ଗଞ୍ଜାମ: ପୁଣି ମାତିଲେ ଛେଳି ଚୋର । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ବରଗାଁ ଉଦିୟ ଗୌଡ଼ଙ୍କ ଗୁହାଳରୁ ଗତ ରାତିରେ 40 ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ଦୁଇଟି ସ୍କର୍ପିଓ ଆସି ବନ୍ଧୁକ ଦେଖାଇ ଛେଳି ଲୁଟିନେଲେ ବୋଲି କହିଛନ୍ତି ଛେଳି ଚାଷୀ। ଖବର ପାଇ ପୋଲିସ ଦୃର୍ବୃତ୍ତଙ୍କ ପିଛା କରିଥିଲେ । ହେଲେ ଗୋଟିଏ ସ୍କର୍ପିଓ ସହ ଚୋର ଫେରାର ହୋଇଯାଇଥିଲା ।
ଦୁଇ ଦିନ ପୂର୍ବେ ଅଢେଇ ଗାଁରେ ମଧ୍ୟ ଗୁହାଳରୁ ଛେଳି ଚୋରି ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ଥରେ ନୁହେଁ ଦୁଇ ଥର ନୁହେଁ ବାରମ୍ବାର ଛେଳି ଚୋରି ହେଉଛି । ଏହାକୁ ନେଇ ଛେଳି ଚାଷୀଙ୍କ ମନରେ ଛନକା ପଶିଯାଇଛି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ