ETV Bharat / state

ଲଗାଣ ବର୍ଷାରେ ବେହାଲ ବ୍ରହ୍ମପୁର ସହର - ଡ୍ରେନର ପ୍ରଶସ୍ତିକରଣ

ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ବେହାଲ ବ୍ରହ୍ମପୁର ସହରର । ମୁଖ୍ୟତଃ ସହରର ଗଜପତି ନଗର ଅଞ୍ଚଳରୁ ନିଳାଞ୍ଚଳ ନଗର ରାସ୍ତା ଏବେ ପାଲଟିଛି ଛୋଟ ନଦୀ ସଦୃଶ । ମୁଖ୍ୟ ରାସ୍ତା ଓ ଡ୍ରେନର ପ୍ରଶସ୍ତିକରଣ କରାଯାଇ ପାରୁନାହିଁ । ଫଳରେ ଏଠାକାର ସ୍ଥାନୀୟ ବାସିନ୍ଦା ନାହିଁ ନଥିବା କଷ୍ଟ ଭୋଗୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 6, 2019, 8:03 PM IST

ବ୍ରହ୍ମପୁର: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ହୋଇଛି । କିନ୍ତୁ ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ବେହାଲ ବ୍ରହ୍ମପୁର ସହର । ପ୍ରବଳରୁ ଅତି ପ୍ରବଳ ବର୍ଷା ପ୍ରଭାବରେ ସହରର କେତେକ ସ୍ଥାନରେ ପାଣି ଜମା ହୋଇ ରହିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସହର ଚକାଚକ । ରାସ୍ତା ମଧ୍ୟ ଚକାଚକ । ହେଲେ ଏଠାରେ ଅସୁବିଧା ହେଉଛି ସାମନ୍ୟ ବର୍ଷାରେ ନାଳ ପାଣି ରାସ୍ତା ଉପରକୁ ଆସିଯାଏ । ମୁଖ୍ୟତଃ ସହରର ଗଜପତି ନଗର ଅଞ୍ଚଳରୁ ନିଳାଞ୍ଚଳ ନଗର ରାସ୍ତା ଏବେ ପାଲଟିଛି କୃତ୍ରିମ ନଦୀ ସଦୃଶ। ଏଥିଯୋଗୁଁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ଉକ୍ତ ଅଞ୍ଚଳର ମୁଖ୍ୟ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚତାର ପାଣି ଜମି ରହୁଛି । ଦୁଇଦିନରୁ ଲଗାଣ ବର୍ଷା ଯୋଗୁଁ ଅଞ୍ଚଳବାସୀଙ୍କ ଘରେ ପାଣି ଜମି ରହୁଥିବା ଦେଖିବାକୁ ମିଳିଛି। ରାସ୍ତାରେ ପାଣି ଜମି ରହୁଥିବା ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଜମି ରହିଥିବା ପାଣିରେ ପଶି ଯାଉଛନ୍ତି ।

ଅନ୍ୟପଟେ ଏହି ରାସ୍ତାରେ ବଡ଼ କେନାଲ ନିର୍ମାଣ ହେବା ଦର୍ଶାଇ ଗତ ୨୦୧୪ ମସିହାରୁ ଗତ ପାଞ୍ଚ ବର୍ଷ ଧରି ଗଜପତି ନଗରର ୧୦ମ ଗଳି ଠାରୁ ବାହନାନାଳ ୧୪ତମ ସାହି ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଓ ଡ୍ରେନକୁ ପ୍ରଶସ୍ତିକରଣ କରାଯାଇ ପାରୁନାହିଁ । ସେହିପରି ବାହାନା ନାଳକୁ ମଧ୍ୟ ରିତିମତ ଭାବରେ ସଫେଇକାର୍ଯ୍ୟ ଡ୍ରେନେଜ୍ ଡିଭିଜନ୍ ହୋଇପାରୁନାହିଁ । ଏନେଇ ସ୍ଥାନୀୟ ଅଞ୍ଚଳରେ ଯାତାୟତ କରୁଥିବା ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ବ୍ରହ୍ମପୁର ସହରର ବର୍ଷା ଲାଗି ରହିଥିବା ବେଳେ ଏହାର ପ୍ରଭାବରେ ସହରର କେତେକ ସ୍ଥାନରେ ପାଣି ଜମି ରହିବା ଯୋଗୁଁ ଯାତାୟାତ ରେ ସମସ୍ୟା ଦେଖାଦେଇଛି ।ମୁଖ୍ୟତଃ ସହରର ଗଜପତି ନଗର ଅଞ୍ଚଳରୁ ନିଳାଞ୍ଚଳ ନଗରକୁ ଯାତାୟାତ ପାଇଁ ରହିଥିବା ମୁଖ୍ୟ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚତାର ପାଣି ଜମି ରହୁଥିବା ବେଳେ ଲଗାଣ ବର୍ଷାରେ ଏକପ୍ରକାର ବନ୍ୟା ପରିସ୍ଥିତି ଉପୁଜିବା ସହ ଅନେକଙ୍କ ଘରେ ପାଣି ଜମି ରହୁଥିବା ଦେଖାଯାଇଛି ।ସେପଟେ ପ୍ରତ୍ୟେକ ବର୍ଷ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମୁଖିନ ହେଉଥିବା ବେଳେ ନାଳ ପାଣି ରାସ୍ତାରେ ଭାସୁଥିବା ଦେଖାଯାଉଛି ।ପାଣି ଜମିରହୁଥିବା ଯୋଗୁଁ ବିଦ୍ୟାଳୟ କୁ ଯାଉଥିବା ବିଦ୍ୟାର୍ଥୀ ଓ ଅଭିଭାବକ ମାନେ ଜମିରହିଥିବା ପାଣିରେ ଚାଲି ଯାଉଛନ୍ତି। ଅନ୍ୟପଟେ ଏହି ରାସ୍ତାରେ ବଡ଼ ନାଳ ନିର୍ମାଣ ହେବା ଦର୍ଶାଇ ଗତ ୨୦୧୪ ମସିହା ଠାରୁ ଗତ ପାଞ୍ଚ ବର୍ଷ ଧରି ଗଜପତି ନଗରର ୧୦ମ ଗଳି ଠାରୁ ବାହନାନାଳ ୧୪ତମ ସାହି ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଓ ଡ୍ରେନକୁ ପ୍ରଶସ୍ତିକରଣ କରାଯାଇ ପାରୁନାହିଁ । ସେହିପରି ବାହାନା ନାଳକୁ ମଧ୍ୟ ରିତିମତ ଭାବରେ ସଫେଇକାର୍ଯ୍ୟ ଡ୍ରେନେଜ୍ ଡିଭିଜନ୍ ହୋଇପାରୁନାହିଁ । ଏନେଇ ସ୍ଥାନୀୟ ଅଞ୍ଚଳରେ ଯାତାୟତ କରୁଥିବା ସ୍ଥାନୀୟ ବାସିନ୍ଦା ଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା..Body:Walk throughConclusion:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.