବିପଦ ସଂକୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ସେମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଗଜପତିରେ ବର୍ଷା ବିତ୍ପାତ , 4 ବ୍ଲକର 500 ଲୋକ  ସ୍ଥାନାନ୍ତରିତ

author img

By

Published : Oct 13, 2020, 6:31 PM IST

ଗଜପତି: ଗଭୀର ଅବପାତ ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ ଗଜପତି ଜିଲ୍ଲାରେ ସୋମବାର ଠାରୁ ପ୍ରବଳ ବର୍ଷା ଜାରି ରହିଛି । ଘଡିଏ ପାଇଁ ବି ବର୍ଷା ଥମୁନଥିଲା ବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ସେପଟେ ଲଗାଣ ବର୍ଷା ଜାରି ଥିବାରୁ ପାହା଼ଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଉପୁଜିଛି । ଏଣୁ କାଶୀନଗର, ରା.ଉଦୟଗିରି, ରାୟଗଡ ଏବଂ ଗୁମ୍ମା ଭଳି ୪ ବ୍ଲକର ୫୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇ ରନ୍ଧାଖାଦ୍ୟ ଯୋଗାଯାଉଛି ।

ସ୍ଥାନାନ୍ତରିତଙ୍କ ମଧ୍ୟରେ ଜିଲ୍ଲାର ରା.ଉଦୟଗିରି ବ୍ଲକର ୭୦ ପରିବାର, ଗୁମ୍ମା ବ୍ଲକର ୪୮ଟି ପରିବାର, କାଶୀନଗର ବ୍ଳକର 20ପରିବାର, ରାୟଗଡ ବ୍ଳକ ୭୦ ପରିବାର ରହିଛନ୍ତି । ଯଦି ଆବଶ୍ୟକ ହୁଏ ଅଧିକ ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ କହିଛି । ଏଥିସହ ସମସ୍ତଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇବା ସହ ସ୍ଥିତିର ନିୟନ୍ତ୍ରଣ ପାଇଁ ପ୍ରଶାସନ ଜୋରସୋରରେ ଲାଗିପଡିଛି ।

ଗଜପତିରେ ବର୍ଷା ବିତ୍ପାତ , 4 ବ୍ଲକର 500 ଲୋକ ସ୍ଥାନାନ୍ତରିତ

ଗତ ୨୪ଘଣ୍ଟାରେ ଗଜପତିରେ ହାରାହାରୀ ୯୫.୪୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଲଘୁଚାପ ପ୍ରଭାବରେ 2 ଦିନ ବର୍ଷା ଛେଚୁଥିବାରୁ ଲୋକେ ବାତ୍ୟା ଭୟରେ ଆତଙ୍କିତ । ଆଖି ଆଗରେ ତିତିଲିର ତାଣ୍ଡବ ନାଚି ଉଠୁଛି । ଏଥିଯୋଗୁଁ ଲୋକ ମଧ୍ୟ ସତର୍କ ରହିବା ସହ ପ୍ରଶାସନର ତ୍ବରିତ ପଦକ୍ଷେପକୁ ଗ୍ରହଣ କରିଥିବା ଦେଖାଦେଇଛି । ପ୍ରଶାସନର ପଦକ୍ଷେପକୁ ଲୋକେ ଗ୍ରହଣ କରିବା ସହ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଥିବା ଯୋଗୁଁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେପଟେ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବାରୁ ବଂଶଧାରା ଏବଂ ମହେନ୍ଦ୍ର ତନୟା ନଦୀରେ ଜଳସ୍ତର ବୃଦ୍ଧି ପାଇଛି ।

ଯଦିଓ ଏବେ ସୁଦ୍ଧା ବନ୍ୟା ପରିସ୍ଥିତି ଉପୁଜିନି ହେଲେ ଜଳ ପରିଚାଳନା ଉପରେ ଫୋକସ ରହିଛି । ବଂଶଧାରା ନଦୀର ତଳମୁଣ୍ଡ ଆନ୍ଧ୍ରପ୍ରଦେଶର ହିରମଣ୍ଡଳ ସ୍ଥିତ ଗୋଟା ବ୍ୟାରେଜର ୧୯ଟି ଗେଟକୁ ଖୋଲାଯାଇଛି । ପ୍ରତି ସେକେଣ୍ଡରେ ବ୍ୟାରେଜରୁ ପ୍ରାୟ ୧୧ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୪ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି ।

ତେବେ ଆଜିକୁ 2 ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିଲା ବେଳେ ଆହୁରୀ 2ଟି ଲଘୁଚାପ ପ୍ରଭାବରେ ଆସନ୍ତା 25 ଯାଏଁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଣୁ ଜିଲ୍ଲାବାସୀ ସତର୍କ ସହ ସୁରକ୍ଷିତ ରହିବା ନେଇ ପ୍ରଶାସନ ପ୍ରସ୍ତୁତି କରୁଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.