ETV Bharat / state

କ୍ଷତିପୂରଣ ଦାବିରେ ରେଞ୍ଜ ଅଫିସ ସମ୍ମୁଖରେ ଚାଷୀ ଆନ୍ଦୋଳନ

ଗଞ୍ଜାମ ଜିଲ୍ଲାରେ ବାରହା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଫସଲର କ୍ଷତିପୂରଣ ଦାବିରେ ଚାଷୀଙ୍କ ଆନ୍ଦୋଳନ । ରେଞ୍ଜର ଅଫିସରେ ତାଲା ପକାଇ ଧାରଣାରେ ବସିଲେ କ୍ଷତିଗ୍ରସ୍ତ ଚାଷୀ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭଞ୍ଜନଗର
author img

By

Published : Nov 20, 2019, 9:15 PM IST

ଭଞ୍ଜନଗର : ରେଞ୍ଜ ଅଫିସରେ ତାଲା ପକାଇ ଧାରଣାରେ ବସିଲେ କ୍ଷତିଗ୍ରସ୍ତ ଚାଷୀ । ବାରହା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଫସଲର କ୍ଷତିପୂରଣ ଦାବିରେ ଚାଷୀ ଆନ୍ଦୋଳନ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭଞ୍ଜନଗର

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ବୁରୁଝୋଳା ଓ ଖୋଳଖାଳି ଗ୍ରାମର 50 ରୁ ଊର୍ଦ୍ଧ ଚାଷୀ ରେଞ୍ଜ ଅଫିସରେ ତାଲା ପକାଇ ଧାରଣାରେ ବସିଛନ୍ତି । ଵାରହା ଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ଚାଷୀ ମାନେ ବାରମ୍ବାର କ୍ଷତିପୂରଣ ପାଇଁ ଅଭିଯୋଗ କରିଆସୁଥିଲେ ମଧ୍ୟ ଅଫିସ ପକ୍ଷରୁ କୌଣସି ପଦକ୍ଷପ ନିଆଯାଇନାହିଁ । ଯାହା ଫଳରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନରେ ପାତର ଅନ୍ତର ନୀତି ଅବଲମ୍ବନ କରି ଅଣ ଚାଷୀଙ୍କୁ ତାଲିକାରେ ସାମିଲ କରାଯାଇଛି ବୋଲି ଅଭିଯୋଗ ହୋଇଛି ।

2015 ମସିହାରେ ଵାରହା ଦ୍ବାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ଏପର୍ଯ୍ୟନ୍ତ କ୍ଷତିପୁରଣ ନ ମିଳିବା ଅଭିଯୋଗ କରି ଦୁଇ ଗ୍ରାମର କ୍ଷତିଗ୍ରସ୍ତ ଚାଷୀମାନେ ଧାରଣାରେ ବସିଥିଲେ । ବୁଗୁଡ଼ା ରେଞ୍ଜର ଆସି ଚାଷୀଙ୍କ ସହ ଆଲୋଚନା କରିବା ସହିତ ପ୍ରତିଶୃତି ଦେବାପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ । ଆଗାମୀ ଦିନରେ କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-କ୍ଷତି ପୁରଣ ଦାବିରେ ରେଞ୍ଜ ଅଫିସ ରେ ତାଲା ପକାଇ ଧାରଣାରେ ବସିଲେ କ୍ଷତିଗ୍ରସ୍ତ ଚାଷୀ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ର ବୁରୁଝୋଳା ଓ ଖୋଳଖାଳି ଗ୍ରାମର 50 ରୁ ଉର୍ଦ୍ଧ ଚାଷୀ ରେଞ୍ଜ ଅଫିସ ରେ ତାଲା ପକାଇ ଧାରଣାରେ ବସିଲେ ଵାରାହା ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଚାଷୀ ମାନେ ବାରମ୍ବାର କ୍ଷତିପୂରଣ ପାଇଁ ଅଭିଯୋଗ କରିଆସୁଥିଲେ ସୁଦ୍ଧା ଅଫିସ ପକ୍ଷରୁ କୌଣସି ପଦକ୍ଷପ ନିଆଗଲା ନାହିଁ ଯା ଫଳରେ ଆଜି ଚାଷୀ ଆନ୍ଦୋଳନ କୁ ଓଲ୍ଲାଇବାକୁ ବାଧ୍ୟ ହେଲେ ଚାଷୀଙ୍କୁ କ୍ଷତି ପୁରଣ ପ୍ରଦାନରେ ପାତର ଅନ୍ତର ନୀତି ଅବଲମ୍ବନ କରି ଅଣ ଚାଷୀ ଙ୍କୁ ତାଲିକାରେ ସାମିଲ କରିବା ସହ 2015 ମସିହାରେ ଵାରାହା ଦ୍ୱାରା କ୍ଷତି ଗ୍ରସ୍ତ ଚାଷୀଙ୍କୁ ଏପର୍ଯ୍ୟନ୍ତ କ୍ଷତି ପୁରଣ ନ ମିଳିବା ଏଭଳି ଅଭିଯୋଗ କରି ଦୁଇ ଗ୍ରାମର କ୍ଷତିଗ୍ରସ୍ତ ଚାଷୀମାନେ ଧାରଣାରେ ବସିଥିଲେ ଖବର ପାଇ ବୁଗୁଡ଼ା ରେଞ୍ଜର ଆସି ଚାଷୀଙ୍କ ସହ ଆଲୋଚନା କରିବା ସହିତ ପ୍ରତିଶୃତି ଦେବାପରେ ଚାଷୀମାନେ ଆନ୍ଦୋଳନ ରୁ ଓହରିଥିଲେ ଆଗାମୀ ଦିନରେ କ୍ଷତି ପୁରଣ ନ ମିଳିଲେ ଆନ୍ଦୋଳନ କୁ ଜୋରଦାର କରାଯିବବୋଲି ଚାଷୀ ଚେତାବନୀ ଦେଇଛନ୍ତି
ବାଇଟ -ଜାନକୀ ବଲ୍ଲବ ରାଉତ (ଚାଷୀ )Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.