ETV Bharat / state

ଥମୁନି ଗୋଷ୍ଠୀ ସଂଘର୍ଷ, ଶାନ୍ତି କମିଟି ଡକାଇଲେ ବିଧାୟକ - ଗଞ୍ଜାମ ନ୍ୟୁଜ

ଗଞ୍ଜାମ ବୁଗୁଡ଼ା ଥାନା ଗୋଲିଆ ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଲାଗିରହିଛି । ଯାହାକୁ ନେଇ ଗୋଲିଆ ଗ୍ରାମରେ ଶାନ୍ତି କମିଟି ଡକାଇଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ  ।

santi committee
ଶାନ୍ତି କମିଟି ଡକାଇଲେ ବିଧାୟକ
author img

By

Published : Sep 2, 2020, 7:16 AM IST

ଭଞ୍ଜନଗର: ଶାନ୍ତି କମିଟି ଡକାଇଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ଦୀର୍ଘ ପାଞ୍ଚ ବର୍ଷ ହେବ ଗଞ୍ଜାମ ବୁଗୁଡ଼ା ଥାନା ଗୋଲିଆ ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଲାଗିରହିଛି । ଯାହାକୁ ନେଇ ଗୋଲିଆ ଗ୍ରାମରେ ଶାନ୍ତି କମିଟି ଡକାଇଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ।

ଥମୁନି ଗୋଷ୍ଠୀ ସଂଘର୍ଷ, ଶାନ୍ତି କମିଟି ଡକାଇଲେ ବିଧାୟକ

ସୂଚନା ଅନୁଯାୟୀ, ଦୀର୍ଘ ପାଞ୍ଚ ବର୍ଷ ହେବ ଗୋଲିଆ ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଲାଗିରହିଛି । କେତେବେଳେ ଗ୍ରାମରେ ବୋମାମାଡ ତ କେତେବେଳେ ଗୁଳି ମାଡ ଭଳି ଘଟଣା ଘଟୁଛି । ଏଭଳି ସ୍ଥିତିରେ ଗ୍ରାମରେ ଉତ୍ତେଜନା ଲାଗିରହିଛି ।

ବୋମା ମାଡ ଓ ଗୁଳି ମାଡ଼ ଘଟଣାରେ ପୋଲିସ 6 ଜଣକୁ ଗିରଫ କରିଥିବା ବେଳେ ଗ୍ରାମରେ ଏନେଇ ଉତ୍ତେଜନା ଲାଗିରହିଛି । ଯାହାକୁ ନେଇ ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ସେ ଗ୍ରାମରେ ଏକ ସାଧାରଣ ବୈଠକ ଡକାଇ ଉଭୟ ଗୋଷ୍ଠୀର ଲୋକଙ୍କ ସହ ଆଲୋଚନା କରି ଏକ ଶାନ୍ତି କମିଟି ଗଠନ କରିଛନ୍ତି । ଯେପରିକି ଆଗାମୀ ଦିନରେ ସମସ୍ତେ ଭାଇଚାରାରେ ଚଳିବେ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି । ତେବେ ବିଧାୟକଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣ କେତେଦୂର ସଫଳ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.