ETV Bharat / state

ଦ୍ବିତୀୟ ଥର ପାଇଁ ରଙ୍ଗେଇଲୁଣ୍ଡାରୁ ଉଡିଲା ଏୟାରକ୍ରାଫ୍ଟ, ବିମାନ ଯାତ୍ରା କରି ଖୁସି ପ୍ରକାଶ କଲେ ଯାତ୍ରୀ

author img

By

Published : Mar 8, 2023, 10:23 PM IST

ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରୁ ସାଧାରଣ ଯାତ୍ରୀଙ୍କୁ ନେଇ ଦ୍ବିତୀୟ ଥର ପାଇଁ ଉଡିଛି ୯ ସିଟ ବିଶିଷ୍ଟ ଏୟାରକ୍ରାଫ୍ଟ । ସରକାରଙ୍କ ଏୟାରକ୍ରାଫ୍ଟରେ ରଙ୍ଗେଇଲୁଣ୍ଡାରୁ ରାଜଧାନୀ ଭୁବନେଶ୍ବରକୁ ଯାତ୍ରା କରି ଖୁସି ପ୍ରକାଶ କରିଛନ୍ତି ଯାତ୍ରୀମାନେ । ଅଧିକ ପଢ଼ନ୍ତୁ

ଦ୍ବିତୀୟ ଥର ପାଇଁ ରଙ୍ଗେଇଲୁଣ୍ଡାରୁ ଉଡିଲା ବିମାନ

ବ୍ରହ୍ମପୁର: ଗଞ୍ଜାମ ତଥା ବ୍ରହ୍ମପୁରବାସୀଙ୍କ ଦୀର୍ଘ ଦିନର ଦାବି ରକ୍ଷା କରି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ଜୟନ୍ତୀରେ ରଙ୍ଗେଇଲୁଣ୍ଡାରୁ ଶୁଭାରମ୍ଭ ହୋଇଥିଲା ପ୍ରଥମ ବିମାନ ଉଡାଣ କାର୍ଯ୍ୟକ୍ରମ । ଏହାପରେ ପ୍ରତ୍ୟେକ ସପ୍ତାହରେ ଦିନକୁ ଦୁଇ ଥର ଉଡାଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଯାହାକୁ ନେଇ ବୁଧବାର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରୁ ସାଧାରଣ ଯାତ୍ରୀଙ୍କୁ ନେଇ ଦ୍ବିତୀୟ ଥର ପାଇଁ ଉଡିଛି ୯ ସିଟ ବିଶିଷ୍ଟ ଏୟାରକ୍ରାଫ୍ଟ । ଏଥିରେ ଜିଏସ୍‌ଟି ସହିତ ୧୨୬୦ ଟଙ୍କା ଟିକେଟ ଦର ରହିଥିବାବେଳେ ଏଭଳି ସରକାରଙ୍କ ଏୟାରକ୍ରାଫ୍ଟରେ ରଙ୍ଗେଇଲୁଣ୍ଡାରୁ ରାଜଧାନୀ ଭୁବନେଶ୍ବରକୁ ଯାତ୍ରା କରି ଖୁସି ପ୍ରକାଶ କରିଛନ୍ତି ଯାତ୍ରୀମାନେ ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଭୁବନେଶ୍ବର ସହିତ ଏୟାରଲାଇନ୍ ସଂଯୋଗ କରାଯିବା ପରେ ରେଶମ ସହର ବ୍ରହ୍ମପୁରରୁ ବିମାନ ସେବା ଯୋଗାଇବା ପାଇଁ ବିଭିନ୍ନ ଫୋରମରୁ ଦାବି ହୋଇଥିଲା । ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଥିଲା । ଆଉ ଶେଷରେ ରାଜଧାନୀ ଭୁବନେଶ୍ବରକୁ ରାଜ୍ୟ ସରକାରଙ୍କ ଉଦ୍ୟମକ୍ରମେ ସଂଯୋଗ ଆରମ୍ଭ ହୋଇଥିଲା ଏୟାର ଲାଇନ୍ ସେବା । ଯାହାକି ଅତି କମ୍ ସମୟ ମଧ୍ୟରେ ରେଶମ ସହର ବ୍ରହ୍ମପୁରରୁ ରାଜଧାନୀକୁ ଅତି ସୁବିଧାରେ ଏୟାର ଲାଇନ୍ ମାଧ୍ୟମରେ ସଂଯୋଗ କରାଯାଇ ଯାତ୍ରା କରିପାରିବେ ବୋଲି କୁହାଯାଇଥିଲା । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରୁ ବିମାନ ଉଡାଣ ପାଇଁ ପ୍ରାରମ୍ଭିକ ଭାବରେ ଆନୁସାଙ୍ଗିକ ବିକାଶ କାର୍ଯ୍ୟ କରାଯିବା ପରେ ଏଭଳି ଉଡାଣ ଆରମ୍ଭ ହୋଇଥିଲା ।

ତେବେ ପରବର୍ତ୍ତୀ ସମୟରେ ଏଠାକାର ଏୟାରଷ୍ଟ୍ରିପ୍‌ର ରନ୍ୱେର ବୃଦ୍ଧି ସହିତ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଭିତ୍ତିଭୂମି ବିକାଶ କାର୍ଯ୍ୟ ପରେ ସରକାରଙ୍କ ପକ୍ଷରୁ ଉଡାଣ ଯୋଜନାରେ ଏହାକୁ ସାମିଲ କରାଯାଇ ଏହାର ଅପଗ୍ରେଡ କରାଯିବାକୁ ଯୋଜନା କରାଯାଇଛି । ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣ କ୍ଷେତ୍ରରେ ରାଜ୍ୟର ଏୟାର ଲାଇନ୍ ସଂଯୋଗ କରାଯାଉଥିବା ବେଳେ ରଙ୍ଗେଇଲୁଣ୍ଡାକୁ ବିମାନ ସେବାର ଶୁଭାରମ୍ଭ ହୋଇଥିବାରୁ ଏହାରି ମାଧ୍ୟମରେ ଗଞ୍ଜାମ ଏବଂ ଏହାର ଆଖପାଖ ଅଞ୍ଚଳରେ ରହିଥିବା ଚିଲିକା ହ୍ରଦ, ତାମ୍ପରା ଦ୍ରଦ, ଗୋପାଳପୁର ବେଳାଭୂମି, ଋଷିକୁଲ୍ୟା, ପ୍ରସିଦ୍ଧ ମା' ତାରାତାରିଣୀ ମନ୍ଦିର ଭଳି ଦର୍ଶନୀୟ ସ୍ଥାନ ପ୍ରତି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ସହିତ ଅନେକ କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଇଛି ।

ଦ୍ବିତୀୟ ଦିନର ବିମାନ ଉଡାଣ ସମୟରେ ସୁରକ୍ଷା ଦୃଷ୍ଟିରୁ ପୋଲିସ କର୍ମଚାରୀ ମୁତୟନ କରାଯାଇଥିବା ବେଳେ ପୂର୍ବରୁ ଏହି ଯାତ୍ରା ପାଇଁ ଟିକେଟ କରିଥିବା ବ୍ୟକ୍ତିବିଶେଷଙ୍କୁ ଯାଞ୍ଚ କରାଯିବା ପରେ ସମସ୍ତେ ଏୟାରକ୍ରାଫ୍ଟ ଯୋଗେ ବାହାରିଥିଲେ ରାଜଧାନୀ ଅଭିମୁଖେ । ସେପଟେ ପ୍ରଥମ ପର୍ଯ୍ୟାୟରେ ଅନ୍-ସେଡୁଲ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ସପ୍ତାହରେ ଦୁଇ ଦିନ ଉଡିବାକୁ ଥିବା ଏହି ସେବାକୁ ନିୟମିତ ଭାବରେ କରାଯିବା ଏବଂ ଏଥିପାଇଁ ରହିଥିବା ଟିକେଟ ବ୍ୟବସ୍ଥାକୁ ଅନଲାଇନ୍ ମାଧ୍ୟମରେ କରାଗଲେ ଅନେକ ବ୍ୟକ୍ତିବିଶେଷ ଏହାରି ମାଧ୍ୟମରେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.