ବ୍ରହ୍ମପୁର: ନ୍ୟାଶନାଲ ଡିଫେନ୍ସ ଏକାଡେମୀର ସଦସ୍ୟ ମାନେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିପର୍ଯ୍ୟୟ ମୁକାବିଲା ପରିଚାଳନା ଉପରେ ଆଲୋଚନା କରିଛନ୍ତି । ଭାରତ ସହ ଉଗାଣ୍ଡା ଓ ନେପାଳର ୧୪ ଜଣିଆ ପ୍ରତିନିଧି ଦଳ ବୁଧବାର ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରରେ ପହଞ୍ଚି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟିଥିଲେ ।
ଏହି ପ୍ରତିନିଧି ଦଳ ଜିଲାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ, ବିପର୍ଯ୍ୟୟ ମୁକାବିଲା ପରିଚାଳନା ଉପରେ ଜିଲ୍ଲାପାଳ ବିଜୟ ଅମୃତାଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ମହିଳା ସଙ୍ଘର ଗୋଲାପ ଚାଷ, ସିଲେଇ କେନ୍ଦ୍ର, ଅଙ୍ଗନଓ୍ବାଡି କେନ୍ଦ୍ର ଆଦି ପରିଦର୍ଶନ କରିଛନ୍ତି ଏହି ଦଳ । ଏହି ଗସ୍ତ ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ