ETV Bharat / state

ଉଗ୍ର ହେଲା କଳହ: କାଠ ଫାଳିଆରେ ଆକ୍ରମଣ କରି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ - berhampur news

ଗଞ୍ଜାମ ଜିଲ୍ଲାର ଗୋପାଳପୁର ଥାନା ଅନ୍ତର୍ଗତ ମନସୁରକୋଟା ଗ୍ରାମରେ ହତ୍ୟାକାଣ୍ଡ । ସ୍ତ୍ରୀକୁ କାଠଫାଳିଆରେ ଆକ୍ରମଣ କରି ହତ୍ୟା କରିଛି ସ୍ବାମୀ । ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ଜବତ କରାଯିବା ସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Sep 10, 2019, 11:40 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୋପାଳପୁର ଥାନା ଅନ୍ତର୍ଗତ ମନସୁରକୋଟା ଗ୍ରାମରେ ହତ୍ୟାକାଣ୍ଡ । ସ୍ତ୍ରୀକୁ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଛି ସ୍ବାମୀ । ପାରିବାରିକ କଳହକୁ କେନ୍ଦ୍ର କରି ସ୍ବାମୀ ତନୁ ଦାସ ନିଜ ସ୍ତ୍ରୀ ନାନୁ କୁ ଏଭଳି ଆକ୍ରମଣ କରିଥିବା ବେଳେ ପୋଲିସ ଅଭିଯୁକ୍ତ ତନୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

କୌଣସି କାରଣକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ଯାହାକି ଏତେ ଉଗ୍ର ରୂପ ନେଇଥିଲା ଯେ ତନୁ ରୋଷେଇ ଘରେ ଥିବା ଏକ କାଠ ଫାଳିଆ ଆଣି ସ୍ତ୍ରୀର ମୁଣ୍ଡର ପଛପଟକୁ ଅତର୍କିତ ଭାବରେ ଆକ୍ରମଣ କରିଥିଲା। ଯେଉଁଥିରେ ମହିଳା ଜଣଙ୍କ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ ।

ଏହି ସମୟରେ ଘରେ ଥିବା ମାଆ ଓ ଭାଇ ଘଟଣାସ୍ଥଳରେ ପହଞ୍ଚି ତନୁକୁ କାବୁ କରିବା ସହ ଗାଁ ଲୋକଙ୍କୁ ଖବର ଦେଇଥିଲେ । ଆହତ ନାନୁଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ମହିଳାଙ୍କର ଏକ ଦଶ ମାସର କନ୍ୟା ସନ୍ତାନ ରହିଥିବା ବେଳେ ଉଭୟଙ୍କର ଗତ ଦେଢ ବର୍ଷ ତଳେ ବିବାହ ହୋଇଥିଲା ।

ମୃତ ମହିଳାଙ୍କ ଘର ପୁରୀ ଚକ୍ରତୀର୍ଥ ରୋଡରେ ହୋଇଥିବା ବେଳେ ଏହି ଘଟଣା ଜଣାପଡିବା ପରେ ପରିବାର ବର୍ଗ ବ୍ରହ୍ମପୁରରେ ପହଞ୍ଚି ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ହତ୍ୟାକାରୀ ସ୍ବାମୀ ଏବଂ ପରିବାର ପକ୍ଷରୁ ଅଧିକ ଯୌତୁକ ଦାବି କରି ବାରମ୍ବାର ଶାରୀରିକ ସହ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି ।

ସେପେଟ ହତ୍ୟାକାଣ୍ଡ ରେ ବ୍ୟବହୃତ କାଠ ଫାଳିଆକୁ ଜବତ କରାଯିବା ସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର ଗୋପାଳପୁର ଥାନା ଅନ୍ତର୍ଗତ ମନସୁରକୋଟା ଗ୍ରାମରେ ନିଜର ଧର୍ମପତ୍ନୀ ଙ୍କୁ କାଠଫାଳିଆ ରେ ଆକ୍ରମଣ କରି ହତ୍ୟା କରିଛି ଖୋଦ୍ ସ୍ୱାମୀ । ପାରିବାରିକ କଳହ କୁ କେନ୍ଦ୍ର କରି ସ୍ୱାମୀ ତନୁ ଦାସ ନିଜ ସ୍ତ୍ରୀ ନାନୁ କୁ ଏଭଳି ଆକ୍ରମଣ କରିଥିବା ବେଳେ ପୋଲିସ ଅଭିଯୁକ୍ତ ସ୍ୱାମୀ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । କୌଣସି କାରଣକୁ କେନ୍ଦ୍ର କରି ମନସୁରକୋଟା ଗ୍ରାମରେ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ଯାହାକି ଏତେ ଉଗ୍ର ରୂପ ନେଇଥିଲା ଯେ ତନୁ ରୋଷେଇ ଘରେ ଥିବା ଏକ କାଠ ଫାଳିଆ ଆଣି ସ୍ତ୍ରୀର ମୁଣ୍ଡର ପଛପଟକୁ ଅତର୍କିତ ଭାବେରେ ଆକ୍ରମଣ କରିଥିଲା ।ଯେଉଁଥିରେ ମହିଳା ଜଣଙ୍କ ଚେତା ଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ଏହି ସମୟରେ ଘରେ ଥିବା ମାଆ ଓ ଭାଇ ଘଟଣା ସ୍ଥଳରେ ପହଞ୍ଚି ତନୁକୁ କାବୁ କରିବା ସହ ଗାଁ ଲୋକଙ୍କୁ ଏନେଇ ଜଣାଇବା ପରେ ସ୍ଥାନୀୟ ପୋଲିସ କୁ ଖବର ଦେଇ ଆହାତ ଙ୍କୁ ଅଧିକ ଚକିତ୍ସା ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତୀ କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତ ମହିଳା ଙ୍କର ଏକ ଦଶ ମାସର କନ୍ୟା ସନ୍ତାନ ରହିଥିବା ବେଳେ ଉଭୟଙ୍କର ଗତ ଦେଢ ବର୍ଷ ତଳେ ବିବାହ ହୋଇଥିଲା । ମୃତ ମହିଳାଙ୍କ ଘର ପୁରୀ ଚକ୍ରତୀର୍ଥ ରୋଡରେ ହୋଇଥିବା ବେଳେ ଏହି ଘଟଣା ଜଣାପଡିବା ପରେ ପରିବାର ବର୍ଗ ବ୍ରହ୍ମପୁର ରେ ପହଞ୍ଚି ଥାନାରେ ଅଭିଯୋଗ କରିବା ସହ ହତ୍ୟାକାରୀ ସ୍ୱାମୀ ଏବଂ ପରିବାର ପକ୍ଷରୁ ଅଧିକ ଯୌତୁକ ଦାବି କରି ବାରମ୍ବାର ଶାରୀରିକ ସହ ମାନସିକ ନିର୍ଯାତନା ଦେଇଆସୁଥିବା ବେଳେ କନ୍ୟା ସନ୍ତାନ ଜନ୍ମ ହେବା ପରେ ଶ୍ୱଶୁର ଘର ପକ୍ଷରୁ ଅଧିକ ନିର୍ଯାତନା ଦେଉଥିବା କହିଛନ୍ତି । ସେପେଟ ହତ୍ୟାକାଣ୍ଡ ରେ ବ୍ୟବହୃତ କାଠ ଫାଳିଆ କୁ ମଧ୍ୟ ଜବତ କରିଯିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର କରାଯାଇଛି ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
Conclusion:ବି.ଦ୍ର-ଭିଜୁଆଲ ଦେବା ସହିତ ଏଡିଟିଙ୍ଗ୍ କରି ପଠାଇଛି ।ଏହାକୁ ବ୍ୟବହାର କରିବାକୁ ଅନୁରୋଧ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.