ETV Bharat / state

ଲକଡାଉନ ଖୋଲିଲେ ଫେରିବେ ଲୋକେ, ତାଲିକା ପ୍ରସ୍ତୁତ କଲା ଜିଲ୍ଲା ପ୍ରଶାସନ

କେଉଁ ପଞ୍ଚାୟତର କେତେ ଶ୍ରମିକ ରହିଯାଇଛନ୍ତି ତାହାର ତାଲିକା ପ୍ରସ୍ତୁତ କରାଯାଉଛି । ଏହାସହ ଗୁଗଲ ମାଧ୍ୟମରେ ଅନଲାଇନରେ ମଧ୍ୟ ପଞ୍ଜୀକରଣ କରିବା ପାଇଁ କୁହାଯାଇଛି । ଅଧିକ ପଢନ୍ତୁ...

author img

By

Published : Apr 25, 2020, 12:08 AM IST

Updated : Apr 25, 2020, 10:49 AM IST

ଲକଡାଉନ ଖୋଲିଲେ ଫେରିବେ ଲୋକେ, ଜିଲ୍ଲାପାଳଙ୍କ ଆଇସୋଲେସନ୍‌ ସେଣ୍ଟର ଅନୁଧ୍ୟାନ
ଲକଡାଉନ ଖୋଲିଲେ ଫେରିବେ ଲୋକେ, ତାଲିକା ପ୍ରସ୍ତୁତ କଲା ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର: କୋରୋନା ମୁକାବିଲା ପାଇଁ ସାରାଦେଶରେ ଜାରି ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ । ତେବେ ଏହା ଶେଷ ହେବା ପରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲୋକେ ଫେରିବେ । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ।

କେଉଁ ପଞ୍ଚାୟତର କେତେ ଶ୍ରମିକ ରହିଯାଇଛନ୍ତି ତାହାର ତାଲିକା ପ୍ରସ୍ତୁତ କରାଯାଉଛି । ଏହାସହ ଗୁଗଲ ମାଧ୍ୟମରେ ଅନଲାଇନରେ ମଧ୍ୟ ପଞ୍ଜୀକରଣ କରିବା ପାଇଁ କୁହାଯାଇଛି । ସେପଟେ ଜିଲ୍ଲାପାଳ ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିବା ପରେ ସବୁ ଆଇସୋଲେସନ୍‌ ସେଣ୍ଟର ବୁଲି ଅନୁଧ୍ୟାନ କରିଛନ୍ତି । ନିଜେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ପଞ୍ଚାୟତ ଅଫିସକୁ ଯାଇ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜେଇ ଓ କର୍ମଚାରୀଙ୍କ ସହ ଆଲୋଚନା କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଆଇସୋଲେସନ୍ ସେଣ୍ଟରରେ ପାନୀୟ ଜଳ, ଆଲୋକ, ପାଇଖାନା, ଶୋଇବା ପାଇଁ ବେଡ ଭଳି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କିଭଳି ରହିଛି ତାହାକୁ ପ୍ରତ୍ୟକ୍ଷ ଭାବରେ ଅନୁଧ୍ୟାନ କରିଛନ୍ତି । ପ୍ରଥମ ଦିନ ଛତ୍ରପୁର ବ୍ଲକର କଣମଣାଠାରୁ ଆରମ୍ଭ କରି ନରେନ୍ଦ୍ରପୁର, ଭିକାରୀପଲ୍ଲୀ ଭଳି ବିଭିନ୍ନ ଆଇସୋଲସନ ସେଣ୍ଟର ପରିଦର୍ଶନ କରିଥିଲେ । ଏହି ସମୟରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କ ସମେତ ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାର ସମସ୍ତ ୫୦୩ଟି ପଞ୍ଚାୟତରେ ଆଇସୋଲେସନ୍ ସେଣ୍ଟରଗୁଡିକୁ ଜିଲ୍ଲାପାଳ ନିଜେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 25, 2020, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.