ଭଞ୍ଜନଗର: ଖେତରେ କ୍ଷତି ସହି ନୟାନ୍ତ ଚାଷୀ । ଧାନ ହେଉ ଅବା ପନିପରିବା ଚାଷ, ସବୁଥିରେ କଷ୍ଟ ଅନୁସାରେ ଲାଭ ପାଉନି କୃଷକ। ସେହି ପୁରୁଣାକାଳିଆ ପଦ୍ଧତିରେ ଅମଳ ହେଉଛି ହେଲେ ଆଦାୟ ହେଉନି । ହେଲେ ଚାଷୀଙ୍କ ମୁହଁରେ ହସ ଫୁଟାଇବା ସହ ଆଧୁନିକ ପ୍ରଣାଳୀ ଓ ନୂତନ ସମ୍ଭାବନା ନେଇ ଚାଷ କିରବା ପାଇଁ ଇଷ୍ଟ -ୱେଷ୍ଟ କମ୍ପାନୀ କରିଛି ଅଭିନବ ପ୍ରୟାସ । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ହାତୀଗଡା ଗ୍ରାମରେ ଥାଇଲାଣ୍ଡର ଇଷ୍ଟ-ୱେଷ୍ଟ ନଲେଜ୍ ଟ୍ରାନ୍ପଫର କମ୍ପାନୀ ନଲେଜ୍ ଟ୍ରାନ୍ସଫର ଦ୍ବାରା ଚାଷୀଙ୍କୁ ଉନ୍ନତମାନର ଚାଷ ପାଇଁ ଶିକ୍ଷା ଦେଇଥିଲେ । ଚାଷୀ ଏହି ନୂତନ ପଦ୍ଧତିକୁ ଆପଣେଇ ଖୁସି ସହ ଲାଭବାନ ହେବା କଥା କହିଛନ୍ତି ।
ଏହି ନଲେଜ ଟ୍ରାନ୍ସଫର କାର୍ଯ୍ୟକ୍ରମ ଦ୍ବାରା କମ ଖର୍ଚ୍ଚ ସହ ସ୍ବଳ୍ପ ଜଳ ପ୍ରୟୋଗ କରି ଚାଷ କରିବା । ନୂତନ ପଦ୍ଧତିରେ ଅଧିକ ଅମଳକ୍ଷମ ସହ ଲାଭବାନ ହେବେ ଚାଷୀ କୌଶଳ ଶିଖାଯାଇଛି । ପରେ ଚାଷୀ ଆଗ ଅପେକ୍ଷା ଏବେ ଅଧିକ ଲାଭବାନ ହେଉଛନ୍ତି। ଏହା ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକର ଚାଷୀଙ୍କୁ ନେଇ ଏକ କାର୍ଯ୍ୟକ୍ରମ କରାଯାଇଥିଲା ।
ଅନ୍ୟପଟେ ସୋରଡ଼ା ଅତି ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଜଳ ସେଚନର କୌଣସି ସୁଵିଧା ନାହିଁ । ମାଟିର ଗୁଣବତ୍ତାକୁ ଦେଖି କେଉଁ ସମୟରେ କେଉଁ ଫସଲ କଲେ ଚାଷୀ କାମ ଖର୍ଚ୍ଚରେ ଅଧିକ ଲାଭଵାନ ହେବ ସେ ବିଷୟରେ ସମସ୍ତ ଚାଷୀଙ୍କୁ ବୁଝାଇଥିଲେ କମ୍ପାନୀ କର୍ମଚାରୀ।
ଏଥିସହ କମ୍ପାନୀ ପକ୍ଷରୁ ମାଗଣାରେ ବିହନ, ପଲିଥିନ ଏବଂ ନେଟ୍ ଯୋଗାଇ ଦିଆଯାଇଥାଏ । ଏହି ପ୍ରଣାଳୀରେ ଚାଷ କରିବାକୁ ବହୁ ଚାଷୀ ଆଗଭର ହୋଇଥିବା ଦେଖିବାକୁ ମିଳିଥିଲା । ଆଗରୁ ଏହି ଗ୍ରାମର ଚାଷୀ କଲରା, ପୋଟଳ, କାକୁଡି ଆଦି ଫସଲ କରୁଥିଲେ କିନ୍ତୁ ବିଶେଷ ଲାଭବାନ ହେଉନଥିଲେ ଆଜି ଇଷ୍ଟ ୱେଷ୍ଟ ସିଡ୍ସ କମ୍ପାନୀର ପଦ୍ଧତିରୁ ଚାଷୀ ମୁହଁରେ ହସ ଫୁଟିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ