ETV Bharat / state

ଗଞ୍ଜାମ ଲକ୍‌ଡାଉନ୍‌: ସାହାଯ୍ୟ ଅପେକ୍ଷାରେ 6 ଅଣଓଡିଆ ପରିବାର

author img

By

Published : Mar 29, 2020, 8:31 AM IST

Updated : Mar 29, 2020, 10:42 AM IST

କୋରୋନା ଭାଇରସ ଯୋଗୁଁ ସାରା ଦେଶକୁ ଲକ୍‌ ଡାଉନ୍‌ କରାଯାଇଛି । ଏହି ସମୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲାଡ ଠାରେ ମଧ୍ୟପ୍ରଦେଶର 6ଟି ପରିବାରର ପ୍ରାୟ 32 ଜଣ ଲୋକ ଫସି ରହିଛନ୍ତି । ଭିଟାମାଟିକୁ ଫେରିବାକୁ ରାସ୍ତା ନଥିବାବେଳେ ଭୋକ ଉପାସରେ ଦିନ କାଟୁଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ganjam-lockdown-6-non-odia-families-waiting-for-government-help
ଗଞ୍ଜାମ ଲକ୍‌ ଡାଉନ୍‌: ସରକାରୀ ସାହାଯ୍ୟ ଅପେକ୍ଷାରେ 6 ଅଣଓଡିଆ ପରିବାର

ଭଞ୍ଜନଗର: କୋରୋନା ମହାମାରୀରେ ଲକ୍‌ ଡାଉନ୍‌ରେ ଫସିଲେ ଅଣଓଡିଆ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲାଡ ଠାରେ ମଧ୍ୟପ୍ରଦେଶର ତେଜ ଗଡ ଓ ରାହତ ଗଡ ଅଞ୍ଚଳର 6ଟି ପରିବାରର ପ୍ରାୟ 32 ଜଣ ଭୋକ ଉପବାସରେ ଫସି ରହିଛନ୍ତି ।

ଗଞ୍ଜାମ ଲକ୍‌ଡାଉନ୍‌: ସାହାଯ୍ୟ ଅପେକ୍ଷାରେ 6 ଅଣଓଡିଆ ପରିବାର

ଏହି 6ଟି ପରିବାର ଲୁହାରେ ନିର୍ମିତ ବିଭିନ୍ନ କୃଷି ଉପକରଣ ତିଆରି କରି ରୋଜଗାର କରିବା ଆଶାରେ ଆଜକୁ 10 ଦିନ ତଳେ ଏଠାରେ ଆସି ପହଞ୍ଚିଥିଲେ । ହେଲେ ବିଧିର ବିଧାନ ଅଲଗାଥିଲା । ଏମାନେ ଆସିବାର 3ଦିନ ପରେ କୋରୋନା ମହାମାରୀ ଯୋଗୁଁ ସରକାର ସାରା ଦେଶରେ ଲକ୍‌ ଡାଉନ୍‌ ଘୋଷଣା କଲେ । ସ୍ଥାନୀୟ ପୋଲିସ ଏମାନଙ୍କୁ ରାସ୍ତାକଡରୁ ବ୍ୟବସାୟ କରିବାରୁ ବାରଣ କରିବା ସହିତ ରାସ୍ତା କଡରୁ ହଟେଇ ଦେଲେ । ଯାହା ଫଳରେ ଅସହାୟ ହୋଇ ଏଣେତେଣେ ବୁଲୁଥିଲେ ନା ନିଜ ଭିଟାମାଟିକୁ ଫେରିବାକୁ ରାସ୍ତା ଅଛି ନା ପରିବାର ଚଳାଇବାକୁ ସମ୍ଭଳ ଅଛି । ଦିନେ ଖାଇଲେ ଦିନେ ଉପବାସରେ କଟୁଛି ଦିନ । ସରକାରୀ ସାହାଯ୍ୟ ଅପେକ୍ଷାରେ ଏହି 6 ପରିବାର ଗରିବ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Mar 29, 2020, 10:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.