ETV Bharat / state

ତିନି ଅନାଥ ଶିଶୁଙ୍କୁ ଭେଟିଲେ ଗଞ୍ଜାମ ଜିଲ୍ଲାପାଳ, ପାଠପଢା ପାଇଁ ପ୍ରଶାସନ ଯୋଗାଇବ iPAD - ଗଞ୍ଜାମ ଅନାଥ ଶିଶୁଙ୍କୁ ପାଠ ପଢା ପାଇଁ ପ୍ରଶାସନ ଯୋଗାଇବ ନୋଟପେଡ

ଗଞ୍ଜାମ ଜିଲ୍ଲାର ଗୋଟିଏ ପରିବାରର ତିନି ଅନାଥ ଶିଶୁ ଅନେକ କଷ୍ଟରେ ଜୀବନ ବିତାଉଥିବା ଜଣାପଡିବା ପରେ ଏହି ଶିଶୁଙ୍କୁ ଘରେ ପହଞ୍ଚି ସାକ୍ଷାତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ତିନି ଅନାଥ ଶିଶୁଙ୍କ ସାକ୍ଷାତ କଲେ ଗଞ୍ଜାମ ଜିଲ୍ଲାପାଳ, ପାଠ ପଢା ପାଇଁ ପ୍ରଶାସନ ଯୋଗାଇବ ନୋଟପେଡ

author img

By

Published : Jun 6, 2021, 7:23 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୋଟିଏ ପରିବାରର ତିନି ଅନାଥ ଶିଶୁ ଅନେକ କଷ୍ଟରେ ଜୀବନ ବିତାଉଥିବା ଜଣାପଡିବା ପରେ ଏହି ଶିଶୁଙ୍କୁ ଘରେ ପହଞ୍ଚି ସାକ୍ଷାତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସାନଖେମୁଣ୍ଡି ବ୍ଲକ ପାଟପୁର ବଟେଶ୍ୱର ଛକ ଠାରେ ପହଞ୍ଚି ପିତା ମାତାଙ୍କୁ ହରାଇ ବେସାହାରା ହୋଇଥିବା ୩ ଶିଶୁଙ୍କୁ ସ୍ୱାସ୍ଥ୍ୟ ପଚାରି ବୁଝିବା ସହିତ ସେମାନେ ଯେଉଁଠାରେ ପାଠ ପଢୁଥିଲେ, ଅନଲାଇନରେ କ୍ଳାସ କରିବା ପାଇଁ ପ୍ରଶାସନ ପକ୍ଷରୁ ଏହି ଶିଶୁ ମାନଙ୍କୁ ଆଇପ୍ୟାଡ୍ ଯୋଗାଇବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ତିନି ଅନାଥ ଶିଶୁଙ୍କ ସାକ୍ଷାତ କଲେ ଗଞ୍ଜାମ ଜିଲ୍ଲାପାଳ, ପାଠ ପଢା ପାଇଁ ପ୍ରଶାସନ ଯୋଗାଇବ ନୋଟପେଡ

ସୂଚନାନୁଯାୟୀ ପାଟପୁର ବଟେଶ୍ବର ଛକ ନିକଟରେ ରହୁଥିବା ତିନି ଜଣ ଶିଶୁଙ୍କ ବାପା ଉପେନ୍ଦ୍ର ରେଡ୍ଡୀଙ୍କ ଗତ ୫ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବା ବେଳେ କିଛି ଦିନ ତଳେ ମାଆ ସବିତାଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି । ଯାହା ଫଳରେ ତିନି ଶିଶୁ ଏବେ ବେସାହାରା ହେବା ସହ ସେମାନଙ୍କ ରକ୍ଷଣାବେକ୍ଷଣ ଏବଂ ଭବିଷ୍ୟତ କିପରି କରିପାରିବେ ଏନେଇ ଗ୍ରାମବାସୀ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବୀ କରିଥିଲେ ।

ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଗତ ଦୁଇ ଦିନ ତଳେ ସ୍ଥାନୀୟ ବ୍ଲକ ପ୍ରଶାସନ ଅଧିକାରୀ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପକ୍ଷରୁ କିଛି ସହାୟତା ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନିଜସ୍ଵ ପାଣ୍ଠିରୁ ୧୦ ହଜାର ଟଙ୍କା, ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଓ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏପରିକି ସେମାନଙ୍କୁ ଆଗାମୀ ଦିନରେ ସମସ୍ତ ସରକାରୀ ଯୋଜନାରେ ସାମିଲ ସାମିଲ୍ କରାଯିବ ବୋଲି କୁହାଯାଇଛି । ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ, ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ସରପଞ୍ଚ ଟି. ବାବୁ ସୁବୁଦ୍ଧି, ସମିତି ସଭ୍ୟ ପ୍ରତିନିଧି ପ୍ରଶାନ୍ତ ସ୍ୱାଇଁ ସମେତ କିଛି ବିଦ୍ୟାଳୟ ଶିକ୍ଷକ ଏବଂ ସିଆରସିସି ମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.