ETV Bharat / state

ତାସ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ, 8 ଆହତ - ଗୋଷ୍ଠୀ ସଂଘର୍ଷରେ 8 ଆହତ

ତାସ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ, 8 ଆହତ। ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ....

mob lynching in ganjam, 8 injured
ତାସ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ, 8 ଆହତ
author img

By

Published : Sep 14, 2020, 9:34 AM IST

ଭଞ୍ଜନଗର: ଗୋଷ୍ଠୀ ସଂଘର୍ଷରେ 8 ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ କିଛି ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି ।

ତାସ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ, 8 ଆହତ

ସୂଚନା ଅନୁସାରେ, ଗଞ୍ଜାମ ରୁମାଗଡ଼ ଗାଁର ବଡସାହିର ନିବାସ ପାଳ ଓ ମାଧବ ମାଲ୍ଲିକଙ୍କ ମଧ୍ୟରେ ତାସ ଖେଳକୁ ନେଇ ପ୍ରଥମେ ଝଗଡା ଆରମ୍ଭ ହୋଇଥିଲା । ଗ୍ରାମବାସୀ ବୁଝାସୁଝା କରି ଘଟଣାର ସମାଧାନ କରିଥିଲେ । କିନ୍ତୁ ପୁଣି ରାତିରେ ତାହା ଉଗ୍ରରୂପ ନେଇଥିଲା । ଖଣ୍ଡା ଓ ଠେଙ୍ଗାରେ ଦୁଇ ପରିବାର ମଧ୍ୟରେ ମାରପିଟ ହୋଇଥିଲା ।

ଯେଉଁଥିରେ ଉଭୟ ପରିବାରର ୮ ଜଣ ଆହତ ହୋଇଥିଲେ । 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇ ଥିବା ଜଣାପଡିଛି । ଏହି ଘଟଣାକୁ ନେଇ ପୋଲସରା ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.