ETV Bharat / state

ତୃତୀୟ ଲହରରୁ ସୁରକ୍ଷା ପାଇଁ ଟିକା ହିଁ ଏକମାତ୍ର ଅସ୍ତ୍ର: ଜିଲ୍ଲାପାଳ - ଗଞ୍ଜାମ ଜିଲ୍ଲାପାଳ କୋରୋନା ବାର୍ତ୍ତା

ତୃତୀୟ ପର୍ଯ୍ୟାୟ ଲହରରୁ ସୁରକ୍ଷିତ ରହିବା ପାଇଁ ଟିକା ହିଁ ଏକମାତ୍ର ଅସ୍ତ୍ର । ଏଣୁ, ଜିଲ୍ଲାର ସମସ୍ତ ଜନସାଧାରଣ ଯେପର୍ଯ୍ୟନ୍ତ ଶତପ୍ରତିଶତ ଟିକା ଗ୍ରହଣ କରି ନାହାନ୍ତି ସେପର୍ଯ୍ୟନ୍ତ ପଞ୍ଚସୂତ୍ରୀ ନିୟମ ନିଶ୍ଚିତ ରୂପେ କଡାକଡି କରାଯିବ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଅଧିକ ପଢନ୍ତୁ...

ତୃତୀୟ ଲହରରୁ ସୁରକ୍ଷା ପାଇଁ ଟିକା ହିଁ ଏକମାତ୍ର ଅସ୍ତ୍ର: ଜିଲ୍ଲାପାଳ

author img

By

Published : Jun 29, 2021, 10:36 AM IST

ବ୍ରହ୍ମପୁର: ତୃତୀୟ ପର୍ଯ୍ୟାୟ ଲହରରୁ ସୁରକ୍ଷିତ ରହିବା ପାଇଁ ଟିକା ହିଁ ଏକମାତ୍ର ଅସ୍ତ୍ର । ଏଣୁ, ଜିଲ୍ଲାର ସମସ୍ତ ଜନସାଧାରଣ ଯେପର୍ଯ୍ୟନ୍ତ ଶତପ୍ରତିଶତ ଟିକା ଗ୍ରହଣ କରି ନାହାନ୍ତି ସେପର୍ଯ୍ୟନ୍ତ ପଞ୍ଚସୂତ୍ରୀ ନିୟମ ନିଶ୍ଚିତ ରୂପେ କଡାକଡି କରାଯିବ । ସମସ୍ତ ଟୀକାକରଣ କେନ୍ଦ୍ର ଗୁଡିକରେ ସଠିକ୍ ବ୍ୟବସ୍ଥା କରିବାକୁ ସମସ୍ତ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ଅବଗତ କରାଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ସମସ୍ତ ଜିଲ୍ଲାବାସୀ ମାସ୍କ ବ୍ୟବହାରକୁ ନିଜ ଜୀବନ ଶୈଳୀରେ ବ୍ୟବହାର କରିବାର ଅଭ୍ୟାସ କରନ୍ତୁ, ତେବେ ଯାଇ ସମସ୍ତ ଭାଇରାଲ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିପାରିବେ । ତତସହିତ ହାତ ଧୋଇବା ଅଭ୍ୟାସ ଜାରି ରଖିବା ଆଜିର ଆହ୍ବାନକୁ ପାଳନ କରିବାକୁ ଜିଲ୍ଲାପାଳ ସମସ୍ତ ଜନସାଧାରଣଙ୍କୁ ଜଣାଇଛନ୍ତି ।

ତୃତୀୟ ଲହରରୁ ସୁରକ୍ଷା ପାଇଁ ଟିକା ହିଁ ଏକମାତ୍ର ଅସ୍ତ୍ର: ଜିଲ୍ଲାପାଳ

ସମ୍ପ୍ରତି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଜନସାଧାରଣ ଶତକଡା ୮୭ ପ୍ରତିଶତ ପ୍ରଥମ ଟିକା ଗ୍ରହଣ କରିଥିବା ପ୍ରକାଶ କରିଥିଲେ । ସେହିଭଳି ପ୍ରତି ବ୍ଲକରେ କେତେ ସଂଖ୍ୟକ ଏବଂ କେତେ ପ୍ରତିଶତ ଲୋକେ ପ୍ରଥମ ଟିକା ଗ୍ରହଣ କରିଛନ୍ତି ତାହା ଜିଲ୍ଲାପାଳ ତର୍ଜମା କରିଥିଲେ । ତୃତୀୟ ପର୍ଯ୍ୟାୟ ଲହରରୁ ସୁରକ୍ଷିତ ରହିବା ପାଇଁ ଟିକା ହିଁ ଏକ ମାତ୍ର ଅସ୍ତ୍ର ବୋଲି ଜିଲ୍ଲାପାଳ କହିଥିଲେ ।

ସମସ୍ତ ଅଞ୍ଚଳରେ ସ୍ବାବ ସଂଗ୍ରହ ସଂଖ୍ୟା ଅଧିକ କରି ପରୀକ୍ଷା କରିବାକୁ କୁହାଯାଇଛି । କୋରୋନା ସହିତ ଜୀବନ ଶୈଳୀକୁ ଅଭ୍ୟାସରେ ପରିଣତ କରି ଉନ୍ନୟନ କାର୍ଯ୍ୟ ଚାଲୁ ରହିବ । ଜିଲ୍ଲାରେ ରହିଥିବା ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଦିଗରେ ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ କାର୍ଡ ପ୍ରଦାନ ଦିଗରେ ବ୍ୟବସ୍ଥା କରିବାକୁ କୁହାଯାଇଛି । ଜିଲ୍ଲାର ପ୍ରତି ଅଞ୍ଚଳରେ ଇନଡୋର୍ ଷ୍ଟାଡିୟମ୍ ନିର୍ମାଣ ହେବ । ଏଥି ସକାଶେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିରକାରୀ ଗଣ ସ୍ଥାନ ନିରୂପଣ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସପ୍ତାହର ପ୍ରତ୍ୟେକ ସୋମବାର ଦିନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ଅନୁଷ୍ଠିତ ହେବ । ସପ୍ତାହକ ପର୍ଯ୍ୟନ୍ତ ଯାହା କାର୍ଯ୍ୟ ଦିଆଯିବ ତାହା ନିଜ କାର୍ଯ୍ୟାଳୟର ନିୟମିତ କାର୍ଯ୍ୟ ସହ ପ୍ରଦାନ କରାଯାଇଥିବା କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳ ଜଣାଇଥିଲେ । ସୋମବାର ଦିନ ପ୍ରଦାନ କରାଯାଇଥିବା କାର୍ଯ୍ୟ ଶନିବାର ସୁଦ୍ଧା ଶେଷ ହେବ କିମ୍ବା ଉକ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଶନିବାର ଆଲୋଚନା ହେବ । ଅଧିକାରୀଙ୍କ ଠାରେ ଯଦି କିଛି ନୂତନ ଚିନ୍ତାଧାରା ସୃଷ୍ଟି ହୁଏ ତାହାକୁ ମଧ୍ୟ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା ବିମର୍ଶ କରି ତାହା କିଭଳି ଜିଲ୍ଲାରେ କାର୍ଯ୍ୟକାରୀ ହେବ ସେ ଦିଗରେ ପ୍ରୟାସ କରିବା ପାଇଁ ଜିଲ୍ଲାପାଳ ପ୍ରବର୍ତ୍ତାଇଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.