ETV Bharat / state

ମହିଳାଙ୍କ ସ୍ବାସ୍ଥ୍ୟ ସେବା ପାଇଁ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ

author img

By

Published : Nov 16, 2022, 6:27 PM IST

ଦୁର୍ଗମ ଅଞ୍ଚଳର ମହିଳାଙ୍କ ସ୍ବାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବା ଉପରେ ଗୁରୁତ୍ୱାରୋପ । ଏନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହୋିଯାଇଛି । ଅଧିକ ପଢନ୍ତୁ

ମହିଳାଙ୍କ ସ୍ବାସ୍ଥ୍ୟ ସେବା ପାଇଁ  ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ
ମହିଳାଙ୍କ ସ୍ବାସ୍ଥ୍ୟ ସେବା ପାଇଁ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ

ବ୍ରହ୍ମପୁର: ମହିଳାଙ୍କ ସ୍ବାସ୍ଥ୍ୟ ସେବା ପାଇଁ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ସଦର ମହକୁମ୍ମା ଛତ୍ରପୁର ଠାରେ ଆୟୋଜିତ ହୋଇଯାଇଛି । ଏଥିସହ ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି ।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ୨୨ ଟି ବ୍ଲକର ଶିଶୁ ଓ ମହିଳା ସମନ୍ବିତ ବିଭାଗର ଅଧିକାରୀଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଟିମ୍ ଉପସ୍ଥିତିରେ ଜିଲ୍ଲାରେ ଶିଶୁ ଓ ମହିଳାଙ୍କ ସ୍ବାସ୍ଥ୍ୟ ସେବା ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିସହ ଜିଲ୍ଲାର ଦୁର୍ଗମ ଅଞ୍ଚଳର ମହିଳାଙ୍କୁ ଆହୁରି ଅଧିକ ସ୍ବାସ୍ଥ୍ୟ ସେବା ଯେପରି ପହଞ୍ଚାଇ ପାରିବ ସେନେଇ ମଧ୍ୟ ସ୍ବତନ୍ତ୍ର ଯୋଜନା କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଛି ।

ଅନ୍ୟପଟେ ଜିଲ୍ଲାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମାଆ ଓ ପିଲା ମାନଙ୍କ ପାଇଁ ପ୍ରଦାନ କରାଯାଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀର ବିତରଣ ବ୍ୟବସ୍ଥା । ମହିଳା ମାନଙ୍କ ଅଲଟ୍ରାସାଉଣ୍ଡ ଠାରୁ ଆରମ୍ଭ କରି ରୁଟିନ୍ ଇମ୍ୟୁନାଇସନ୍ କିଭଳି ଏବଂ କେତେ ପ୍ରତିଶତ କାର୍ଯ୍ୟ ହେଉଛି ସେ ନେଇ ସମୀକ୍ଷା କରିଯାଇଥିଲା । ତେବେ ଏନେଇ ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଉମାଶଙ୍କର ମିଶ୍ର, ସ୍ବାସ୍ଥ୍ୟ ବିଭାଗର ଡି.ପି.ଏମ୍ ଶ୍ୟାମ ସୁନ୍ଦର ତ୍ରିପାଠୀ ଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.