ETV Bharat / state

କୋଭିଡ ସ୍ଥିତି ଅନୁଧ୍ୟାନ କଲେ ଗଞ୍ଜାମ ଜିଲ୍ଲାପାଳ - କୋଭିଡ ସ୍ଥିତି ଅନୁଧ୍ୟାନ କଲେ ଗଞ୍ଜାମ ଜିଲ୍ଲାପାଳ

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇଲା ଶଯ୍ୟା ସଂଖ୍ୟା ସହ କୋଭିଡ ହେଲଥ ସେଣ୍ଟର । ଅଧିକ ପଢନ୍ତୁ...

କୋଭିଡ ସ୍ଥିତି ଅନୁଧ୍ୟାନ କଲେ ଗଞ୍ଜାମ ଜିଲ୍ଲାପାଳ

author img

By

Published : Apr 25, 2021, 8:30 PM IST

ବ୍ରହ୍ମପୁର: ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଶଯ୍ୟା ସଂଖ୍ଯା ବୃଦ୍ଧି କରାଯାଇଛି । ଏହି କ୍ରମରେ ବ୍ରହ୍ମପୁର ସହରରେ ପ୍ରଶାସନ ପକ୍ଷରୁ ନୂତନ ଭାବରେ ପ୍ରସ୍ତୁତ କରାଯାଇଛି ବିଭିନ୍ନ କୋଭିଡ୍ ହେଲଥ ସେଣ୍ଟର ।

ସହରର ହାଉସିଂ ବୋର୍ଡ ମୀନାକ୍ଷୀନଗର ଠାରେ 150 ଶଯ୍ୟା ବିଶିଷ୍ଟ କୋଭିଡ ହେଲଥ୍ ସେଣ୍ଟରରେ ପ୍ରତ୍ୟେକ ବେଡ ନିକଟରେ ଅକ୍ସିଜେନ୍ ବ୍ଯବସ୍ଥା କରାଯାଇଛି । ସେହିପରି ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର କମିଶନର ଓ ବ୍ରହ୍ମପୁର ଉପଜିଲ୍ଲାପାଳ । ବ୍ରହ୍ମପୁର ସହରର ନଗର ଚିକିତ୍ସାଳୟକୁ ଡେଡିକେଟେଡ୍ କୋଭିଡ୍ ହେଲଥ୍ ସେଣ୍ଟର ଭାବରେ ଘୋଷଣା କରାଯିବା ସହିତ ସେଠାକାର 125 ଟି ଶଯ୍ୟାକୁ ଏହି ଚିକିତ୍ସା ପାଇଁ ସମର୍ପିତ କରାଯାଇଛି ।

କୋଭିଡ ସ୍ଥିତି ଅନୁଧ୍ୟାନ କଲେ ଗଞ୍ଜାମ ଜିଲ୍ଲାପାଳ

୧୦୦ଟି ସାଧାରଣ କୋଭିଡ୍ ରୋଗୀଙ୍କ ପାଇଁ ୨୫ ଟି କୋଲିନ୍ନ ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କ ଚିକିତ୍ସା ନିମନ୍ତେ ରଖାଯାଇଛି । ସେହିପରି ସହରର ଆଇଟିଆଇ ସ୍ଥିତ ଛାତ୍ରୀ ନିବାସ ମଧ୍ଯ ଅନ୍ଯ ଏକ କୋଭିଡ୍ ହେଲ୍‌ଥ ସେଣ୍ଟର ଖୋଲାଯିବା ପାଇଁ ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଥିବାବେଳେ ସେଠାରେ 150 ଶଯ୍ୟା ରଖାଯାଇ ଅକ୍ସିଜେନ୍ ବ୍ଯବସ୍ଥା କରାଯାଇଛି । ଏହା ମଧ୍ଯ ଖୁବଶ୍ରୀଘ୍ର ଆରମ୍ଭ ହେବ ବୋଲି ବ୍ରହ୍ମପୁର ଗ୍ରସ୍ତ ଅବସରରେ ଗଣମାଧ୍ଯମକୁ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ବର୍ତ୍ତମାନ ଅକ୍ସିଜେନ କମ୍ ଥିଲେ ସଂକ୍ରମିତମାନେ ସିଧାସଳଖ ବିଏମ୍‌ସି ସହ ଯୋଗାଯୋଗ କରି ଏହି କୋଭିଡ୍ ହେଲ୍‌ଥ ସେଣ୍ଟରରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇପାରିବେ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.