ETV Bharat / state

ପୁରାତନ କଳାକାରଙ୍କ ପ୍ରୟାସରେ ବଞ୍ଚି ରହିଛି ରାମନାଟକ, ମିଳୁନି ପ୍ରୋତ୍ସାହନ - ଗଞ୍ଜାମର ରାମନାଟକ

ରାମାୟଣ କଥାବସ୍ତୁ ଉପରେ ଆଧାରିତ ପୁରାଣ ବର୍ଣ୍ଣିତ ବିଷୟକୁ ନେଇ ନିଖୁଣ ଭାବରେ ମଞ୍ଚରେ ପରିବେଷଣ କରିଛନ୍ତି କଳାକାର । ଅଧିକ ପଢନ୍ତୁ

ganjam famous rama natak
ବଞ୍ଚି ରହିଛି ରାମନାଟକ
author img

By

Published : May 25, 2023, 3:58 PM IST

ବଞ୍ଚି ରହିଛି ରାମନାଟକ

ବ୍ରହ୍ମପୁର: ଗଞ୍ଜାମରେ ରହିଛି ଅନେକ ଲୋକକଳା ଓ ଲୋକନାଟ୍ୟ । ଆଉ ସେଥିମଧ୍ୟରୁ ଗଞ୍ଜାମର ରାମନାଟକ ଅନ୍ୟତମ । ରାମାୟଣ କଥାବସ୍ତୁ ଉପରେ ଆଧାରିତ ପୁରାଣ ବର୍ଣ୍ଣିତ ବିଷୟକୁ ନେଇ କଳାକାରମାନେ ନିଖୁଣ ଭାବରେ ମଞ୍ଚରେ ପରିବେଷଣ କରିଥାଆନ୍ତି । ରାମାୟଣର ରାମ ବନବାସଠାରୁ ଆରମ୍ଭ କରି ଲଙ୍କା ପୋଡ଼ି ପର୍ଯ୍ୟନ୍ତ ବିଭିନ୍ନ ଦୃଶ୍ୟ ସମୟରେ ମଞ୍ଚରେ କପଡ଼ାରେ ଅଙ୍କିତ ହୋଇଥିବା ଭିନ୍ନଭିନ୍ନ ଦୃଶ୍ୟପଟ୍ଟକୁ ଏଥିରେ ପରିବେଷଣ କରାଯାଇଥାଏ । ରାମନାଟକ ଏକ ପ୍ରକାର ଲୁପ୍ତପ୍ରାୟ ହେବାକୁ ଯାଉଥିବା ବେଳେ ଏଭଳି ସମୟରେ ପୁରାତନ କଳାକାରମାନେ ଏହାକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି । 1961 ମସିହାରୁ ହରିଡାଖଣ୍ଡି ଅଞ୍ଚଳରେ ପରିବେଶିତ ହୋଇ ଆସୁଛି ଏହି ରାମନାଟକ । ଯାହାର ଉଦ୍ୟମ ଆରମ୍ଭ କରିଥିଲେ ସ୍ବର୍ଗତ ରାମାଧିନ ଦାଶ । ଆଉ ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ପୁରାତନ କଳାକାରମାନେ ନିଜସ୍ବ ଉଦ୍ୟମରେ ଏହି ରାମନାଟକର ଆୟୋଜନ କରିଥାଆନ୍ତି ।

ମୁଖ୍ୟତଃ ଲୋକକଳା ଓ ଲୋକସଂସ୍କୃତିକୁ ନେଇ ସାରା ରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲ୍ଲାରେ ରାମନାଟକର ରହିଛି ସ୍ୱତନ୍ତ୍ର ଲୋକପ୍ରିୟତା । ହେଲେ ଏହି ନାଟକ ପ୍ରତି ସରକାରୀ ସହାୟତା ଯୋଗାଇ ଦିଆଗଲେ ହୁଏତ ଏହି ନାଟକ ଆହୁରି ଲୋକପ୍ରିୟ ହୋଇପାରନ୍ତା । ସେପଟେ ପୁରାତନ କଳାକାର ମାନେ ନିଜସ୍ୱ ଉଦ୍ୟମରେ ନିଜ ପରିବାରର ସଦସ୍ୟ ମାନଙ୍କୁ ଏହି ନାଟକକୁ ବଞ୍ଚାଇ ରଖିବାକୁ ଅନୁରୋଧ କରି ଆସୁଛନ୍ତି । ଇତି ମଧ୍ୟରେ ଏହି ନାଟକରେ ବଂଶାନୁକ୍ରମେ ପ୍ରାୟ ଚାରି ପର୍ଯ୍ୟାୟର କଳାକାର ତିଆରି କରାଯାଇ ଏହାକୁ ଅଦ୍ୟାବଧି ମଞ୍ଚସ୍ଥ କରାଯାଉଥିବା ଯୋଗୁଁ ସମସ୍ତେ ବେଶ ଖୁସି ବୋଲି କହିଛନ୍ତି । ପୂର୍ବରୁ ବ୍ରହ୍ମପୁର ସହର ଉପକଣ୍ଠ ଲାଠି, ସୁକୁଣ୍ଡା, ମହୁଡ଼ା ଭଳି ସ୍ଥାନରେ ରାମନାଟକ ଦଳ ରହିଥିବା ବେଳେ ପଞ୍ଚବଟୀ ବନରୁ ଲଙ୍କାପୋଡି ପର୍ଯ୍ୟନ୍ତ ଅନେକ ପୁରାଣ ବିଷୟକୁ ଅଭିନୟ କରୁଥିବା ବ୍ୟକ୍ତିବିଶେଷମାନେ ମୁଖସ୍ଥ କରି ଏହାକୁ ପରିବେଷଣ କରିଥାଆନ୍ତି । ହେଲେ ଏହି ନାଟକ ପ୍ରତି ସରକାରୀ ସହାୟତା ଯୋଗାଇ ଦିଆଗଲେ ନାଟକରେ ଆହୁରି ଉନ୍ନତି ହୋଇପାରନ୍ତା ବୋଲି କହିଛନ୍ତି କଳାକାର ।

ଏହା ମଧ୍ୟ ପଢନ୍ତୁ- ସରିଲା ଶୀତଳ ଷଷ୍ଠୀ ଯାତ୍ରା, ମହାଦେବଙ୍କ ହାତ ଧରିଲେ ମା' ପାର୍ବତୀ

ସେପଟେ ଗଞ୍ଜାମ ଜିଲ୍ଲାରେ ରାମନାଟକର ବିକାଶ ପାଇଁ ଗଞ୍ଜାମ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଉଦ୍ୟମ କରାଯିବ ବୋଲି କହିଛନ୍ତି ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ । ଗଞ୍ଜାମର ରାମନାଟକ ଏକ ପୁରାତନ ନାଟକ ବୋଲି କୁହାଯାଉଥିବା ବେଳେ ସହରର ହରିଡାଖଣ୍ଡି ଅଞ୍ଚଳରେ ଜଣେ ମହନ୍ତଙ୍କ ଉଦ୍ୟମରେ ଏହାକୁ ଆରମ୍ଭ କରାଯାଇଥିଲା । ବହୁ ବାଧାବିଘ୍ନ ସତ୍ତ୍ୱେ ଏହି କଳାକୁ ବଞ୍ଚାଇ ରଖିବା ପାଇଁ ପୁରାତନ କଲାକାରଙ୍କ ପ୍ରୟାସ ଜାରି ରହିଥିବା ବେଳେ ବ୍ରହ୍ମପୁର ସହରରେ ବଞ୍ଚି ରହିଥିବା ରାମ ନାଟକର ବିକାଶ ସହ ଆଗାମୀ ଯୁବପିଢୀଙ୍କୁ ଏଥିପ୍ରତି ଆକୃଷ୍ଟ କରାଇବା ପାଇଁ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.