ଭଞ୍ଜନଗର: ପୁଅର ମାଡ଼ରେ ବାପାର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଘାସିବିଲ୍ଲୀ ଗ୍ରାମରେ । ମୃତକ ଜଣକ ହେଲେ ୭୨ ବର୍ଷୀୟ ପ୍ରଭାକର ସାହୁ । ସୂଚନା ଅନୁସାରେ, ପୁଅ ଅନ୍ତର୍ଯ୍ୟାମୀ ସାହୁ ଓ ବାପା ପ୍ରଭାକର ସାହୁ ମଧ୍ୟରେ କୌଣସି ଘଟଣାକୁ ନେଇ ବଚସା ହୋଇଥିଲା । ସେଥିରେ ପୁଅ ଉତ୍କ୍ଷିପ୍ତ ହୋଇ ବାପାକୁ ଜୋରରେ ଆଘାତ ଦେଇଥିଲା । ଫଳରେ ସେ ତଳେ ପଡିଯାଇ ତାଙ୍କ ମୃତ୍ୟୁ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ଅଫିସରେ ମଦ ପିଇଲେ RBSK ମ୍ୟାନେଜର, ଫଟୋ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ଖବର ପାଇ ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ସାଇଣ୍ଟିଫିକ୍ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସାଇଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଆଘାତ ଯୋଗୁଁ ପ୍ରଭାକରଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରୁଛି । ଏପଟେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।
ଇଟିଭି ଭାରତ, ଭଞ୍ଜନଗର