ETV Bharat / state

ସଂକ୍ରମଣ ଭୟରେ ମୃତକଙ୍କ ଶେଷ ଦର୍ଶନ କଲେନି ପରିବାର - ଭଞ୍ଜନଗର କୋଭିଡ ମୃତ୍ୟୁ

ମୃତ୍ୟୁ ପରେ କୋରୋନା ସଂକ୍ରମଣ ଭୟରେ ପରିଜନଙ୍କ ପାଖ ମାଡୁନାହାନ୍ତି ଆତ୍ମୀୟ ସ୍ବଜନ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋଭିଡ ସେଣ୍ଟରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

ସଂକ୍ରମଣ ଭୟରେ ମୃତକଙ୍କ ଶେଷ ଦର୍ଶନକୁ ବି ଆସିଲେନି ପରିବାର ଲୋକେ

author img

By

Published : May 4, 2021, 11:05 PM IST

ଭଞ୍ଜନଗର: ମଣିଷ ସହ ମାନବିକତାକକୁ ମଧ୍ୟ ମାରି ଦେଉଛି ମାରାତ୍ମକ କୋରୋନା ଭାଇରସ । ମୃତ୍ୟୁ ପରେ କୋରୋନା ସଂକ୍ରମଣ ଭୟରେ ପରିଜନଙ୍କ ପାଖ ମାଡୁନାହାନ୍ତି ଆତ୍ମୀୟ ସ୍ବଜନ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋଭିଡ ସେଣ୍ଟରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସୋରଡ଼ା ସହରର ସୁଶାନ୍ତ କୁମାର ମିଶ୍ର ଗତ ପାଞ୍ଚ ଦିନହେଲା ଅସୁସ୍ଥ ଥିଲେ । ହେଲେ ଆଜି (ମଙ୍ଗଳବାର) କୋଭିଡ ସେଣ୍ଟରରେ ତାଙ୍କ ମୃତ୍ୟୁ ହେବା ପରେ ପରିବାର ପକ୍ଷରୁ ଅନ୍ତିମ ସତ୍କାର ପାଇଁ କେହି ଆସି ନଥିଲେ ।

ସଂକ୍ରମଣ ଭୟରେ ମୃତକଙ୍କ ଶେଷ ଦର୍ଶନକୁ ବି ଆସିଲେନି ପରିବାର ଲୋକେ

ସୁଶାନ୍ତ କୁମାର ମିଶ୍ର ସ୍ବାସ୍ଥ୍ୟବସ୍ଥା ଠିକ ନଥିବାରୁ ସେ ଘରେ ରହି ଚିକିତ୍ସିତ ହେଉଥିଲେ । ହେଲେ ଗତାକାଲି (ସୋମବାର) ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସୋରଡ଼ା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ମଧ୍ୟ ତାଙ୍କ ଅକ୍ସିଜେନ ଲେବଲ କମିଯିବାରୁ ତାଙ୍କୁ ଭଞ୍ଜନଗର କୋଭିଡ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଭଞ୍ଜନଗର କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସକାଳ 8ଟାରେ ସୁଶାନ୍ତଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ବର୍ଗକୁ ଦିଆଯାଇଥିଲା । ହେଲେ କେହି ଜଣେ ତାଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚି ନଥିଲେ ।

ଶେଷରେ ପ୍ରଶାସନର ନିର୍ଦେଶ କ୍ରମେ ହେଲ୍ପିଂ ହ୍ୟାଣ୍ଡର ସଦସ୍ୟମାନେ ସୁଶାନ୍ତଙ୍କ ଅନ୍ତିମ ସତ୍କାର କରିଥିଲେ । ସ୍ଥାନୀୟ ଜାମପଲ୍ଲୀ ଶ୍ମଶାନ ଘାଟରେ ପିପିଇ କିଟ୍ ପିନ୍ଧି ସୁଶାନ୍ତଙ୍କ ଅନ୍ତିମ ସତ୍କାର କରିଥିଲା ହେଲ୍ପିଂ ହ୍ୟାଣ୍ଡର ସଦସ୍ୟ । ହେଲପିଙ୍ଗ ହ୍ୟାଣ୍ଡର ଭବାନୀ ପାଳ, ପ୍ରଶାନ୍ତ ପ୍ରଧାନ, କିରଣ ବିଷୋୟୀ ଏହି ମହତ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.