ETV Bharat / state

ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ, ସେକ୍ଟର ଅଧିକାରୀଙ୍କୁ ମିଳିବ ପ୍ରଶିକ୍ଷଣ - ଏକକ ସାଧାରଣ ନିର୍ବାଚନ

2024 Election Preparation: ଏକକାଳୀନ ସାଧାରଣ ନିର୍ବାଚନ ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

One Nation One Election
ଏକକ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି
author img

By ETV Bharat Odisha Team

Published : Jan 6, 2024, 12:24 PM IST

ବ୍ରହ୍ମପୁର: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏକକାଳୀନ ସାଧାରଣ ନିର୍ବାଚନ ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପାଇଁ ଜିଲ୍ଲାରେ ଆବଶ୍ୟକ ପଡୁଥିବା ଅଧିକାରୀ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାଗୁଡିକର ପରିଚାଳନା ସଂକ୍ରାନ୍ତରେ ବୈଠକରେ ଆଲୋଚନା କରାଯାଇଛି ।

ସେହିପରି ଜିଲ୍ଲାରେ ନିର୍ବାଚନ ପରିଚାଳନା ସକାଶେ ଆବଶ୍ୟକ ପଡୁଥିବା ନୋଡାଲ ଅଧିକାରୀ, ସେମାନଙ୍କର ପ୍ରଶିକ୍ଷଣ, ନିର୍ବାଚନ ପରିଚାଳନା ସକାଶେ ସାମଗ୍ରୀର ପରିଚାଳନା, ନୋଡାଲ ଅଧିକାରୀମାନଙ୍କର ଯାତାୟତ ବ୍ୟବସ୍ଥା ଏବଂ ସେମାନଙ୍କର କମ୍ପ୍ୟୁଟର ସାଇବର ସିକ୍ୟୁରିଟି ଓ ସୂଚନା ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ, SVEEP, ଆଇନ ଶୃଙ୍ଖଳା, ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍ ପରିଚାଳନା, ବାଲଟ୍ ପେପର, ପୋଷ୍ଟାଲ ବାଲଟ୍, ଭୋଟର ତାଲିକା ଇତ୍ୟାଦି ସମ୍ପର୍କିତ ଆଲୋଚନା କରାଯାଇଛି । ଭୋଟ ଗ୍ରହଣ କେନ୍ଦ୍ରଗୁଡିକରେ ଭୋଟ ଦାତାଗଣ ଏବଂ ଭିନ୍ନକ୍ଷମ ବ୍ୟକ୍ତିଗଣ ଯେଭଳି ସୁବିଧାରେ ଭୋଟ ଦେବେ ସେନେଇ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ବୈଠକରେ କୁହାଯାଇଛି ।

ଗତ ନିର୍ବାଚନ ସମୟରେ ଯେଭଳି ଇଭିଏମ ଦ୍ୱାରା ଭୋଟ ସଂଗ୍ରହ କରାଯାଇଥିଲା ଚଳିତ ଥର ମଧ୍ୟ ସେହିଭଳି ଭୋଟ ପାଇଁ ଖସଡା ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଚଳିତ ମାସ ସେକ୍ଟର ଅଧିକାରୀମାନଙ୍କର ପ୍ରଶିକ୍ଷଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସକାଶେ ସକ୍ଷମ ଆପ୍ କାର୍ଯ୍ୟକାରୀ କରାଯିବ । ଏପରିକି ବୈଠକରେ ରୁଟ୍ ଚାର୍ଟ, ଆବଶ୍ୟକ ପଡୁଥିବା ଯାନର ଆକଳନ କରିବାକୁ କୁହାଯାଇଛି । ଏଥିସହ ଭୋଟ ସଂଗ୍ରହ ନିମିତ୍ତ ଅସୁରକ୍ଷିତ ସ୍ଥାନଗୁଡିକର ଚିହ୍ନଟ କରି ତାହାର ଆନୁସଙ୍ଗିକ ବ୍ୟବସ୍ଥା ଦିଗରେ ବୈଠକରେ ଆଲୋଚନା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- କଂଗ୍ରେସର ଅଭିଯୋଗ ଅମୂଳକ, ଏକକ ନିର୍ବାଚନ ସ୍ବାଗତଯୋଗ୍ୟ ପଦକ୍ଷେପ: ପୃଥ୍ବୀରାଜ

ଅନ୍ୟପଟେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆଗାମୀ ସାଧାରଣ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଅର୍ଥାତ୍ ଫେବୃଆରୀ ୧୫ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ କରି କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛି । ଏଥିସହ ଚାଷ ଜମିକୁ ଜଳ ଯୋଗାଣ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କଲେ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବୈଠକରେ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.