ETV Bharat / state

ଜେଲରେ ମୃତ୍ୟୁ ଅପେକ୍ଷାରେ ସ୍ବାମୀ, ପ୍ରତିପୋଷଣ ପାଇଁ ସରକାରଙ୍କ ଦୁଆରେ ସ୍ତ୍ରୀ - ଦ୍ଵିତୀୟ ସ୍ତ୍ରୀ ସନ୍ତୋଷିନୀ

ଗତ 10 ତାରିଖ ଦିନ ଅଦାଲତ ଟୁକୁନା ଦାସକୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।  ଏହି ଖବର ପାଇଲା ପରେ ପତ୍ନୀ ସନ୍ତୋଶିନୀ ଭାଙ୍ଗି ପଡିଛନ୍ତି । ଅଧିକ ପଢନ୍ତୁ...

ganjam death penalties
ଜେଲରେ ମୃତ୍ୟୁ ଅପେକ୍ଷାରେ ସ୍ବାମୀ, ପ୍ରତିପୋଷଣ ପାଇଁ ସରକାରୀ ଦୁଆରେ ସ୍ତ୍ରୀ
author img

By

Published : Jan 16, 2020, 3:58 PM IST

ଗଞ୍ଜାମ: ଜିଲ୍ଲା ବଡଗଡ ଥାନା ପଟାପାବୁଲି ଗ୍ରାମରେ ରୁହନ୍ତି ଟୁକୁନା ଦାସଙ୍କ ପରିବାର । ପ୍ରଥମ ସ୍ତ୍ରୀ ଅନ୍ୟତ୍ର ଚାଲିଯିବା ପରେ ସାତ ବର୍ଷ ହେବ ଟୁକୁନା ତାଙ୍କ ଶାଳୀ ସନ୍ତୋଶିନୀକୁ ଦ୍ଵିତୀୟ ବିବାହ କରିଥିଲେ ।

ଜେଲରେ ମୃତ୍ୟୁ ଅପେକ୍ଷାରେ ସ୍ବାମୀ, ପ୍ରତିପୋଷଣ ପାଇଁ ସରକାରୀ ଦୁଆରେ ସ୍ତ୍ରୀ

ପ୍ରଥମ ସ୍ତ୍ରୀର ଏକ ଝିଅ ଥିଲା। ହେଲେ ଟୁକୁନା ଦାସ ସନ୍ତୋଶିନୀ ଓ ଲିଜାକୁ ନେଇ ସୁରଟ ଚାଲିଗଲେ । ସେଠାରେ କିଛିଦିନ ଭଲରେ ରହିବାପରେ ଟୁକୁନା ଦାସ ନିଜ ଝିଅକୁ ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ 2017 ମସିହା ଜୁନ ମାସ 17 ତାରିଖରେ ସୁରଟ ପୋଲିସ ଟୁକୁନା ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଗତ 10 ତାରିଖ ଦିନ ଅଦାଲତ ଟୁକୁନା ଦାସକୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଖବର ପାଇଲା ପରେ ସନ୍ତୋଶିନୀ ଭାଙ୍ଗି ପଡିଛନ୍ତି । ପାଖରେ ପଇସା ନାହିଁ । ଦୁଇ ଶିଶୁଙ୍କ ପାଇଁ କିପରି ଖାଇବାକୁ ଯୋଗାଡ଼ କରିବେ ସେ ନେଇ ଚିନ୍ତାରେ ସନ୍ତୋଶିନୀ ।

ଅନ୍ୟପଟେ ଶାଶୂଘର ଲୋକେ ପଚାରୁ ନଥିବାବେଳେ ବାପ ଘର ରାଇପଡ଼ାରେ ରହିଆସୁଛନ୍ତି ସେ । ବାପ ଘରେ ମଧ୍ୟ ଏହି ତିନି ପ୍ରାଣୀକୁ ଖାଇବାକୁ ଦେବାକୁ ସମ୍ଭଳ ନାହିଁ। ଆଉ ଏବେ ରାଇପଡ଼ା ଗ୍ରାମର ଲୋକମାନେ ଚାନ୍ଦା କରି ତାଙ୍କୁ ଖାଇବାକୁ ଦେଉଛନ୍ତି । ହେଲେ ଏମିତି ବା କେତେଦିନ ଚଳିବି ସ୍ବାମୀ ସିନା ଭୁଲ କଲା ସେ ଦଣ୍ଡ ପାଇବ, ମୁଁ କଣ ଭୁଲ କରିଛି ମୋତେ କିଛି ସରକାରୀ ସାହାଯ୍ୟ ଯୋଗାଇ ଦିଆଯାଉ ଏମିତି କିଛି ଅନୁରୋଧ କରିଛନ୍ତି ସନ୍ତୋଶିନୀ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ନିଜ ଝିଅ କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁରାଟ ଅଦାଲତ ଦୋଷୀ ଟୁକୁନା ଦାଶ କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି ଟୁକୁନା ର ଘର ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ପଟାପାବୁଲି ଗ୍ରାମରେ ଟୁକୁନା ପ୍ରଥମ ସ୍ତ୍ରୀ କୁ ଛାଡି ଶାଳୀକୁ ଦ୍ଵିତୀୟ ବିବାହ କରିଥିଲେ ଏହାପରେ ଦ୍ଵିତୀୟ ସ୍ତ୍ରୀ ସନ୍ତୋଷିନୀ ଓ ପ୍ରଥମ ସ୍ତ୍ରୀ ଙ୍କ ଝିଅ କୁ ଧରି ସୁରାଟ ଚାଲିଯାଇଥିଲେ ସେଠାରେ ନିଜ ଝିଅ କୁ ଦୁଷ୍କର୍ମ କରି ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ଏହି ମାମଲାରେ 2017 ମସିହା ଜୁନ ମାସ 17 ତାରିଖରେ ସୁରାଟ ପୋଲିସ ଟୁକୁନା ଦାଶ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏବେ କିଛି ଦିନ ହେଲା ତାଙ୍କୁ ଫାସି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ହେଲେ ଟୁକୁନା ଦାଶ ଙ୍କ ଦ୍ଵିତୀୟ ସ୍ତ୍ରୀ ଙ୍କ ଦୁଇଟି ସନ୍ତାନ ଅଛି ଅଭାବ ଅନାଟନ ରେ ଦିନ କଟୁଥିବାବେଳେ ଆଗକୁ ଏହି ଦୁଇ ସନ୍ତାନ କୁ ନେଇ କିପରି ଚଳିବେ ସେ ନେଇ ଚିନ୍ତାରେ ସନ୍ତୋଷିନୀ Body:ଅନ୍ୟପଟେ ଦୋଷ କରି ଦଣ୍ଡ ପାଇଲା ସ୍ଵାମୀ ମୋର କଣ ଦୋଷ ଯେ ମୁ ଦଣ୍ଡ ପାଉଛି ଶାଶୁ ଘର ଲୋକେ ପଚାରୁ ନାହାନ୍ତି ବାପ ଘରେ ମୋତେ ପୋଷିବାକୁ ସମ୍ଭଳ ନାହିଁ ପିଲାଦୁଇଟିକୁ ଖାଇବାକୁ ଦେବାକୁ ବାର ଦୁଆରେ ବୁଲୁଛି ଏବେ ବାପା ଘର ରାଇପଡା ରେ ରହୁଥିବାବେଳେ ଗ୍ରାମବାସୀ ଙ୍କ ସହାୟତାରେ ଖାଇବାକୁ ଦୁଇମୁଠା ମିଳୁଛି ଏହି ଦୁଇ ଶିଶୁ କୁ ବଞ୍ଚାଇବାକୁ ସରକାରୀ ସାହାଯ୍ୟ ଯୋଗାଇବାକୁ ଆକୁଳ ନିବେଦନ କରିଛନ୍ତି ସନ୍ତୋଷିନୀ
ବାଇଟ -ସନ୍ତୋଷିନୀ ଦାଶ
ବାଇଟ -ସଞ୍ଜୟ କାମ୍ପ (ରାଇପଡା ଗ୍ରାମବାସୀ )Conclusion:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.