ETV Bharat / state

ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରାଜସ୍ବ ମକଦ୍ଦମା ଫୈସଲା କରାଯାଉ: ଜିଲ୍ଲାପାଳ

author img

By

Published : Jun 23, 2022, 10:28 PM IST

ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରାଜସ୍ବ ମକଦ୍ଦମା ଫୈସଲା କରିବାକୁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲାପାଳ । ଅଧିକ ପଢନ୍ତୁ

ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରାଜସ୍ବ ମୋକଦ୍ଦମା ଫୈସଲା କରି: ଜିଲ୍ଲାପାଳ

ବ୍ରହ୍ମପୁର: ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରାଜସ୍ବ ମୋକଦ୍ଦମା ଫୈସଲା କରିବାକୁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ତହସିଲ ଗୁଡିକର ରାଜସ୍ବ ସମୀକ୍ଷା କରିବା ଅବସରରେ ଗୁରୁବାର ଆୟୋଜିତ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏହି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜସ୍ବ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ନେଇ ରାଜ୍ୟ ସରକାର ସବୁବେଳେ ତତ୍ପରତା ପ୍ରକାଶ କରୁଥିବା କୁହାଯାଇଛି । ଏଣୁ ସମସ୍ତ ତହସିଲ ଗୁଡିକରେ ପଡିରହିଥିବା ମ୍ୟୁଟେସନ୍ କେଶ୍ କେତେ କରିଛି, କେତେ ଗୋଟି ଖାରଜ କରାଯାଇଛି ଏବଂ ଏହାର କାରଣ, କେତେ ଗୋଟି ମକଦ୍ଦମା ଫୈସଲା ନିମନ୍ତେ ରହିଛି ତାହାର ତଥ୍ୟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ।

ସୈରାତ ଉତ୍ସ ଗୁଡିକର ବିନିଯୋଗ କେଉଁଭଳି କରାଯାଉଛି । ବେବନ୍ଦୋବସ୍ତ, ଗ୍ରାମ କଣ୍ଟ ପରମଭୋଗ, ଫାଇଭ୍-ଟି ଅନ୍ତର୍ଗତ ସ୍କୁଲ ଗୁଡିକ ରୂପାନ୍ତରିତ କ୍ଷେତ୍ରରେ କେତୋଟି ସ୍କୁଲକୁ ପଟ୍ଟା ହସ୍ତାନ୍ତରିତ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଅଛି ଏବଂ ଭୂ-ଅର୍ଜନ ସମ୍ପର୍କିତ ସମସ୍ତ ବିଷୟ ନେଇ ଜିଲ୍ଲାପାଳ ଅବଗତ କରାଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟରଞ୍ଜନ ପୃଷ୍ଟି ସମସ୍ତ ତହସିଲ ଠାରେ ରହିଥିବା ମ୍ୟୁଟେସନ କେଶ୍, ଗ୍ରାମକଣ୍ଟ ପରମଭୋଗ, ସୈରାତ ଉତ୍ସ ପରିଚାଳନା, ଆର୍.ଓ.ଆର୍, ଜମିବିହୀନ ପରିବାରଙ୍କୁ ଗ୍ରାମ୍ୟ ଗୃହ ଯୋଗାଣ ପଟ୍ଟା ପ୍ରଦାନ ସମ୍ପର୍କିତ ସମୀକ୍ଷା କରିବା ସହିତ ସରକାରଙ୍କ ଠାରେ ୟୁ.ସି ଦାଖଲ ସମ୍ପର୍କିତ ସମସ୍ତ ଆଲୋଚନା କରିଥିଲେ । ଖଣି ଖାଦାନ ଉପରେ ଅଧିକ ଦୃଷ୍ଟି ଦେବାକୁ ଏବଂ ଚଢାଉ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ତହସିଲ ଗୁଡିକରେ ପଡିରହିଥିବା କେଶ୍ ଗୁଡିକର ସବିଶେଷ ତଥ୍ୟ ଜିଲ୍ଲାକୁ ଦେବା ପାଇଁ କୁହାଯାଇଛି । ଜିଲ୍ଲା ସ୍ତରରେ ସେହି ସବୁ ତଥ୍ୟକୁ ଆଧାର କରି ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ସମ୍ପୃକ୍ତ ତହସିଲକୁ ପ୍ରଦାନ କରାଯିବ । ଉକ୍ତ ସମୟ ମଧ୍ୟରେ ତହସିଲଦାର ଗଣ ଫୈସଲା କରିବେ ଏବଂ କେଶ୍ ଗୁଡିକର ସଂଖ୍ୟା ଯେପରି ଜିରୋ ହେବ ସେହି ଦିଗରେ ଯତ୍ନଶୀଳ ହେବେ । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବି. କୀର୍ତ୍ତିଭାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, ଡେପୁଟି କଲେକ୍ଟର (ରାଜସ୍ବ) ରାଜ କିଶୋର ଜେନା, ସମସ୍ତ ତହସିଲର ତହସିଲଦାର ଓ ଅତିରିକ୍ତ ତହସିଲଦାରଗଣ ଏବଂ ରାଜସ୍ବ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.