ETV Bharat / state

ଭଞ୍ଜନଗର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ, 10 ଗିରଫ

author img

By

Published : Sep 12, 2020, 8:45 AM IST

ବେଆଇନ ମଦ ପ୍ରସ୍ତୁତି ଏବଂ ବିକ୍ରି ଅଭିଯୋଗରେ ମୋଟ 13ଗୋଟି କେସ ରୁଜୁ ହୋଇଛି । ତେବେ 10ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଲେ ଭଞ୍ଜନଗର ଅବକାରୀ ଅଧିକାରୀ ପାର୍ଥ ସାରଥୀ ରାଉତ ।

ଭଞ୍ଜନଗର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ, 10 ଗିରଫ
ଭଞ୍ଜନଗର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ, 10 ଗିରଫ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ କରାଯାଇଥିଲା । ଭଞ୍ଜନଗର ଅଞ୍ଚଳର ଜି ନୂଆଗାଁ, ଉଡୁ଼ରା, ବେଲଗୁଣ୍ଠା, ଇନ୍ଦ୍ରଗଡ, ନାଇକପଡା ଆଦି ଗ୍ରାମରେ ଚଢ଼ାଉ କରାଯାଇଛି ।

ସେଠାରୁ 872 ଲିଟର ଦେଶୀ ରନ୍ଧା ମହୁଲି ମଦ ଏବଂ 3443 କେଜି ଗୁଡ ମିଶ୍ରିତ ପୋଚ ଜବତ କରାଯାଇଛି ତା'ସହିତ ମଦ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଏହି ବେଆଇନ ମଦ ପ୍ରସ୍ତୁତି ଏବଂ ବିକ୍ରି ଅଭିଯୋଗରେ ମୋଟ 13ଗୋଟି କେସ ରୁଜୁ ହୋଇଛି ।

ତେବେ 10ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଲେ ଭଞ୍ଜନଗର ଅବକାରୀ ଅଧିକାରୀ ପାର୍ଥ ସାରଥୀ ରାଉତ । ଶୁକ୍ରବାରର ଏହି ଚଢ଼ାଉରେ ବେଲଗୁଣ୍ଠା ତହସିଲଦାର ଓ ଅବକାରୀ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.