ETV Bharat / state

ଜୁଆ ଆଡ୍ଡାରେ ପୋଲିସର ଚଢାଉ, 52 ଗିରଫ

author img

By

Published : Oct 29, 2020, 2:40 PM IST

ଗଞ୍ଜାମ ପାେଲିସକୁ ସଫଳତା । ଗତ ଦୁଇ ଦିନରେ ବ୍ରହ୍ମପୁର ସହରରେ ଚଢାଇ କରି ଅନେକ ଜୁଆଡିଆଙ୍କୁ ଗିରଫ କରିଛି ପାେଲିସ । ଅଧିକ ପଢନ୍ତୁ...

ଗଞ୍ଜାମ ପୋଲିସର ଜୁଆ ଆଡ୍ଡାରେ ଚଢାଉ , 52 ଗିରଫ

ବ୍ରହ୍ମପୁର: ବନ୍ଦ ହେଲା ଜୁଆଡିଆଙ୍କ ଜୁଆ ଖେଳ । ଶାରଦୀୟ ପୂଜାଠାରୁ ଆରମ୍ଭ କରି କୁମାରପୂର୍ଣ୍ଣିମା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଜମିଥାଏ ଜୁଆ ଖେଳର ଆସର । ପରମ୍ପରା ନାମରେ ପରିବାରଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଜମିଥାଏ ତାସ ଖେଳ । ସୂଚନା ପାଇ ପୋଲିସ ବିଭିନ୍ନ ଥାନା ଅଞ୍ଚଳରେ ଚଢାଉ କରିଥିଲା । ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ ଅନେକ ଜୁଆଡ଼ିଙ୍କୁ ଗିରଫ କରିବା ସହ ମୋବାଇଲ ଏବଂ ଟଙ୍କା ଜବତ କରାଯାଇଛି ।

ଜିଲ୍ଲାର କବିସୂର୍ଯ୍ୟନଗର ଥାନା ପୋଲିସ ପକ୍ଷରୁ ଦୁଇଟି ଜୁଆଆଡ୍ଡା ଉପରେ ଚଢାଉ କରାଯାଇ ୧୦ ଜୁଆଡିଙ୍କୁ ଗିରଫ କରି ତାଙ୍କ ଠାରୁ ୩୦ହଜାର ୩୧୦ ଟଙ୍କା ଜବତ କରାଯିବା ସହ ପାଞ୍ଚଟି ମୋବାଇଲ ଜବତ ହୋଇଛି । ସେହିପରି ଜିଲ୍ଲାର ଗାଙ୍ଗପୁର ପୋଲିସ ପକ୍ଷରୁ ମଧ୍ୟ ଦୁଇଟି ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୧୨ଜଣ ଜୁଆଡିଙ୍କୁ ଗିରଫ କରି ୫୦ ହଜାର ୭୨୦ ଟଙ୍କା ଜବତ କରିବା ସହିତ ତିନୋଟି ମୋବାଇଲ ଜବତ କରାଯାଇଛି । ସେହିପରି ଜିଲ୍ଲାର ପୁରଷୋତ୍ତମପୁର ପୋଲିସ ଥାନା ପକ୍ଷରୁ ଥାନା ସାହାପୁର , ବେଢ ଏବଂ ମାଧପୁର ଅଞ୍ଚଳରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ କରି ୧୩ ଜୁଆଡିଙ୍କୁ ଧରିବା ସହିତ ମୋଟ ୩୬ ହଜାର ୪୦୦ ଟଙ୍କା ଜବତ କରାଯାଇଛି ।

ଅନ୍ୟପଟେ ହିଞ୍ଜିଳିକାଟୁ ପୋଲିସ ପକ୍ଷରୁ ନିମିଗାଁଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୯ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ୧୫ହଜାର ୮୦୦ ଟଙ୍କା ଜବତ କରାଯାଇଛି । ସେପଟେ ସଦର ମହକୁମ୍ମା ଛତ୍ରପୁର ଥାନା ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ୮ ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ମୋଟ ୧୫ ହଜାର ୬୫୦ ଟଙ୍କା ଏବଂ ଚୋରୋଟି ମୋବାଇଲକୁ ଜବତ କରାଯାଇଛି । କୁମାରପୂର୍ଣ୍ଣମା ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଜାରି ରହିଛି ଜୁଆ ଆଡ୍ଡା ଉପରେ ଚଢାଉ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.