ETV Bharat / state

ଦ୍ରିବୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନରେ ଧୂଆଁ, ଭୟଭୀତ ଯାତ୍ରୀ - ଏକ୍ସପ୍ରେସ ଟ୍ରେନରେ ନିଆଁ

ବ୍ରହ୍ମପୁର ରେଳ ଷ୍ଟେସନରେ ବିବେକ ଏକ୍ସପ୍ରେସ ଟ୍ରେନରୁ ବାହାରିଲା ପ୍ରବଳ ଧୂଆଁ । ଦ୍ରିବୁଗଡରୁ କନ୍ୟାକୁମାରୀ ଯାଉଥିବା ବିବେକ ଏକ୍ସପ୍ରେସରେ ଏଭଳି ଅଘଟଣ ଘଟିଛି । ଅଧିକ ପଢନ୍ତୁ

express train catches fire
express train catches fire
author img

By

Published : Jul 11, 2023, 2:11 PM IST

Updated : Jul 11, 2023, 6:21 PM IST

ଦ୍ରିବୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନରେ ଧୂଆଁ, ଭୟଭୀତ ଯାତ୍ରୀ

ବ୍ରହ୍ମପୁର: ପୁଣି ଟ୍ରେନ ଅଘଟଣ । ବ୍ରହ୍ମପୁର ରେଳ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିିଳିଛି । ଟ୍ରେନଟି ଦ୍ରିବୁଗଡରୁ କନ୍ୟାକୁମାରୀ ଯାଉଥିବା ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରିଛି । ବିବେକ ଏକ୍ସପ୍ରେସରେ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ଟ୍ରେନର ଗୋଟିଏ ବଗି ନିକଟରେ ବହୁ ଜୋରରେ ଧୂଆଁ ଦେଖିବା ପରେ ଟ୍ରେନର ଚେନକୁ ଟାଣି ଭୟଭୀତ ହୋଇପଡିଥିବା ଯାତ୍ରୀମାନେ ଟ୍ରେନରୁ ଓଲ୍ଲାଇ ପଡିଥିଲେ ।

ଦ୍ରିବୁଗଡରୁ କନ୍ୟାକୁମାରୀ ଅଭିମୁଖେ ଯାଉଥିବା ବିବେକ ଏକ୍ସପ୍ରେସରେ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ଟ୍ରେନର ଗୋଟିଏ ବଗି ନିକଟରେ ବହୁ ଜୋରରେ ଧୂଆଁ ଦେଖିବା ପରେ ଟ୍ରେନର ଚେନକୁ ଟାଣିଥିଲେ ଭୟଭୀତ ହୋଇପଡିଥିବା ଯାତ୍ରୀ । ବ୍ରହ୍ମପୁର ରେଳ ଷ୍ଟେସନରୁ ମାତ୍ର 500 ମିଟରେ ଦୂରରେ ଏପରି ଘଟଣା ଦେଖିବାକୁ ମିଳିଥିଲା । କୌଣସି ଏକ ଜରି ଅଖାରୁ ଟ୍ରେନ୍‌ର ଏସ୍-୧୦ ବଗିରେ ନିଆଁ ଲାଗି ଯାଇଥିବାରୁ ଏପରି ବହୁ ଜୋରରେ ଧୂଆଁ ବାହରିଥିଲା । ଏହାପରେ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି ବୋଲି ଟ୍ରେନର ସମସ୍ତ ବଗିର ଯାତ୍ରୀଙ୍କ ମଧ୍ୟରେ ପ୍ରଚାରିତ ହେବା ପରେ ଭୟଭୀତ ହୋଇ ବହୁ ଯାତ୍ରୀ ଚେନକୁ ଟାଣି ଓଲ୍ଲାଇ ପଡିଥିଲେ ।

ଏହା ବି ପଢନ୍ତୁ- କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ପରେ ଖବରପାଇ ବ୍ରହ୍ମପୁର ରେଳଷ୍ଟେସନ କର୍ତ୍ତୁପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଏହାକୁ ଆୟତ୍ତ କରିବା ପରେ ଟ୍ରେନକୁ ଘଟଣାସ୍ଥଳରୁ ଛାଡିବା ସହିତ ବ୍ରହ୍ମପୁର ରଳେଷ୍ଟେସନରେ ପୁଣି ଥରେ ଯାଞ୍ଚ କରିଥିଲେ । ପରେ ବ୍ରହ୍ମପୁର ରେଳଷ୍ଟେସନରେ ଟ୍ରେନକୁ ଅଟକାଇ ପୁଣି ଥରେ ଟେକ୍ନିକାଲ ଟିମ ଏହାକୁ ଯାଞ୍ଚ କରିଥିଲେ । ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଟ୍ରେନ ଦୁର୍ଘଟଣା, ଟ୍ରେନର ନିଆଁ ଲାଗିବା ଘଟଣା ଦେଖିବାକୁ ମିଳୁଥିବା ବେଳେ ପୁଣି ଥରେ ଦ୍ୱିତୀୟ ଥର ପାଇଁ ବ୍ରହ୍ମପୁର ରଲେଷ୍ଟେସନ ନିକଟରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- Kerala Train Fire: ଆଲପୁଝା-କନ୍ନୁର ଏକ୍ସପ୍ରେସରେ ଅଗ୍ନିକାଣ୍ଡ, 2 ମାସରେ ଦ୍ବିତୀୟ ଘଟଣା

ସୂଚନା ଥାଉ କି ଚଳିତ ମାସ ଆରମ୍ଭରୁ ହିଁ ଟ୍ରେନରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ବିବେକ ଏକ୍ସପ୍ରେସରେ ଧୂଆଁ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। ଜୁନ ପହିଲାରେ ଆଲପୁଝା-କନ୍ନୁର ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିଲା । କେରଳର କନ୍ନୁର ରେଳ ଷ୍ଟେସନରେ ଛିଡା ହୋଇଥିବା ବେଳେ ଟ୍ରେନରେ ଲାଗିଥିଲା ନିଆଁ । ବୁଧବାର ବିଳମ୍ବିତ ରାତି 1ଟା 25 ମିନିଟ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ 3ୟ ବଗିରୁ ଶେଷ ବଗି ନିଆଁରେ ଜଳି ଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jul 11, 2023, 6:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.