ETV Bharat / state

ୟୁଟ୍ୟୁବ୍ ଦେଖି ଲୁଟୁଥିଲେ, 5 ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Nov 26, 2020, 4:59 PM IST

ବ୍ରହ୍ମପୁର ପୋଲିସକୁ ମିଳିଲା ପୁଣି ଏକ ବଡ ସଫଳତା । ସହରର ବିଭିନ୍ନ ଘରୁ ଚୋରି କରିବା ଘଟଣାରେ 5 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ୟୁଟ୍ୟୁବ ଦେଖି କରୁଥିଲେ ଚୋରି, 5 ଜଣଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ମିଳିଲା ପୁଣି ଏକ ବଡ ସଫଳତା । ସହରର ବିଭିନ୍ନ ଘରୁ ଚୋରି କରିବା ଘଟଣାରେ ପୋଲିସ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ମୋଟ 5 ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଅଞ୍ଚଳର ସନ୍ତୋଷ ସାହୁ ଏବଂ ପାଟପୁର ଖଲିଙ୍ଗି ଗ୍ରାମର ଦୀପକ ମହାପାତ୍ର ।

ଅଭିଯୁକ୍ତଙ୍କ ଠାରୁ ପୋଲିସ 540 ଗ୍ରାମ ସୁନା, 100 ଗ୍ରାମ ରୁପା ଅଳଙ୍କାର ସହିତ 30 ହଜାର ନଗଦ ଟଙ୍କା, ଗୋଟିଏ ଦାମୀ କାର, 3ଟି ମୋଟର ସାଇକେଲ, 2ଟି ଟିଭି, ଗୋଟିଏ ଡିଏସଏଲଆର କ୍ୟାମେରା, ଲାପଟପ୍, ଲକ୍ଷାଧିକ ଟଙ୍କାର ବିଦେଶୀ ମୁଦ୍ରା ୟୁରୋ ଜବତ କରାଯାଇଛି । ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ୧୫ରୁ ଊର୍ଦ୍ଧ୍ବ ମାମଲା ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ପିନାକ ମିଶ୍ର ।

ବ୍ରହ୍ମପୁର ସହରରେ ଘରେ କିଏ ରହୁନଥିବାର ସୁଯୋଗ ନେଇ ରାତ୍ରୀ ସମୟରେ ଘରୁ ଚୋରି କରୁଥିଲେ । ୟୁଟ୍ୟୁବ୍ ଦେଖି ଚୋରି ଶିଖୁଥିଲେ ଓ ଚୋରି କରୁଥିଲେ । ଗତ କିଛି ମାସ ଧରି ବିଭିନ୍ନ ସ୍ଥାନରେ ସୁନା ଚୋରି କରି ପୋଲିସକୁ ଚକମା ଦେଉଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.