ETV Bharat / state

ଗଞ୍ଜାମ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ: ୨୦୨୪ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ

author img

By

Published : Jan 29, 2023, 9:04 AM IST

ଗଞ୍ଜାମ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୪ ପାଇଁ ଦଳ ଖସଡ଼ା ପ୍ରସ୍ତୁତ କରିଛି ଦଳ । ଅଧିକ ପଢନ୍ତୁ

କାର୍ଯ୍ୟକାରିଣୀ ବୈଠକ
କାର୍ଯ୍ୟକାରିଣୀ ବୈଠକ
କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର: ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ସଜବାଜ ହେଉଛନ୍ତି ପ୍ରମୁଖ ଦଳ । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଋଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଗତକାଲି(ଶନିବାର) ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୃଣମୂଳ ସ୍ତରରେ ସଶକ୍ତ ଓ ସକ୍ରିୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ଦଳ ।

ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ତାମ୍ପରାରେ ଆୟୋଜିତ ହୋଇଯାଇଛି ଗଞ୍ଜାମ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ । ଜିଲ୍ଲା ସଭାପତି ବିଭୂତି ଭୁଷଣ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଜେପି ରାଜ୍ୟ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯୋଗ ଦେଇ ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ନେଇ ସମାଲୋଚନା କରିବା ସହ ଆଗାମୀ ଦିନରେ ବିଜେପିର ରୋଡ ମ୍ୟାପକୁ ନେଇ ଦଳୀୟ ନେତୃବୃନ୍ଦଙ୍କ ସହ ବ୍ୟାପକ ଆଲୋଚନା କରିଥିଲା । ରାଜ୍ୟରେ ୨୦୨୪ରେ ହେବାକୁ ଯାଉଥିବା ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ତାର ବିଜୟ ପାଇଁ ଦୁଇ ସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ତୃଣମୂଳ ସ୍ତରରେ ବୁଥ୍‌କୁ ସଶକ୍ତ ଓ ସକ୍ରିୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବା ନେଇ ବୈଠକରେ କହିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଏହାସହ ରାଜ୍ୟରେ ତୃଣମୂଳ ସ୍ତରରେ ରାଜନୈତିକ ଲଢେଇ କରାଯିବ ।

ଏହା ମଧ୍ୟ ପଢନ୍ତୁ: Mann Ki Baat: ବର୍ଷ ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ, ମନ କଥା କହିବେ ମୋଦି

କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଓଡ଼ିଶା ପାଇଁ ଦେଉଥିବା ସମସ୍ତ କେନ୍ଦ୍ରୀୟ ଯୋଜନାର ଲାଭ କିଭଳି ଓଡ଼ିଶା ଲୋକ ପାଇବେ ଓ ବିଜେପି ଏହାକୁ ନେଇ ଜନସାଧାରଣଙ୍କୁ ଅବଗତ କରିବେ ସେନେଇ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ପ୍ରଦାନ, ଓଡ଼ିଶାକୁ ୨୮ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ, ଏସଏଚଜି ସୁଧ ଛାଡ, ଜାତୀୟ ରାଜପଥ ଓ ରେଳସେବା କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରାଧିକାର, ଜି-୨୦ସମ୍ମିଳନୀ ପାଇଁ ଓଡ଼ିଶାକୁ ଗୁରୁତ୍ୱ, ୫ଜି ନେଟୱାର୍କ ସେବା ପ୍ରଚଳନ, ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ରୀୟ କଲ୍ୟାଣ ଯୋଜନା ପ୍ରଭୃତିରେ ଓଡ଼ିଶାକୁ ବିପୁଳ ଅର୍ଥ ପ୍ରଦାନ କରିଥିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏଥିରେ ଦଳର ଜିଲ୍ଲା କାର୍ଯ୍ୟକାରିଣୀର ବହୁ ବରିଷ୍ଠ ନେତୃବୃନ୍ଦଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଗଞ୍ଜାମ ଜିଲ୍ଲାରେ ରହିଥିବା ବିଭିନ୍ନ ସମସ୍ୟା ଏବଂ ବିଭିନ୍ନ ଯୋଜନାରେ ହାଇଜାକକୁ ରୋକିବା ପାଇଁ ଭାରତୀୟ ଜନତା ପାର୍ଟି ରୋଡ ମ୍ୟାପ୍‌ କରିଥିବା ନେଇ କହିଛନ୍ତି ଜିଲ୍ଲା ବିଜେପି ସଭାପତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.