ETV Bharat / state

ଗଞ୍ଜାମରେ ଦୋକାନ ଖୋଲିବାକୁ ଅନୁମତି, ମାସ୍କ ସାନିଟାଇଜର ବାଧ୍ୟତାମୂଳକ - ganjam latest news

ଗଞ୍ଜାମ ଜିଲ୍ଲାରେ ସାମାଜିକ ଦୂରତ୍ବ ପାଳନ କରି ଦୋକାନ ଖୋଲିବା ପାଇଁ ଅନୁମତି । ଦୋକାନ ଆଗରେ ବ୍ୟାରିକେଡ ଓ ମାସ୍କ , ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ସଂନ୍ଧ୍ୟା ୪ ଟା ରୁ ସକାଳ ୫ ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରୀରହିବ । ସରକାରଙ୍କ କୋରୋନା ଗାଇଡ ଲାଇନ ପାଳନ ପାଇଁ ଗଞ୍ଜାମ ଜିଲ୍ଲପାଳ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି ।

ଗଞ୍ଜାମରେ ସାମାଜିକ ଦୂରତ୍ୱ ସହ ଦୋକାନ ଖୋଲିବା ପାଇଁ ଅନୁମତି, ମାସ୍କ ସାନିଟାଇଜର ବାଧ୍ୟତାମୂଳକ

author img

By

Published : Aug 1, 2020, 5:15 PM IST

ବ୍ରହ୍ମପୁର: ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନୂତନ ଅନଲକ୍ -୩ ର ନିୟମ ଜାରି କରାଯାଇ ଥିବା ବେଳେ ସେହି ନିୟମକୁ ନେଇ ଗଞ୍ଜାମ ଜିଲ୍ଲାରେ ଆଗାମୀ ଅଗଷ୍ଟ ୩୧ ପର୍ଯ୍ୟନ୍ତ କିଭଳି ଲକଡାଉନ୍ ନିୟମ ଜାରି ରହିବ ସେ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଗତ ୧୦ ରୁ ୧୫ ଦିନ ଧରି ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଥିବା ବେଳେ ହେଲଥ୍ ସ୍କ୍ରିନିଙ୍ଗ୍ ଏବଂ ଡୋର ଟୁ ଡୋର ସ୍କ୍ରିନିଙ୍ଗ୍ ମାଧ୍ୟମରେ ରୋଗୀଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଥିବାରୁ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୋଟିଏ ପଜିଟିଭ୍ ଚିହ୍ନଟ କରିବା ସହ ପଜିଟିଭ୍ ସହିତ ଆକ୍ଟିଭ୍ କଣ୍ଟ୍ରାକ୍ଟ ରହିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ଏଥିପାଇଁ ଗଞ୍ଜାମ ଜିଲ୍ଲାର ଟିମ୍ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଉଦ୍ୟମ ଜାରି ରଖିଛନ୍ତି । ଲକଡାଉନ୍ ସମୟରେ ଜିଲ୍ଲାବାସୀ ଯେପରି ସମସ୍ତେ ସହଯୋଗ କଲେ କେବଳ ଅତ୍ୟାବଶ୍ୟକୀୟ ଦୋକାନକୁ ଛାଡି ସବୁ ବନ୍ଦ ରହିଲା ସେଥିପାଇଁ ସଂକ୍ରମଣ ବହୁ ମାତ୍ରାରେ କମିଛି । ଏହା ସହିତ ଗଞ୍ଜାମରେ ଜନସାଧାରଣ ସାମଜିକ ଦୂରତା ସହିତ ବିନା ମାସ୍କରେ ବାହାରକୁ ବାହାରୁନଥିବା ଯୋଗୁଁ ସଂକ୍ରମଣକୁ ରୋକିବା ସହ ଆଗାମୀ ଅଗଷ୍ଟ ମାସରେ ସବୁ ପ୍ରକାର ସଚେତନତା କରାଯିବ ସେଥିପ୍ରତି ସମସ୍ତଙ୍କୁ ସହଯୋଗ କାମନା ପାଇଁ ଜିଲ୍ଲାପାଳ କହିଛନ୍ତି ।

ଗଞ୍ଜାମରେ ସାମାଜିକ ଦୂରତ୍ୱ ସହ ଦୋକାନ ଖୋଲିବା ପାଇଁ ଅନୁମତି, ମାସ୍କ ସାନିଟାଇଜର ବାଧ୍ୟତାମୂଳକ

ରାଜ୍ୟ ସରକାରଙ୍କ ସମସ୍ତ ଗାଇଡଲାଇନ୍ ରହିବ । ଜିଲ୍ଲାକୁ ଆସିବା ଏବଂ ଯିବା ପାଇଁ ସହ ବ୍ରହ୍ମପୁର ସହରକୁ ଯାତାୟତ ମଧ୍ୟ ଅଗଷ୍ଟ ମାସ ପାଇଁ ବନ୍ଦ ରହିବ । ଜିଲ୍ଲାରେ କେବଳ ଜରୁରୁକାଳୀନ ଏବଂ ଆବଶ୍ୟକୀୟ ପାସ୍ ଦିଆଯାଇଥିବା ବ୍ୟକ୍ତିଙ୍କୁ କେବଳ ଯାତାୟତ ପାଇଁ ଅନୁମତି । ଚଳିତ ମାସରେ ସକାଳ ୫ ଟା ଠାରୁ ସଂନ୍ଧ୍ୟା ୪ ପର୍ଯ୍ୟନ୍ତ ଦୋକାନ ଖୋଲିପାରିବେ । ସାମାଜିକ ଦୂରତ୍ବକୁ ପାଳନ ନ କଲେ ଜୋରିମାନା ସହିତ ଏତଲା ଦାୟର କରି ଦୋକାନକୁ ସିଲ କରାଯିବ । ଏଣୁ କୋରୋନା ରୋକିବାର ପଞ୍ଚସୁତ୍ର ନିୟମକୁ ସମସ୍ତ ଦୋକାନୀ କଡାକଡି ପାଳନ କରିବାକୁ କୁହାଯାଇଛି । ଏହା ସହିତ ପାନ ,ଗୁଟଖା ବିକ୍ରି ବନ୍ଦ ରହିବ ଛେପ ବାହାରେ ପକାଇବା କଟକଣା ରହିଛି । ସଂନ୍ଧ୍ୟା ୪ ଟା ରୁ ସକାଳ ୫ ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ପାଳନ ଜାରୀରହିବ । ଯେଉଁ ଦୋକାନ ଖୋଲିବେ ସେ ସାମାଜିକ ଦୂରତ୍ବ କୁ ପାଳନ କରିବେ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସାପ୍ତାହିକ ସଟଡାଉନ୍ ଜାରି ରହିବ । ଶନିବାର ଓ ରବିବାର ସଂପୂର୍ଣ୍ଣ ସର୍ଟଡାଉନ୍ ରହିବ । ପ୍ରଶାସନ ପକ୍ଷରୁ ଏହାକୁ ନେଇ କଡାକଡି କରାଯିବା ସହ ମାସ୍କ ପିନ୍ଧିବା ଉପରେ ଏବଂ ସଠିକ୍ ନପିନ୍ଧିଲେ ଜୋରିମାନା କରାଯିବ ।

ଦୁଇ ମିଟର ଦୂରତ୍ବ ସହିତ ମାସ୍କ ପିନ୍ଧିଲେ ସଂକ୍ରମଣକୁ ଅନେକ ମାତ୍ରାରେ ରୋକାଯାଇପାରିବ ବୋଲି କହିଛନ୍ତି ଜିଲ୍ଲାପାଳ । ଏପରିକି ଲକ୍ଷଣ କୁ କେହି ଲୁଚାଇ ରଖନ୍ତୁ ନାହିଁ । ଜିଲ୍ଲାରେ କୋରୋନାରେ ଅନେକ ମୃତ୍ୟୁ ଘଟୁଥିବା ବେଳେ କେବଳ ଅକ୍ସିଜେନ୍ ଲେବଲ୍ କମ୍ ଯୋଗୁଁ ଅନେକ ମୃତ୍ୟୁ ହେଉଥିବା କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୭୧୩୦ ଜଣ କୋରୋନାରେ ଚିକିତ୍ସତ ହୋଇ ସୁସ୍ଥ ହୋଇଥିବା ବେଳେ ଏହା ୬୯ ପ୍ରତିଶତ ବୋଲି କୁହାଯାଉଛି । ରୋଗୀଙ୍କୁ କୋଭିଡ ମେଡିକାଲ ରୁ ଛାଡିବା ବା ଡିସଚାର୍ଜ ସମୟରେ ଆଇ.ସି.ଏମ୍.ଆର୍ ର ଗାଇଡଲାଇନ୍ ଅନୁଯାୟୀ ଡିସଚାର୍ଜ କରାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.