ETV Bharat / state

କଡାକଡି ହେବ କୋଭିଡ କଟକଣା, ପ୍ରବାସୀଙ୍କୁ ନ ଆସିବା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ - ganjam collector advised residents

କୋରୋନା ସଙ୍କ୍ରମଣ ବୃଦ୍ଧି ପାଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଯାତ୍ରା ଓ ମେଳା ଆୟୋଜିତ ହେବ । ଅଧିକ ପଢନ୍ତୁ...

ଗଞ୍ଜାମରେ କଡାକଡି ହେବ କୋଭିଡ କଟକଣା, ପ୍ରବାସୀଙ୍କୁ ନଆସିବା ପାଇଁ ପରାମର୍ଶ ଦେଲେ ଜିଲ୍ଲାପାଳ

author img

By

Published : Mar 18, 2021, 10:28 PM IST

ବ୍ରହ୍ମପୁର : ଦେଶର ଅନ୍ୟ ରାଜ୍ୟରେ କୋରୋନା ସଙ୍କ୍ରମଣ ବୃଦ୍ଧି ପାଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଯାତ୍ରା ଓ ମେଳା ଆୟୋଜିତ ହେବ । ଏଭଳି ସମୟରେ ଜିଲ୍ଲାରେ କୋଭିଡ କଟକଣାକୁ ସମସ୍ତେ ପାଳନ ଯେପରି କରିବେ ସେନେଇ ଅଧିକ ଦୃଷ୍ଟି ଦେବାକୁ ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କ ଠାରୁ ଆରମ୍ଭ କରି ସହରାଞ୍ଚଳର ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ନେଇ ଆୟୋଜିତ ଭିଡିଓ କନଫେରେନ୍ସ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଗଞ୍ଜାମରେ କଡାକଡି ହେବ କୋଭିଡ କଟକଣା, ପ୍ରବାସୀଙ୍କୁ ନଆସିବା ପାଇଁ ପରାମର୍ଶ ଦେଲେ ଜିଲ୍ଲାପାଳ

ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏ ନେଇ ଜିଲ୍ଲାବାସୀ ଅଧିକ ସତର୍କ ରହିବା ସହିତ ଜିଲ୍ଲାର ଯେଉଁ ପ୍ରବାସୀ ଓଡ଼ିଆ ରହିଛନ୍ତି ସେମାନେ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାକୁ ନଆସିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୧ ଜଣଙ୍କ ଠାରେ ନୂତନ ଭାବରେ କୋଭିଡ ସଙ୍କ୍ରମଣ ଚିହ୍ନଟ ହୋଇଛି । ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କ କୋଭିଡ ଲକ୍ଷଣ ରହିଛି । ସେମାନଙ୍କର ପରୀକ୍ଷା ସହିତ ସେମାନଙ୍କ କଣ୍ରାକ୍ଟ ଟେସିଙ୍ଗ କରାଯାଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ହୋମ୍ ଆଇସୋଲେସନ୍ ସହିତ ନିୟମିତ ଭାବରେ ଅଧିକରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ ଯେପରି ଭେକ୍ସିନ୍ ଦିଆଯିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି ।

ସେପଟେ ଜିଲ୍ଲାରେ ଅପ୍ରେଲ ମାସରେ ଆୟୋଜିତ ହେବାକୁ ଥିବା ବ୍ରହ୍ମପୁରର ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ,ପ୍ରସିଦ୍ଧ ମାଆ ତାରାତାରିଣୀ ଯାତ୍ରା ଏବଂ ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନୃତ୍ୟ , ବାଙ୍କେଶ୍ବରୀ ଯାତ୍ରା, ଦୋଳଯାତ୍ରାରେ ଯେପରି ଗଞ୍ଜାମ ଜିଲ୍ଲାର ଜନସାଧାରଣ ଯୋଗ ଦେବେ, ସମସ୍ତେ ମାସ୍କ ପରିଧାନ କରିବେ, ସାମାଜିକ ଦୂରତା ପାଳନ କରିବା ସହିତ ସମସ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ କଡାକଡି ପାଳନ କରି ବାରମ୍ବାର ହାତ ଧୋଇବେ ସେ ନେଇ ଗୁରୁତ୍ୱ ଦିଆଯିବାକୁ କୁହାଯାଇଛି । ଗଞ୍ଜାମ ଜିଲ୍ଲାବାସୀଙ୍କୁ କିଭଳି ସତର୍କ ରହିବେ ସେ ନେଇ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.