ETV Bharat / state

ଅବକାରୀ ବିଭାଗର ଚଢାଉ: ୬ ଲକ୍ଷ ୫୦ ହଜାର ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

author img

By

Published : Sep 29, 2021, 9:44 PM IST

ଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାନ୍ତରୁ ୧୦୦ କିଲୋ ଗ୍ରାମରୁ ଊର୍ଦ୍ଧ୍ବ ଗଞ୍ଜେଇ ଅଟୋ ଯୋଗେ ଅଣାଯାଇ ଟ୍ରକରେ ତାମିଲନାଡୁ ଚାଲାଣ ହୋଇଥାନ୍ତା । କାବୁ କଲା କଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ...

ଅବକାରୀ ବିଭାଗର ଚଢାଉ: ୬ ଲକ୍ଷ ୫୦ ହଜାର ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
ଅବକାରୀ ବିଭାଗର ଚଢାଉ: ୬ ଲକ୍ଷ ୫୦ ହଜାର ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାନ୍ତରୁ ୧୦୦ କିଲୋ ଗ୍ରାମରୁ ଊର୍ଦ୍ଧ୍ବ ଗଞ୍ଜେଇ ଅଟୋଯୋଗେ ଅଣାଯାଇ ଟ୍ରକରେ ତାମିଲନାଡୁ ଚାଲାଣ ହୋଇଥାନ୍ତା । ହେଲେ ଖବର ପାଇ ଏହାକୁ କାବୁ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ବ୍ରହ୍ମପୁର ସହର ଉପକଣ୍ଠ ୧୬ ନମ୍ୱର ଜାତୀୟ ରାଜପଥ ହଳଦିଆପଦର ଛକ ଠାରେ ଏଭଳି କାରବାରକୁ ଧରିବାରେ ସକ୍ଷମ ହୋଇଛି ବିଭାଗ ।

ଅବକାରୀ କମିଶନର ଆଶିଷ କୁମାର ସିଂ ଏବଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଗୁଇନ୍ଦା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏଭଳି ଚଢାଉ କରିବା ସମୟରେ ମୋଟ ୧୦୫ କିଲୋଗ୍ରାମ୍ ଗଞ୍ଜେଇକୁ ଜବତ କରିବା ସହିତ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇ ସହ ଅଟୋର ଆନୁମାନିକ ମୂଲ୍ୟ ୬ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଡେପୁଟି ଅବକାରୀ କମିଶନର ରାଜେନ୍ଦ୍ର କୁମାର ଭାତ୍ରା ସୂଚନା ଦେଇଛନ୍ତି ।

ଅଭିଯୁକ୍ତ ଦୁଇ ଜଣ ହେଲେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ସୁଶାନ୍ତ ବେହେରା ଏବଂ ତଳପୁର ଗ୍ରାମର ରାଜେନ୍ଦ୍ର କୁମାର ନାୟକ । ପ୍ରାପ୍ତ ସୂଚନା ଅନୁଯାୟୀ ଗଜପତି ଏବଂ କନ୍ଧମାଳ ଭଳି ବିଭିନ୍ନ ଅଞ୍ଚଳରୁ ନିୟମିତ ଭାବରେ ଅନେକ ଅଭିଯୁକ୍ତ ନିୟମିତ ବ୍ୟବଧାନରେ ବ୍ରହ୍ମପୁର ଦେଇ ଏଭଳି ଗଞ୍ଜେଇ କାରବାର କରି ଆସୁଥିବାବେଳେ ସେମାନଙ୍କୁ ଧରିବା ପାଇଁ କ୍ରମାଗତ ଭାବରେ ଚଢାଉ ଜାରି ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.