ଗଞ୍ଜାମ: କୋଭିଡ-19 ପାଇଁ ସମସ୍ତେ ଯେତେ ଯିଏ ପାରୁଛନ୍ତି ମୁକ୍ତ ହସ୍ତରେ ଦାନ କରୁଛନ୍ତି । କୋରୋନା ମହାମାରୀର ମୁକାବିଲା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ପିଲାଠୁ ବଡ, ଧନୀଠୁ ଗରିବ ସବୁବର୍ଗର ଲୋକମାନେ ସହଯୋଗର ହାତ ବଢ଼ାଇଛନ୍ତି ।
ଯାହାକୁ ନେଇ ଶୁକ୍ରବାର ଗଞ୍ଜାମ ଜିଲ୍ଲା ସୋରଡ଼ା ସହରରେ ଥିବା ଦୁଇ ପ୍ରମୁଖ ଋଷିକୁଲ୍ୟା ବଣିକ ସଙ୍ଘ ତରଫରୁ 1 ଲକ୍ଷ ଓ ବଜାର ବଣିକ ସଙ୍ଘ ତରଫରୁ 55 ହଜାର 5 ଶହ ପଞ୍ଚାଵନ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସୋରଡ଼ା ଥାନା ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଛନ୍ତି ।
ଥାନା ଅଧିକାରୀ ଏହାକୁ ଗ୍ରହଣ କରି ଗଞ୍ଜାମ ଏସପି ଙ୍କ ପାଖକୁ ପଠାଇଛନ୍ତି ଏଭଳି ମହତ କାର୍ଯ୍ୟ ପାଇଁ ଉଭୟ ସଙ୍ଘ ର ସମସ୍ତ ସଦସ୍ୟ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ , ଇଟିଭି ଭାରତ