ETV Bharat / state

ଆସିକା ଚିନି କଳର ଆଧୁନିକୀକରଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ୨ ମାସ ଭିତରେ କାର୍ଯ୍ୟ ଆରମ୍ଭ କରାଯାଉ - ଆଧୁନିକିକରଣ ହେବ ଆସିକା ଚିନିଶିଳ୍ପ

ଗଞ୍ଜାମ ଜିଲ୍ଲା ଆସିକାରେ ଥିବା ଚିନି ଶିଳ୍ପର ଆଧୁନିକୀକରଣ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏହାକୁ ନେଇ ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

ଆସିକା ଚିନି କଳର ଆଧୁନିକିକରଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

author img

By

Published : Dec 28, 2021, 7:18 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକାରେ ଥିବା ଚିନି ଶିଳ୍ପର ଆଧୁନିକୀକରଣ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏହାକୁ ନେଇ ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ଆସିକା ଗସ୍ତରେ ଯାଇ ଚିନିଶିଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି । ଏହାପରେ ବହୁ ପୁରାତନ ଏହି ଚିିନିଶିଳ୍ପକୁ ଆଧୁନିକୀକରଣ କରିବା ପାଇଁ ଆବଶ୍ୟକୀୟ ମତାମତ ସହ ସୁଦକ୍ଷ ବ୍ୟକ୍ତିବିଶେଷଙ୍କ ଠାରୁ ପରାମର୍ଶ ନେଇ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲପାଳ ।

ଆସିକା ଚିନି କଳର ଆଧୁନିକିକରଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଆସିକା ଚିନି କଳର ଆଧୁନିକିକରଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ତା ସହିତ ମୋଟ ୬ କୋଟି ୪୪ ଲକ୍ଷ ଅର୍ଥ ବିନମୟରେ ତିଆରି ଡିଷ୍ଟାଲାରୀ ପ୍ଲାଣ୍ଟ ଆଗାମୀ ଦୁଇ ମାସ ମଧ୍ୟରେ କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସିକା ବଟଲିଙ୍ଗ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଆଖୁ ପ୍ରୋସେସିଂ ପ୍ଲାଣ୍ଟ ୟୁନିଟ୍‌ ଆଗାମୀ ଜାନୁଆରୀ ୧୦ ସୁଦ୍ଧା ଯେପରି କାର୍ଯ୍ୟକ୍ଷମ ହେବ ସେଦିଗରେ ଧ୍ୟାନ ଦେବାକୁ କହିଛନ୍ତି ଜିଲ୍ଲାପାଳ ।

ଜ଼ିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ପରିଚାଳନା ନିର୍ଦ୍ଦେଶକ ମନୋରଞ୍ଜନ ନାୟକ, ସମବାୟ ସମିତିର ଉପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ଦାଶ, ଚିନି କଳର ସମ୍ପାଦକ ଚନ୍ଦ୍ରଶେଖର ରେଡ୍ଡିଙ୍କ ସମେତ କାରଖାନାର ଅନ୍ୟାନ୍ୟ କର୍ତ୍ତୃପକ୍ଷ ଏବଂ ବୈଷୟିକ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.