ETV Bharat / state

ପେଟ୍ରୋଲିଂ ବେଳେ ପୋଲିସ ଜବତ କଲା 40 କେଜି ଗଞ୍ଜେଇ

ଗଞ୍ଜାମ ଭଞ୍ଜନଗରରେ ପେଟ୍ରୋଲିଂ ସମୟରେ ପୋଲିସ ଜବତ କଲା 40 କେଜି ଗଞ୍ଜେଇ । ଦୁଇ ଗାଡ଼ି ଜବତ 5 ଜଣ ଗିରଫ । ଅଧିକ ପଢ଼ନ୍ତୁ...

author img

By

Published : Nov 10, 2020, 10:18 PM IST

police seized 40 kg of cannabis, Ganjam's Bhanjanagar, ଗଞ୍ଜାମ ଭଞ୍ଜନଗରରେ ପେଟ୍ରୋଲିଂ, 40 କେଜି ଗଞ୍ଜେଇ ଜବତ
ପେଟ୍ରୋଲିଂ ବେଳେ ପୋଲିସ ଜବତ କଲା 40 କେଜି ଗଞ୍ଜେଇ

ଗଞ୍ଜାମ: ଭଞ୍ଜନଗର ପୋଲିସ ପେଟ୍ରୋଲିଂ ବେଳେ ଚାଳିଶ କେଜି ଗଞ୍ଜେଇ ଜବତ ହେବା ସହ ଦୁଇଟି କାର ଜବତ ହୋଇଛି । ଏହାସହ ପାଞ୍ଚ ଜଣେ ଗିରଫ ହୋଇଛନ୍ତି ।

ପ୍ରତ୍ୟେକ ବର୍ଷ ଏହି ସମୟରେ ଗଞ୍ଜେଇ ବେପାରୀଙ୍କର ଚୋରା ଚାଲାଣ ଚାଲିଥାଏ । ତେବେ ମଙ୍ଗଳବାର କୌଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ସହରର ବାଇପାସ ଛକଠାରେ ବ୍ଳକିଙ୍ଗ କରି ଯାଞ୍ଚ କରୁଥିବାବେଳେ ଦୁଇଟି ଗାଡ଼ିରେ ପ୍ରାୟ ଚାଳିଶ କେଜି ଗଞ୍ଜେଇ ଜବତ କରିଥିଲା । ଗାଡ଼ିରେ ଗଞ୍ଜେଇ ଫୁଲବାଣୀରୁ ଭୁବନେଶ୍ବର ଚାଲାଣ ହେଉଥିବା ସୂଚନା ରହିଛି । ପୋଲିସ ଦୁଇଟି ଗାଡିକୁ ଜବତ କରିବା ସହିତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.