ETV Bharat / state

ଗଞ୍ଜାମରେ ୬୧୦ ପ୍ରଧାନଶିକ୍ଷକଙ୍କୁ ଦିଆଯିବ ସ୍ମାର୍ଟ କ୍ଲାସ ପ୍ରଶିକ୍ଷଣ - ଜିଲ୍ଲାର ଉନ୍ନତି ପାଇଁ ବୈଠକ ଗଞ୍ଜାମ

ଗଞ୍ଜାମର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ । ଶିକ୍ଷା, ସ୍ୱାସ୍ଥ୍ୟ ପରିଷ୍କାର ପରିଚ୍ଛନ୍ନତାକୁ ନେଇ ବହୁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା । ଅଧିକ ପଢନ୍ତୁ...

ଗଞ୍ଜାମରେ ୬୧୦ ପ୍ରଧାନ ଶିକ୍ଷକଙ୍କୁ ଦିଆଯିବ ସ୍ମାର୍ଟ କ୍ଲାସ ପ୍ରଶିକ୍ଷଣ

author img

By

Published : Feb 20, 2021, 10:52 PM IST

ବ୍ରହ୍ମପୁର: ଗଞ୍ଜାମରେ ୬୧୦ ପ୍ରଧାନଶିକ୍ଷକଙ୍କୁ ଦିଆଯିବ ସ୍ମାର୍ଟ କ୍ଲାସ ପ୍ରଶିକ୍ଷଣ । ଶିକ୍ଷକମାନେ ଯେପରି ନିଜ ପାଖରେ ଲାପଟପ୍ କିଣି ରଖିବେ ଏବଂ ପାଠ୍ୟକ୍ରମ ବିଷୟ ବସ୍ତୁ ସେଥିରେ ପ୍ରସ୍ତୁତ କରି ପାୱାର ପ୍ରେଜେଣ୍ଟେସନ୍ ଦ୍ୱାରା ଶିକ୍ଷା ପ୍ରଦାନ କରିବେ ସେ ଦିଗରେ ଆର୍ଥିକ ସହାୟତା ଯୋଗାଇଦେବା ଦିଗରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏକ ଆଲୋଚନା ହୋଇଛି ।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ଅନୁଷ୍ଠିତ ଭିଡିଓ କନଫେରେନସ୍‌ ବୈଠକରେ ଅବଗତ କରାଯାଇଛି । ମିଶନ୍ ଶକ୍ତି ଗୃହ, ପରିଚୟ, ବସ୍ତି ତାଲିକା ପ୍ରଗତି, ସ୍ୱଚ୍ଛ ସର୍ବେକ୍ଷଣ, ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ପୁରଷ୍କାର, ମୋ ଖତ ବିକ୍ରିବଟା, ପରିମଳ ବ୍ୟବସ୍ଥା, ମୋ ୱାର୍ଡ ସଭା, ପ୍ରାତଃ ସମୟରେ ସାଇକେଲରେ ଯାତ୍ରା କରି ପରିମଳ ବ୍ୟବସ୍ଥା ଯାଞ୍ଚ କାର୍ଯ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଗତି, ବିଜ୍ଞାପିତ ଅଞ୍ଚଳରେ ଅବସ୍ଥିତ ଅଙ୍ଗନବାଡି ଗୃହ ଓ ସ୍କୁଲର ଉନ୍ନତି ଇତ୍ୟାଦି ବିଷୟ ନେଇ ସବିଶେଷ ଆଲୋଚନା ହୋଇଛି । ସହରୀ ଅଞ୍ଚଳର ଜୀବନ ଜିବିକା ଯୋଜନାର କାର୍ଯ୍ୟକାରିତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମୀକ୍ଷା କରାଯିବ, ଏଣୁ ଉକ୍ତ ଯୋଜନାରେ ହିତାଧିକାରୀ କିଭଳି ଅଧିକରୁ ଅଧିକ ଲାଭବାନ ହେବେ ଏବଂ ସେମାନଙ୍କ ଜୀବନ ଜୀବିକାର ମାର୍ଗ ସୁଗମ ହୋଇପାରିବ ସେଦିଗରେ ଯାହାସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେଗୁଡିକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାର ସମସ୍ତ ୱାର୍ଡ ସଭା ଆୟୋଜନ କରି ସେଥିରେ ସମସ୍ତ ଲାଇନ ବିଭାଗର ଅଧିକାରୀ କିମ୍ବା ତାଙ୍କ ପ୍ରତିନିଧି ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନ କରନ୍ତୁ । ଏହି ୱାର୍ଡ ସଭାଗୁଡିକ ୱାର୍ଡର ଖୋଲା ସ୍ଥାନରେ ଆୟୋଜନ କରାଯାଇ ଲୋକଙ୍କ ସହିତ ଖୋଲାଖୋଲି ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନର ପଥ ପରିଷ୍କାର ହେବ । ଫଳରେ ଉକ୍ତ ଅଞ୍ଚଳର ବିକାଶ ହୋଇପାରିବ ବୋଲି ଜିଲ୍ଲାରେ ସର୍ବମୋଟ ୨୮୧ ଗୋଟି ଅତ୍ୟାଧୁନିକ ମିଶନ ଶକ୍ତି ଗୃହ ନିର୍ମାଣ ହେବ । ଏଥିପାଇଁ ମିଳିତ କମିଟି ଦ୍ୱାରା ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ କରନ୍ତୁ । ପ୍ରତି ମିଶନ୍ ଶକ୍ତି ଗୃହ ପିଛା ୬ ଲକ୍ଷ୍ୟ ଟଙ୍କା ବ୍ୟୟ କରାଯିବ ଏବଂ ସେଗୁଡିକର ଉପଯୋଗୀ ଯେପରି ଶତ ପ୍ରତିଶତ ହେବ ଏବଂ ସମସ୍ତ ମିଶନ୍ ଶକ୍ତି ଗୃହଗୁଡିକ ଅନନ୍ୟ ଓ ଉତ୍ତମ ମାନର ହେବ ସେଥିପାଇଁ ଅଧିକାରୀ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ପୌର ପରିଷଦ କିମ୍ବା ପୌରାଞ୍ଚଳରେ ରହିଥିବା ପ୍ରାଥମିକ ସ୍କୁଲ ଓ ହାଇସ୍କୁଲ ଗୁଡିକର ରକ୍ଷଣାବେକ୍ଷଣ, ମରାମତି ସ୍ଥାନୀୟ ଅଞ୍ଚଳର ଅଧିକାରୀଙ୍କୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପନ କରିବାକୁ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାର ପ୍ରତି ଅଞ୍ଚଳରେ ଇନଡୋର ଷ୍ଟାଡିୟମ ଓ କ୍ରିକେଟ ଖେଳ ପଡିଆ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସହରାଞ୍ଚଳଗୁଡିକରେ ବେଆଇନ୍ ଜାଗା ଦଖଲକୁ ପ୍ରଶ୍ରୟ ନ ଦେବା ପାଇଁ କୁହାଯାଇଛି । ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ପାଇପ୍ ସଂଯୋଗ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ।

ଆବର୍ଜନା ବିହୀନ ସହର, ସୁନ୍ଦର ପରିଶ୍ରାଗାର ନିର୍ମାଣ ସହିତ କାନ୍ଥବାଡରେ ବିନା ଅନୁମତିରେ ପୋଷ୍ଟର ନ ଲଗାଇବା ଦିଗରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ତତ୍ପରତା ପ୍ରକାଶ କରିବାକୁ କୁହାଯାଇଛି । ମୋ ସରକାର ସେଲରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜଆଡୁ ଲୋକଙ୍କ ସମସ୍ୟା ଓ ସୁବିଧା ଅସୁବିଧା ଦିଗରେ ଟେଲିଫୋନ ଯୋଗେ କଥା ହୁଅନ୍ତୁ ଏବଂ ସମସ୍ୟାରର ସମାଧାନ କରନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିସହିତ ପ୍ରତ୍ୟହ ପୂର୍ବାହ୍ନ ୫ଟା ଠାରୁ ୭ ଟା ମଧ୍ୟରେ ସାଇକେଲ ଯୋଗେ ସହର ପରିଭ୍ରମଣ କରି ସଫେଇ କାର୍ଯ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.