ETV Bharat / state

ମା' ତାରାତାରିଣୀଙ୍କ ନବରାତ୍ର ପୂଜା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି - ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ

ସେପ୍ଟେମ୍ବର ୧୭ ତାରିଖଠାରୁ ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ ମା' ତାରା ତାରିଣୀଙ୍କ ଶୋଡଷ ଉପଚାର ଓ ନବରାତ୍ର ପୂଜା । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ

ମା ତାରାତାରିଣୀଙ୍କ ନବରାତ୍ର ପୂଜା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ

author img

By

Published : Sep 16, 2022, 6:14 PM IST

ବ୍ରହ୍ମପୁର: କାଲିଠୁ ଆରମ୍ଭ ହେଉଛି ମା' ତାରା ତାରିଣୀଙ୍କ ଶୋଡଷ ଉପଚାର ଓ ନବରାତ୍ର ପୂଜା । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଜନସାଧାରଣଙ୍କ ସମାଗମକୁ ଦୃଷ୍ଟିରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂଜା ପଦ୍ଧତି, ସମସ୍ତ ନୀତି ନିୟମ ଏବଂ ଆଇନ ଶୃଙ୍ଖଳା ବାବଦରେ ଆଲୋଚନା କରାଯାଇଥିଲା । ଅନେକ ଦିନ ହେଲା ମାଙ୍କ ହୁଣ୍ଡି ଖୋଲା ଯାଇନାହିଁ । ତହସିଲଦାରଙ୍କ ଉପସ୍ଥିତିରେ ଦିନ ଧାର୍ଯ୍ୟ କରାଯାଇ ଭିଡିଓ ରେକର୍ଡିଂ କରି ହୁଣ୍ଡି ଖୋଲିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସେପ୍ଟେମ୍ବର ୧୭ ତାରିଖଠାରୁ ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ ମାଆଙ୍କ ଏହି ପୂଜା । ବିଗତ ଦୁଇବର୍ଷ କୋଭିଡ୍ କଟକଣା ଯୋଗୁଁ ଜନ ସାଧାରଣଙ୍କୁ ବାଦ ଦେଇ ଶୋଡଷ ପୂଜା ଓ ନବରାତ୍ର ପୂଜା ହୋଇଥିଲା । କୋରୋନା କଟକଣା କୋହଳ ହୋଇଥିବାରୁ ଚଳିତ ବର୍ଷ ମା'ଙ୍କ ପୂଜାରେ ଅଧିକ ଜନ ସମାଗମ ହେବାନେଇ ଆଶା କରାଯାଉଛି । ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରସ୍ତୁତି ବୈଠକ କରାଯାଇଛି । ବିଶେଷ କରି ଆଇନ ଶୃଙ୍ଖଳା, ଯାନ ବାହନ ରଖିବା ସ୍ଥାନ, ଟ୍ରାଫିକ୍ ପରିଚାଳନା, ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ସେବା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମ୍ପର୍କରେ ଆଲୋଚନା କରାଯାଇଛି ।

ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ପ୍ରିୟ ରଞ୍ଜନ ପୃଷ୍ଟି ମାଙ୍କ ପୂଜା ପାଇଁ କିଭଳି ବ୍ୟବସ୍ଥା କରାଗଲେ ଜନ ସାଧାରଣ ଶୃଙ୍ଖଳିତ ପୂଜା କରିପାରିବେ ସେଥିପାଇଁ ନିଜର ମତ ରଖିଥିଲେ । ଜନଗହଳିକୁ ଆଖି ଆଗରେ ରଖି କିଭଳି ଶୃଙ୍ଖଳିତ ଭାବେ ଚଳିତ ବର୍ଷର ପୂଜା ହେବ ସେଥିପାଇଁ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ଗସ୍ତ କରି ପୂର୍ବ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଋଷିକୂଲ୍ୟା ନଦୀରୁ ଜଳ କଳସ ଆଣିବା ବେଳେ ଟ୍ରାଫିକ୍ ବ୍ୟବସ୍ଥା, ରାସ୍ତା ସଫେଇ, ଜଳ ସ୍ବଚ୍ଛ କରିବା ନେଇ ଆଲେଚନା ହୋଇଥିଲା ।

ଅଖଣ୍ଡ ଦୀପ ପାଇଁ, ପୂଜକମାନେ ରହିବା ବ୍ୟବସ୍ଥା, ପ୍ରସାଦ ସେବନ ଇତ୍ୟାଦି ବିଷୟରେ ବୈଠକରେ ସୁବିସ୍ତୃତ ଆଲୋଚନା କରାଯାଇଥିଲା । ବିଶେଷ କରି ସେପ୍ଟେମ୍ବର ୨୬ ତାରିଖ ଠାରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ନବରାତ୍ର ପୂଜା ସମୟରେ ଅଧିକ ଜନ ଗହଳିହେବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ରାସ୍ତା ଓ କୋଠାବାଡି ବିଭାଗର ମୁଖ୍ୟ ତପନ କୁମାର ପାଣିଗ୍ରାହୀ, ବିଡିଏ ସଚିବ ସମ୍ବିତ କୁମାର ରାଉତ, ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା ଉପସ୍ଥିତ ଥିଲେ ।

ସେହିପରି ତହସିଲଦାର ସନ୍ତୋଷ କୁମାର ସାହୁ, ଆର୍.ଡବ୍ଲ୍ୟୁ.ଏସ୍.ଏସ୍. ସହକାରୀ ଯନ୍ତ୍ରୀ ସରୋଜ କୁମାର ପାଢୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ପୁରଷୋତ୍ତପୁର ଭାରପ୍ରାପ୍ତ ଥାନା ଅଧିକାରୀ ପିୟୁଷ ରଞ୍ଜନ ଛୋଟରାୟ, ଏସ୍.ଡି.ପି.ଓ. ସୂର୍ଯ୍ୟମଣୀ ପ୍ରଧାନ, ଟି.କେ.ରେଡ୍ଡୀ, ମନ୍ଦିର ଉନ୍ନୟନ କମିଟି ସଦସ୍ୟ ପ୍ରମୋଦ କୁମାର ପଣ୍ଡା, ପୂଜକ ସଭାପତି ତପନ କୁମାର ରଣା, ବାପୁଜୀ ରଣା ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.