ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣି ହାତୀ ନେଲା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦିଗପହଣ୍ଡିରେ ରାତିରେ ଧାନ ଖଳାରେ ହାତୀ ଆକ୍ରମଣ ଯୋଗୁଁ ଚାଷୀ ମୃତ ।
ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଏ.ଲଛେୟା ନିଜ ଚାଷ ଜମିରୁ ଅମଳ ହୋଇଥିବା ଧାନକୁ କାଟି ତାହାକୁ ନିଜ ଖଳାରେ ରଖି ରାତିରେ ଜଗି ରହିଥିଲେ । ଏହି ସମୟରେ ରାତି ପ୍ରାୟ ତିନିଟା ସମୟରେ ହାତୀ ପଲ ଖଳାରେ ପଶି ଧାନ ଖାଉଥିବା ଶଦ୍ଧ ଶୁଣି ସେ ହାତୀ ଉପରେ ଟର୍ଚ୍ଚ ଲାଇଟ୍ ପକାଇଥିଲେ । ସେହି ସମୟରେ ହାତୀ ଆକ୍ରମଣ କରିବା ସହ ଘଟଣାସ୍ଥଳରେ ହିଁ କଚାଡି ମାରି ଦେଇଥିଲେ ।
ଖଳାରେ ରହିଥିବା ଅନ୍ୟ ଜଣେ ବ୍ୟକ୍ତି ଲଛେୟାଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ଏହା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା ବାଣ ଫୁଟାଇ ବନ ବିଭାଗ କର୍ମଚାରୀ ହାତୀକୁ ଘଉଡାଇଥିଲେ । ଏହାପରେ ମୃତଦେହକୁ ଉଦ୍ଧାର କରାଯାଇଥିଲା।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ