ETV Bharat / state

ନୂଆବର୍ଷରେ ଗଞ୍ଜାମବାସୀଙ୍କୁ ଆଶ୍ବସ୍ଥି: ଦିନକରେ କୋରୋନା ପଜିଟିଭ୍ ଶୂନ

author img

By

Published : Jan 1, 2021, 10:24 PM IST

ନବବର୍ଷରେ ଗଞ୍ଜାମବାସୀଙ୍କ ପାଇଁ ଖୁସି ଖବର । ଜିଲ୍ଲାର ନୂତନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଶୂନ । ଅଧିକ ପଢନ୍ତୁ...

ନୂଆବର୍ଷରେ ଗଞ୍ଜାମବାସୀଙ୍କୁ ଆଶ୍ବସ୍ଥି: ଦିନକରେ କୋରୋନା ପଜିଟିଭ୍ ଶୂନ
ନୂଆବର୍ଷରେ ଗଞ୍ଜାମବାସୀଙ୍କୁ ଆଶ୍ବସ୍ଥି: ଦିନକରେ କୋରୋନା ପଜିଟିଭ୍ ଶୂନ

ବ୍ରହ୍ମପୁର: ନବବର୍ଷରେ ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ଖୁସିର ଖବର । ସାରା ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ କୋରୋନା ସଂକ୍ରମଣ ସଂଖ୍ୟା ଶୂନ । ଜିଲ୍ଲାରୁ କେହି କୋରୋନାରେ ସଂକ୍ରମିତ ହୋଇନଥିବରୁ ଉଭୟ ପ୍ରଶାସନ ଏବଂ ଜିଲ୍ଲାବାସୀଙ୍କୁ ଆଶ୍ବସ୍ଥି ମିଳିଛି ।

ପୁରୁଣା ବର୍ଷର ଶେଷଦିନରେ ଜିଲ୍ଲାରେ ହୋଇଥିବା ମୋଟ ୧୫୦୬ ଜଣ କୋଭିଡ-୧୯ ଟେଷ୍ଟ ରିପୋର୍ଟର ସମସ୍ତ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ ଯୋଗେ ଜଣାଇଛନ୍ତି । ଜିଲ୍ଲାବାସୀ ସରକାରଙ୍କ ନିୟମ ମାନିଥିବାରୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ଏହିଭଳି ସହଯୋଗ ରହିଲେ ଜିଲ୍ଲାରେ ଆକ୍ଟିଭ୍ ମାମଲା ମଧ୍ୟ ଖୁବଶୀଘ୍ର ଜିରୋ ହେବ ବୋଲି ବିଶ୍ୱାସ ରହିଥିବା କୁହାଯାଇଛି ।

ଏପରିକି ଜିଲ୍ଲାରେ ଅଦ୍ୟାବଧି ୭ ଲକ୍ଷ ୧୯ ହଜାର ୫୪୮ ଜଣଙ୍କ କୋଭିଡ୍ ପାଇଁ ସାମ୍ପୁଲ୍ ସଂଗ୍ରହ ହୋଇ ଥିବାବେଳେ ସେଥିରୁ ଅଦ୍ୟାବଧି ଜିଲ୍ଲାରେ ମୋଟ ୨୧ ହଜାର ୮୦୮ ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧ ହଜାର ୫୩୫ ଜଣ ସୁସ୍ଥ ହୋଇ ଥିବାବେଳେ ଆକ୍ଟିଭ୍ ମାମଲା ମାତ୍ର ୧୯ ଜଣ ରହିଛନ୍ତି । ଜିଲ୍ଲାରେ କୋରୋନାରେ ୨୪୬ ଜଣଙ୍କ ମୃତ୍ୟୁ ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.