ବ୍ରହ୍ମପୁର: ପ୍ଲାଷ୍ଟିକ ଦେଲେ ରେଶମ ସହରରେ ବିଦ୍ୟାର୍ଥୀ ପାଇବେ ଚକୋଲେଟ । ବ୍ରହ୍ମପୁରରେ ପ୍ରଶାସନ ପକ୍ଷରୁ ଏଣେ ତେଣେ ପଡ଼ିଥିବା ପ୍ଲାଷ୍ଟିକ୍ ଗୁଡିକର ସଂଗ୍ରହ ଓ ରିସାଇକ୍ଲିନ୍ ଉପରେ ଅଧିକ ଗୁରୁତ୍ବ ଦିଆଯିବାକୁ ସ୍ଥିର ହୋଇଛି । ଯାହାକୁ ନେଇ ସହରରେ ବିଦ୍ୟାର୍ଥୀମାନଙ୍କୁ ସଚେତନତା କରାଯିବା ସହ ପ୍ଲାଷ୍ଟିକ ଫେରାଇଲେ ଚକୋଲେଟ ପାଇବେ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଏପରି ଘୋଷଣାର ପ୍ରାଥମିକା ହେଲା ଲୋକମାନଙ୍କୁ ଆକୃଷ୍ଟ କରିବା ଓ ସଚେତନ କରିବା ।
ଏନେଇ ସମସ୍ତ ବ୍ୟବସାୟୀମାନେ ଅଧିକ ଗୁରୁତ୍ବ ଦେବାକୁ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି । ଏଥିସହ ବିଦ୍ୟାର୍ଥୀମାନେ ଯଦି ୩ଶହ ଗ୍ରାମର ପ୍ଲାଷ୍ଟିକ୍ ସଂଗ୍ରହ କଲେ ଛୋଟିଆ ଚକଲେଟ୍, ୬୦୦ ଗ୍ରାମ ବଡ ଚକଲେଟ୍ , ୯୦୦ ଗ୍ରାମ ଦେଲେ 3ଟି ଏବଂ ଏକ କିଲୋଗ୍ରାମ ପାଇଁ ଚାରୋଟି ଚକଲେଟ୍ ପାଇବେ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ