ETV Bharat / state

ଅବ୍ୟବସ୍ଥା ଭିତରେ ଭଞ୍ଜନଗରର ପରିମଳ

author img

By

Published : Feb 6, 2021, 2:14 PM IST

ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ନେଇ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ତାର ବାସ୍ତବ ଚିତ୍ର କିନ୍ତୁ ଅଲଗା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗାମୁଣ୍ଡି ଗ୍ରାମର ନୁଆଁ ସାହିର ମୁଖ୍ୟ ରାସ୍ତାରେ ଆଜକୁ ଦୀର୍ଘଦିନ ହେଲା ପଚା ପାଣି ଜମା ହୋଇ ରହିଥିବାବେଳେ ଏଥିପ୍ରତି କାହାରି ଦୃଷ୍ଟି ନାହିଁ ।

ଭଞ୍ଜନଗରରେ ଅବ୍ୟବସ୍ଥା ପରିମଳ
ଭଞ୍ଜନଗରରେ ଅବ୍ୟବସ୍ଥା ପରିମଳ

ଭଞ୍ଜନଗର: ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ନେଇ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ତାର ବାସ୍ତବ ଚିତ୍ର କିନ୍ତୁ ଅଲଗା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗାମୁଣ୍ଡି ଗ୍ରାମର ନୁଆଁ ସାହିର ମୁଖ୍ୟ ରାସ୍ତାରେ ଆଜକୁ ଦୀର୍ଘଦିନ ହେଲା ପଚା ପାଣି ଲହଡା ମାରୁଛି । ଏପରିକି ରାସ୍ତାରେ ପୋକ ସାଲୁ ସାଲୁ ହେଉଛି । ହେଲେ ଏଥିପ୍ରତି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ ।

ଭଞ୍ଜନଗରରେ ଅବ୍ୟବସ୍ଥା ପରିମଳ

ଏହି ରାସ୍ତା ଦେଇ ପ୍ରତିଦିନ ବ୍ରହ୍ମପୁର ଆସିକା ସୋରଡା ଆଦି ଅଞ୍ଚଳର ଶହ ଶହ ଲୋକ ଯିବା ଆସିବା କରିଥାନ୍ତି । ଏପରିକି ଏଠାରେ ଦୁର୍ଘଟଣା ଘଟି ଲୋକେ ଆହତ ମଧ୍ୟ ହେଉଛନ୍ତି । ପ୍ରତ୍ୟେକ ବର୍ଷ ଗାଁ କଲ୍ୟାଣ ସମିତିକୁ ରାଜ୍ୟ ସରକାର 10 ହାଜର ଟଙ୍କା ଯୋଗାଇଥାନ୍ତି । ସେହି ଟଙ୍କାରେ ଲୋକଙ୍କୁ ସଚେତନ କରାଇବା ସହିତ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ । କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସରକାରଙ୍କ ଟଙ୍କା ଆସୁଛି ହେଲେ କାମରେ ଲାଗୁନି ।

ମୁଖ୍ୟ ରାସ୍ତାରେ ଲହଡା ମାରୁଛି ପଚା ପାଣି । ସେପଟେ ଏନେଇ ଅଙ୍ଗନବାଡି ଦିଦିଙ୍କୁ ପଚାରିବାରୁ ସେ କହିଛନ୍ତି ଗାଁ କଲ୍ୟାଣ ସମିତିକୁ ଟଙ୍କା ଆସୁଛି କିନ୍ତୁ ଆମେ ସେହି ସାହିର ପଚା ପାଣି ନିଷ୍କାସନ କରି ପାରିବୁ ନାହିଁ । ଲୋକେ ସଚେତନ ହୋଇ ନିଜ ସାହି ସଫା କରନ୍ତୁ । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଲୋକେ ସବୁ ସଫା କରିବେ ତେବେ କାହା ପାଇଁ ପରିମଳ ଟଙ୍କା ?

ଭଞ୍ଜନଗର ରୁ ରଞ୍ଜନ ସ୍ବାଇଁ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.