ETV Bharat / state

ନଦୀ ପଠାରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରୁ ଉଠିଲା ପରଦା

ସୋରଡା ଥାନା ନିକଟ ନୂଆଗଡ ଗ୍ରାମ ଋଷିକୁଲ୍ୟା ନଦୀ ବାଲିପଠାରୁ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା। ତେବେ ହତ୍ୟାର ଶିକାର ହୋଇଥିଲେ ଭଗବାନ ନାୟକଙ୍କ ହତ୍ୟାକାରୀ ଆଉ କେହି ନଥିଲେ, ବରଂ ନିଜ ସ୍ତ୍ରୀ ଓ ଶାଶୁ ଶଶୂର ତାଙ୍କୁ ମାରି ନଦୀ ବାଲିପଠାରେ ପୋତି ଦେଇଥିଲେ । ଏନେଇ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଆସିକା SDPO । ଅଧିକ ପଡନ୍ତୁ...

ନଦୀ ପଠାରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା; ସ୍ତ୍ରୀ, ଶାଶୂ ଓ ଶଶୂର ଗିରଫ

author img

By

Published : Jun 26, 2021, 1:51 PM IST

ଭଞ୍ଜନଗର: ସୋରଡା ଥାନା ନିକଟ ନୂଆଗଡ ଗ୍ରାମ ଋଷିକୁଲ୍ୟା ନଦୀ ବାଲିପଠାରୁ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା। ଧରାପଡ଼ିଯିବା ଭୟରେ ମୁଣ୍ଡଟିକୁ କାଟି ଅନ୍ୟ କେଉ ସ୍ଥାନରେ ଲୁଚାଇଦେଇଥିଲା ହତ୍ୟାକାରୀ । ହତ୍ୟାର ଶିକାର ହୋଇଥିଲେ ଭଗବାନ ନାୟକ । ତେବେ ହତ୍ୟାକାରୀ ଆଉ କେହି ନଥିଲେ, ନିଜ ସ୍ତ୍ରୀ ଓ ଶାଶୁ ଶଶୂର ତାଙ୍କୁ ମାରି ନଦୀ ବାଲିପଠାରେ ପୋତି ଦେଇଥିଲେ ।

ଆସିକା SDPO ଉମା ଶଙ୍କର ସିଂଙ୍କ ସୂଚନା ମୁତାବିକ, ଭଗବାନ ନାୟକ ଆଠ ବର୍ଷ ତଳେ ଝିଲି ନାୟକଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି । କିନ୍ତୁ ଅଧିକାଂଶ ସମୟରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହୁଥିଲା । ଯାହା ଫଳରେ ସ୍ବାମୀକୁ ରାସ୍ତାରୁ ହଟାଇବାକୁ ପଛେଇଲାନି ସ୍ତ୍ରୀ । ନିଜ ବାପା ମା’ଙ୍କ ସାହାରା ନେଇ ଗତ 18 ତାରିଖ ରାତିରେ ଭଗବାନକୁ ଏକ କାତି ସାହାଯ୍ୟରେ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ନୂଆଗଡ ନଦୀ ବାଲି ପଠାରେ ଶରୀରକୁ ପୋତିଦେଇଥିଲେ ଏବଂ ମୁଣ୍ଡଟିକୁ ଅନ୍ୟତ୍ର ପୋତିଦେଇଥିଲେ ।

ଗତ 22 ତାରିଖରେ ପୋଲିସ ମୁଣ୍ଡ ଓ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଭଗବାନର ସ୍ତ୍ରୀ, ଶାଶୂ, ଶଶୂର ମିଶି ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା ଏବଂ ହାତ୍ୟରେ ବ୍ୟବହୃତ କାତିକୁ ମଧ୍ୟ ଜବତ କରିଛି ପୋଲିସ । ଆଜି(ଶନିବାର) ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଆସିକା SDPO ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.