ETV Bharat / state

ଜୁଲାଇ ପହିଲା ସୁଦ୍ଧା ସମସ୍ତ ବ୍ୟବସାୟୀ ଦୋକାନ ସମୁଖରେ ଝୁଲାଇବେ ଟୀକା ପ୍ରମାଣପତ୍ର - ଦୋକାନ ଆଗରେ ଟିକା ପ୍ରମାଣପତ୍ର

ଗଞ୍ଜାମ ଜିଲ୍ଲାରେ ବ୍ୟବସାୟୀଙ୍କ ପାଇଁ ନୂଆ ନିୟମ । ଜୁଲାଇ ପହିଲା ସୁଦ୍ଧା ସମସ୍ତ ବ୍ୟବସାୟୀଙ୍କୁ ଦୋକାନ ସମ୍ମୁଖରେ ଝୁଲାଇବାକୁ ହେବ ଟିକା ପ୍ରମାଣପତ୍ର । ଅଧିକ ପଢନ୍ତୁ...

ଜୁଲାଇ ପହିଲା ସୁଦ୍ଧା ସମସ୍ତ ବ୍ୟବସାୟୀ ଦୋକାନ ସମୁଖରେ ଝୁଲାଇବେ ଟୀକା ପ୍ରମାଣପତ୍ର

author img

By

Published : Jun 22, 2021, 6:54 PM IST

ଗଞ୍ଜାମ: ଜୁଲାଇ ପହିଲା ସୁଦ୍ଧା ଜିଲ୍ଲାର ସମସ୍ତ ବ୍ୟବସାୟୀ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ସମ୍ମୁଖରେ ଝୁଲାଇବେ ଟିକା ପ୍ରମାଣପତ୍ର । ଏଣୁ ବର୍ତ୍ତମାନ ଠାରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ସାମୂହିକ ଟୀକାକରଣ ବ୍ୟବସ୍ଥାରେ ସମସ୍ତ ପରିବା ବ୍ୟବସାୟୀଙ୍କ ଠାରୁ ଗ୍ରୋସରୀ ଦୋକାନ ଏବଂ ବିଭିନ୍ନ ପ୍ରକାର ବ୍ୟବସାୟୀ, ବୁଲା ବିକାଳି ପ୍ରାଥମିକତା ଭିତ୍ତିରେ ଟୀକା ନେବା ଜରୁରୀ । ଏଥିସହ ନିଜର ପରିବାରକୁ ସୁରକ୍ଷିତ ରଖିବା ପାଇଁ ଆହ୍ବାନ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଅବସରରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି କି, ସମସ୍ତ ବ୍ୟବସାୟୀ ଟିକା ନିଅନ୍ତୁ । ଏଥିପାଇଁ ଚାମ୍ବର ଅଫ୍ କର୍ମସ ପକ୍ଷରୁ ସମସ୍ତ ସଦସ୍ୟ ମାନେ ଟିକାର ଦୁଇଟି ଡୋଜ ପ୍ରମାଣପତ୍ର ଝୁଲାଇଲେ ଗ୍ରାହକ ମାନେ ମଧ୍ୟ ଅଧିକ ସଚେତନ ହେବା ସହ ସେମାନେ ବିପଦମୁକ୍ତ ଭାବରେ ବିନା ଭୟରେ ଆସିପାରିବେ । ଯାହା ଫଳରେ ଗ୍ରାହକଙ୍କ ଆତ୍ମବିଶ୍ବାସ ବଢିବା ସହ ସଂକ୍ରମଣ ରୋକିବାରେ ସହାୟକ ହେବ ।

ଏଥିସହ ପ୍ରଶାସନ ପକ୍ଷରୁ ନିୟୋଜିତ ଟିମ୍ ବ୍ୟବସାୟୀଙ୍କ କୋରୋନା ପଞ୍ଚସୁତ୍ର ନିୟମ ତଦାରଖ ସମୟରେ ଏନେଇ ଅନୁଧ୍ୟାନ ପାଇଁ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଜିଲ୍ଲାରେ ୨୧ ଜୁନ୍ ଠାରୁ ଆରମ୍ଭ ହୋଇଥିବା ସାମୂହିକ ଟିକାକରଣର ପ୍ରଥମ ଦିନରେ ୩୨ ହଜାର ଲୋକଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି । ଏହାକୁ ଆଗାମୀ ଦିନରେ ବ୍ୟାପକ କରାଯିବାକୁ ଥିବା ବେଳେ ସମସ୍ତେ ସାମିଲ ହେବାକୁ ଆହ୍ବାନ କରାଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.