ETV Bharat / state

ପୁଣି ନକଲି ବିଦେଶୀ ମଦ ଜବତ, ତିନି ଗିରଫ

author img

By

Published : Dec 23, 2022, 11:23 AM IST

ବ୍ରହ୍ମପୁର ସହର ଉପକଣ୍ଠରୁ ପୁଣି ବିପୁଳ ପରିମାଣର ବିଦେଶୀ ମଦ ଜବତ । ନକଲି ବିଦେଶୀ ମଦ କାରବାର ଚାଲୁଥିବାବେଳେ ଅବକାରୀ ବିଭାଗ ଚଢ଼ାଉ କରି 3 ଜଣଙ୍କୁ ଗିରଫ କରିଛି । ଅଧିକ ପଢ଼ନ୍ତୁ

duplicate foreign liquor seized
ନକଲି ବିଦେଶୀ ମଦ ଜବତ
ନକଲି ବିଦେଶୀ ମଦ ଜବତ

ବ୍ରହ୍ମପୁର: ସହର ଉପକଣ୍ଠରୁ ପୁଣି ବିଦେଶୀ ମଦ ଜବତ । ନକଲି ବିଦେଶୀ ମଦ ପ୍ରସ୍ତୁତ କରି ବିକ୍ରି ହେଉଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା ଅନ୍ତରବା ଅଞ୍ଚଳର ପ୍ରଫୁଲ୍ଲ ସାହୁ ଓ ନକୁଳ ଗମାଙ୍ଗ ଏବଂ ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳର ତାରିଣୀ ଜେନା ।

ସୂଚନା ଅନୁଯାୟୀ, ପ୍ରତ୍ୟେକ ଦିନ ବ୍ରହ୍ମପୁର ଦିଗପହଣ୍ଡି ରାସ୍ତାରେ ବିପୁଳ ପରିମାଣର ନକଲି ମଦ କାରବାର ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ମଦ ମାଫିଆଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ ହେଲା । ସଦର ଅଧିକାରୀ ଅର୍ଜୁନ ମଲ୍ଲିକ ଏବଂ ତାଙ୍କ ଟିମ ଡେଙ୍ଗାପଦର ନିକଟରେ ଗାଡି ଯାଞ୍ଚ କରୁଥିବା ସମୟରେ ଜଣେ ବ୍ୟବସାୟୀ ମହିନ୍ଦ୍ରା ପିକଅପ୍ ଭ୍ୟାନ ଯୋଗେ ରାସନ ସାମଗ୍ରୀ ମଧ୍ୟରେ ଦୁଇ କାର୍ଟୁନ ବୋଝେଇ କରି ନକଲି ବିଦେଶୀ ମଦ ବିକ୍ରି କରିବାକୁ ନେଉଥିଲେ । ପୋଲିସ ସନ୍ଦେହ କରି ଗାଡ଼ି ଯାଞ୍ଚ କରିବା ପରେ ମଦ ଜବତ କରିଛି । ଏଥିରେ ଦୁଇ ଜଣଙ୍କୁ ଗିରଫ କରିଥିଲା । ଅନ୍ୟ ଏକ ଯୁବକ ସ୍କୁଟି ଗାଡି ଯୋଗେ ନକଲି ବିଦେଶୀ ମଦ ନେଇ ଆସିଥିବାବେଳେ ଅବକାରୀ ବିଭାଗ ହାବୁଡ଼ରେ ପଡ଼ିଥିଲେ । ସହର ଉପକଣ୍ଠ ଗୌରାଙ୍ଗ ବିହାରର ଏକ ଭଡା ଘରେ ନକଲି ମଦ ପ୍ରସ୍ତୁତ କରୁଥିବା ଜାଣିବାକୁ ପାଇଥିଲା ଅବକାରୀ ବିଭାଗ ।

ପୁଣି ଉକ୍ତ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନକଲି ପ୍ରସ୍ତୁତ ମଦ ୨୦୮ଟି ବୋତଲ, ହୋମିଓପାଥିକ ସ୍ପିରିଟ ୬ ଲିଟର, ୪ ଶହ ଖାଲି ବୋତଲ, ସରକାରୀ ଲେବଲ, କର୍କ ସମେତ ନକଲି ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଥିଲେ । ଏନେଇ ବିଭାଗ ପକ୍ଷରୁ ୫୧/୨୨ରେ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ଗତ ମାସରେ ବ୍ରହ୍ମପୁର ସହର ଉପକଣ୍ଠରେ ନକଲି ମଦ କାରବାର ଚାଲିଥିବାବେଳେ ଚଢ଼ାଉ କରିଥିଲା ଅବକାରୀ ବିଭାଗ। ତିନୋଟି ସ୍ଥାନରେ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ଅବକାରୀ ବିଭାଗ । ବ୍ରହ୍ମପୁର ଉପକଣ୍ଠରେ ସୋରଳ ଛକରେ ବିଭାଗର ଅଧିକାରୀମାନେ ଚଢ଼ାଉ କରିବା ସମୟରେ ଜଣେ ସ୍କୁଟିରେ ନକଲି ବିଦେଶୀ ମଦ ନେଇ ଯାଉଥିଲା । ଏହି ସମୟରେ ଜଣେ ଯୁବକଙ୍କୁ କାବୁ କରିଥିଲା ଅବକାରୀ ବିଭାଗ । ଚଢାଉ ସମୟରେ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ସ୍ପିରିଟ, ରଙ୍ଗ, ନାମିଦାମୀ କମ୍ପାନୀର ଲେବଲ, ସରକାରୀ ଷ୍ଟିକର ସହ ବହୁ ଠିପି ଜବତ ହୋଇଥିଲା । ସେହିପରି ଏହି ଘଟଣାରେ ପାତ୍ରପୁର ଅଞ୍ଚଳରେ ଏନ ପାପାୟା ନାମକ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.