ବ୍ରହ୍ମପୁର: ସ୍ଥାୟୀ ନିଯୁକ୍ତି ଦାବି ନେଇ ଓଡିଶା ବିଜୁଳି କର୍ମଚାରୀ ସଙ୍ଘ ପକ୍ଷରୁ ବ୍ରହ୍ମପୁର ଠାରେ ପ୍ରତିବାଦ କରାଯିବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯାଇଛି । ସ୍ଥାନୀୟ ଟାଟା ପାୱାର ସାଉଥକୋ ମୁଖ୍ୟ ପ୍ରଶାସନିକ ଭବନ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ଅସନ୍ତୋଷ କର୍ମଚାରୀ । ଗତ ୧୫ ବର୍ଷ ହେବ ୮ ହଜାର ଦରମାରେ ଚାକିରି କରୁଥିବା ଆନ୍ଦୋଳନରତ କର୍ମଚାରୀ ଅଭିଯୋଗ କରିଛନ୍ତି ।
ଏଥିସହ ବାତ୍ୟା, ବନ୍ୟା ଭଳି ବିପଜ୍ଜନକ ସ୍ଥିତିରେ କାର୍ଯ୍ୟ କରି ଆସୁଥିବା କର୍ମଚାରୀଙ୍କୁ ବର୍ତ୍ତମାନର ଦାୟିତ୍ୱ ନେଇଥିବା ଟାଟା ପାୱାର ଏମାନଙ୍କୁ ନିୟମିତ ନିଯୁକ୍ତି ଦେବା ବଦଳରେ ବିଭିନ୍ନ ସର୍ତ୍ତ ରଖୁଥିବା ଅଭିଯୋଗ କରିଛନ୍ତି । ଏଥିପ୍ରତି ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏପରିକି ସମସ୍ୟାର ସମାଧାନ ନହେଲେ ଏବଂ ଦାବି ପୂରଣ ପ୍ରତି ଗୁରୁତ୍ୱ ଦିଆନଗଲେ ସପରିବାର ବସି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ମୁଖ୍ୟତଃ ସାଉଥକୋରେ କାର୍ଯ୍ୟରତ ୨୦୦ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଅନେକ ଥର ଆନ୍ଦୋଳନ କରାଯିବା ସହିତ ଏନେଇ ଗତ ୨୦୧୮ ମସିହାରେ ରାଜଧାନୀରେ ବୈଠକ କରି ଆଲୋଚନା କରାଯାଇଥିଲା । ହେଲେ ଏହାକୁ ଗୁରୁତ୍ୱ ଦିଆଯାଉନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଆନ୍ଦୋଳନରତ କର୍ମଚାରୀ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ